ଉତର ପ୍ରଦେଶ ର ପିଲିଭିତ ଜିଲ୍ଲାରେ ରହିଛି ଗୋଟିଏ ଏଭଳି ଶିବ ମନ୍ଦିର , ଯାହାର ପରମ୍ପରା ଆପଣ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ, ଏହି ମନ୍ଦିରର ନାମ ବାବା ଇକୋତର ନାଥ ମନ୍ଦିର l ଏହି ମନ୍ଦିରଟି ଗୋମତୀ ନଦୀ କୂଳରେ ଠିଆ ହୋଇଛି l ମନ୍ଦିରର ବାତାବରଣ ଖୁବ ସୁନ୍ଦର ଓ ଶାନ୍ତ ଅଟେ ଏବଂ ଆଧ୍ୟାତ୍ମିକ ରେ ପରିପୂର୍ଣ ଅଟେ l ସବୁଠୁ ବିଶେଷ କଥାଟି ହେଲା ଏଠାରେ ଲୋକ ମନସ୍କାମନା ପୁର୍ଣ ହେବାଦ୍ବାରା ଫୁଲ ଫଳ ମିଠାଈ ଅର୍ପଣ କରନ୍ତି ନାହିଁ , ବରଂ ମନ୍ଦିର ପରିସରରେ ହ୍ୟାଣ୍ଡ ପମ୍ପ ଲଗାଇ ଥାଆନ୍ତି l
ଏହି ମନ୍ଦିରର ସମ୍ପର୍କ ପୌରାଣିକ କଥା ସହିତ ଜଡିତ, ମାନ୍ୟତା ରହିଛି ଯେ ସତ୍ୟଯୁଗ ରେ ମହର୍ଷି ଗୌତମ ଙ୍କ ଅଭିଶାପ ରୁ ମୁକ୍ତି ପାଇବା ପାଇଁ ଇନ୍ଦ୍ରଦେବ ଗୋମତୀ ନଦୀ କୂଳରେ ଶିବଲିଙ୍ଗ ସ୍ଥାପିତ କରିଥିଲେ, ମାନ୍ୟତା ରହିଛି ଯେ ଏଠାରେ ଯେଉଁ ୭୧ ତମ ଲିଙ୍ଗ ନିର୍ମାଣ ହୋଇଥିଲା ଯାହାକି ଆଜି ବାବା ଇକୋତର ନାଥ ଙ୍କ ନାମରେ ପୂଜା ପାଉଛନ୍ତି l ସ୍ଥାନୀୟ ପୌରାଣିକ ମତ ଅନୁସାରେ ଏହି ସ୍ଥାନକୁ ଆଜି ମଧ୍ୟ ଇନ୍ଦ୍ର ଦେବ ଆସି ମହାଦେବ ଙ୍କୁ ଜଳାଭିଷେକ କରି ଥାଆନ୍ତି l ସକାଳୁ ମନ୍ଦିରର ଦ୍ୱାର ଖୋଲିବା ମାତ୍ରକେ ସେଠାରେ ଫୁଲ, ପାଣି ଇତ୍ୟାଦି ପଡିଥିବାର ଦେଖିବାକୁ ମିଳିଥାଏ l
କାହିଁକି ଲଗା ଯାଇଥାଏ ହ୍ୟାଣ୍ଡ ପମ୍ପ –
ଏହି ମନ୍ଦିରର ସବୁଠୁ ବିଶେଷ ପରମ୍ପରା ହେଉଛି ଏଠାରେ ପ୍ରସାଦ ଭାବରେ ଚଢା ଯାଉଥିବା ହ୍ୟାଣ୍ଡ ପମ୍ପ, ବିଶ୍ୱାସ ରହିଛି ଯେ ବାବା ଇକୋତର ନାଥଙ୍କୁ ମଗା ଯାଇଥିବା ଇଛା ବାବା ପୁର୍ଣ କରି ଥାଆନ୍ତି l ତେଣୁ ଶ୍ରଦ୍ଧାଳୁ ଖୁସି ରେ ହ୍ୟାଣ୍ଡ ପମ୍ପ ଲଗାଇ ଥାଆନ୍ତି l ଲୋକ ଙ୍କ ର କଥା ଅନୁସାରେ ଏଠାରେ ବାବା ଙ୍କୁ ସନ୍ତୁଷ୍ଟ କରିବା ପାଇଁ ଯେଉଁ ହ୍ୟାଣ୍ଡ ପମ୍ପ ଲଗାଯାଇଥାଏ ତାହା ଲୋକଙ୍କୁ ପାଣି ପିଆଇବା ପାଇଁ ଲଗାଯାଏ l କାହିଁକି ନାଆ ଗୋଟିଏ ଶୋଷିଲା ଲୋକ ଙ୍କୁ ପାଣି ପିଆଇବା ସବୁଠୁ ପୁଣ୍ୟ ର କାମ l ଆଜି ମନ୍ଦିରର ଚାରିପଟ ରେ ଶହଶହ ହ୍ୟାଣ୍ଡ ପମ୍ପ ଦେଖିବାକୁ ମିଳୁଛି, ଯାହା ଭଗବାନ ଙ୍କ ପ୍ରତି ଆସ୍ଥାକୁ ଦର୍ଶାଉଛି l
ଦିନରେ ୩ଥର ରଙ୍ଗ ବଦଳାଇ ଥାଏ ଶିବ ଲିଙ୍ଗ –
ମନ୍ଦିରର ଶିବ ଲିଙ୍ଗ ଖୁବ ରହସ୍ୟମୟୀ , ଏହି ଶିବ ଲିଙ୍ଗ ଟି ଦିନକୁ ୩ଥର ରଙ୍ଗ ବଦଳାଇ ଥାଏ , ଏହି ଚମତ୍କାର କୁ ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ଏଠାରେ ଶ୍ରଦ୍ଧାଳୁ ପହଂଚି ଥାଆନ୍ତି l ଶ୍ରବଣ ମାସ ଓ ମହାଶିବରାତ୍ରି ରେ ଏଠାରେ ମେଳା ଓ ଯାତ୍ରା ବସିଥାଏ l