‘ ବକ୍ରୀ ଇଦ ରେ କୁର୍ବାନୀ ତ ଦିଆଯିବ କିନ୍ତୁ ତମେ ନିଆଁ ସହିତ ଖେଳନାହିଁ ‘ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଙ୍କୁ ଚେତାବନୀ ଦେଲେ ହୁମାୟୁନ କବୀର
ପଶ୍ଚିମବଙ୍ଗରେ ବିଜେପି ସରକାର ଗଢିବା ପରେ ଖୋଲା ସ୍ଥାନରେ ନମାଜ ପଢିବା ଓ ବକ୍ରୀ ଇଦ ରେ କୁର୍ବାନି କୁ ନେଇ ରାଜନୀତି ସରଗରମ ହୋଇପଡିଛି, ଆମ ଜନତା ଉନ୍ନୟନ ପାର୍ଟି ର ଅଧ୍ୟକ୍ଷ ହୁମାୟୁନ କବିର ଭାଜପା ଓ ଶୁଭେନ୍ଦୁ ଅଧିକାରୀ ଙ୍କୁ ଚେତାବନୀ ଦେଇ କହିଛନ୍ତି ମୁସ୍ଲିମ ସମ୍ପ୍ରଦାୟ କୁର୍ବାନୀ କୁ ନେଇ କୌଣସି ମନାମାନୀ ରେ ରାଜି ହେବନାହିଁ, ନିୟୁଜ ଏଜେନ୍ସି IANS ସହିତ କଥା ହୋଇ ହୁମାୟୁନ କବୀର କହିଛନ୍ତି ‘ ସମ୍ବିଧାନ ର ସମ୍ମାନ କରିବା ଆବଶ୍ୟକ, କିନ୍ତୁ କୁର୍ବାନୀ ତ ନିଶ୍ଚିନ୍ତ ହେବ, ଗାଈ ର ମଧ୍ୟ ହେବ, ଛେଳି ଓ ଓଟକୁ ମଧ୍ୟ କୁର୍ବାନୀ ଦିଆଯିବ, କୁର୍ବାନୀ ଯେଉଁ ପଶୁ ଙ୍କର କରାଯାଏ ତାଙ୍କୁ କୁର୍ବାନୀ ଦିଆଯିବ l ମୁଁ ଭାଜପା ସରକାର କୁ ଚେତାବନୀ ଦେଇ ଶୁଭେନ୍ଦୁ ଅଧିକାରୀ ଙ୍କୁ ସିଧାସଳଖ କହୁଛି ନିଆଁ ସହିତ ଖେଳନ୍ତୁ ନାହିଁ l ‘
ଯଦି ରାଜ୍ୟରେ ଭାଜପା ସରକାର କୁର୍ବାନୀ କୁ ହସ୍ତକ୍ଷେପ କରିବ ତେବେ ରାଜ୍ୟରେ ଅସୁବିଧା ଦେଖାଯିବ , ମୁସ୍ଲିମ ସମାଜ କୌଣସି ପ୍ରକାରେ କୁର୍ବାନୀ ମାମଲାରେ ସମଝୋତା କରିବ ନାହିଁ, ହୁମାୟୁନ କବିର କହିଛନ୍ତି ୩୭ ପ୍ରତିଶତ ରୁ ଅଧିକ ମୁସଲମାନ ଗାଈ ମାଂସ ସେବନ କରନ୍ତି,ସର୍ବ ପ୍ରଥମେ ସେଲଟର ହାଉସ ବନ୍ଦ କରିବା ଜରୁରୀ, ସେମାନଙ୍କୁ ତ ଲାଇସେନ୍ସ ଦିଆଯାଇଛି, ଭାରତ ସରକାର ଗାଈ ମାଂସ ରପ୍ତାନି କରି ପଇସା ରୋଜଗାର କରୁଛନ୍ତି, କଣ ସରକାର ଏହାକୁ ବନ୍ଦ କରିପାରିବ l
ଇଦ ରେ ନମାଜ ପଢିବା ପାଇଁ ସରକାର ଆମ ମୁସଲମାନ ସମ୍ପ୍ରଦାୟ କୁ ବଡ଼ ମୈଦାନ ଦେବା ଆବଶ୍ୟକ, ଯଦି ପଡିଆ ବ୍ୟବସ୍ଥା ହେବ ନାହିଁ ତେବେ ରାସ୍ତାରେ ନମାଜ ପଢିବାକୁ ବାଧ୍ୟ ହେବୁ, ଭାଜପା ପକ୍ଷରୁ କୁହାଯାଇଛି ଏହା ଧର୍ମ ବିରୁଦ୍ଧରେ ନୁହେଁ, ଏହା ତୁଷ୍ଟି କରଣ ବିରୁଦ୍ଧରେ, ଯଦି ୟୁଏଇ , ସାଉଦି ଆରବ କିମ୍ବା ଇରାନ ରେ ଯଦି ରାସ୍ତାରେ ନମାଜ ପାଠ ଉପରେ ରୋକ ଲାଗିଛି ତେବେ ଏହାକୁ ଧାର୍ମିକ ନଜରୀଆ ରେ ଦେଖାଯିବ ଉଚିତ ନୁହେଁ l ୨୭ ମଇ ରେ ବକ୍ରୀ ଇଦ , ତେଣୁ ପଶ୍ଚିମବଙ୍ଗ ସରକାର ଗୋଟିଏ ନୋଟିସ ଜାରି କରିଛନ୍ତି ଯେ ରାଜ୍ୟରେ ବଳଦ , ଗାଈ, ବାଛୁରୀ ଓ ମଇଁଷି ଙ୍କୁ ହତ୍ୟା କରାଯିବ ନାହିଁ, ଯଦି ନିୟମ ଉଲଂଘନ ହେଲା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l
