ଭୁବନେଶ୍ୱର: ମାତୃତ୍ଵ ଲାଭ ପରେ କ୍ୟାରିଅର ପଥକୁ ଫେରିବାର ଜଟିଳତା ଓ ଆହ୍ୱାନ ଅନେକ ପ୍ରତିଭାବାନ ମହିଳାଙ୍କ ଆକାଂକ୍ଷା ଓ ପ୍ରତିଭାକୁ ସଂକୁଚିତ କରିଦେଇଥାଏ। ମାତୃତ୍ଵ ଲାଭ ପରେ କର୍ମକ୍ଷେତ୍ରରେ ପୁନଃ ପ୍ରବେଶ କରିବାକୁ ଚାହୁଁଥିବା ମା’ମାନଙ୍କ ସଫଳତା ପାଇଁ ମୁଖ୍ୟତଃ ବ୍ୟକ୍ତିଗତ ଦୃଢ଼ ସଂକଳ୍ପ, ପରିବାରର ସମର୍ଥନ ଏବଂ ଏକ ଉପଯୁକ୍ତ ସୁଯୋଗର ଆବଶ୍ୟକତା ରହିଥାଏ ଯାହା ବୃତ୍ତିଗତ ଲକ୍ଷ୍ୟ ଏବଂ ମା’ ହେବାର ଦାୟିତ୍ୱ ଉଭୟକୁ ସନ୍ତୁଳିତ କରିବା ପାଇଁ ନମନୀୟ ରହିବ। ଓଡ଼ିଶାର ବ୍ରହ୍ମପୁରର ଗାୟତ୍ରୀ କରଙ୍କ ପାଇଁ, ସ୍ମାର୍ଟ ଜିଓ ସେଲସ ସ୍ପେସାଲିଷ୍ଟ (ସ୍ମାର୍ଟ-ଜେଏସଏସ) କାର୍ଯ୍ୟକ୍ରମ ମାତୃତ୍ଵ ଲାଭ ପରେ କ୍ୟାରିଅର ପଥକୁ ଫେରିବାର ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିଛି।
ଏଥିରେ ରହିଥିବା କାର୍ଯ୍ୟ ସମୟର ନମନୀୟତା ଓ ସୁରକ୍ଷିତ କାର୍ଯ୍ୟ ପରିବେଶ ସହିତ ନିଜର ଦୃଢ଼ ବ୍ୟକ୍ତିଗତ ସଂକଳ୍ପକୁ ଆଧାର କରି, ଗାୟତ୍ରୀ ମାତୃତ୍ୱ ଲାଭ ପରେ କର୍ମକ୍ଷେତ୍ରକୁ ଫେରିବାର ଯାତ୍ରାକୁ ସଫଳତାର ସହିତ ପୂର୍ଣ୍ଣ କରିଛନ୍ତି।
ଗାୟତ୍ରୀଙ୍କ ସଫଳ କ୍ୟାରିଅର ପ୍ରାୟ ଚାରି ବର୍ଷ ପୂର୍ବରୁ ମାତୃତ୍ଵ ଲାଭ ପାଇଁ ଏକ ଆବଶ୍ୟକୀୟ ବିରାମ ନେଇଥିଲା। ଏନେଇ ସେ କହିଛନ୍ତି “ମୁଁ ମା ହେବାକୁ ଯାଉଥିଲି ଏବଂ ବିଶ୍ରାମ ପାଇଁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ମୋତେ ମୋର ପୂର୍ବ ଚାକିରି ଛାଡିବାକୁ ପଡିଥିଲା। ଏବେ ମୋ ପୁଅ ତିନି ବର୍ଷ ପୁରଣ କରିବା ପରେ, ମୁଁ ପୁଣିଥରେ କର୍ମକ୍ଷେତ୍ରକୁ ଫେରିବାକୁ ପ୍ରସ୍ତୁତ ଥିବା ଅନୁଭବ କଲି ଏବଂ ଏଭଳି ଏକ କାମ ଖୋଜୁଥିଲି ଯାହା ମୋତେ ସୁରକ୍ଷା ଓ କାର୍ଯ୍ୟ ସମୟର ନମନୀୟତା ଉଭୟ ପ୍ରଦାନ କରିବ। ଜଣେ ସମ୍ପର୍କୀୟଙ୍କ ଠାରୁ ସ୍ମାର୍ଟ- ଜେଏସଏସ ସୁଯୋଗ ବିଷୟରେ ଜାଣିବା ପରେ, ମୁଁ ଜିଓ ସହିତ ଯୋଗାଯୋଗ କରିଥିଲି। ଏହି କାର୍ଯ୍ୟକ୍ରମର ଢାଞ୍ଚା ମତେ ଏକ ସ୍ମାର୍ଟ ଷ୍ଟୋରର ସୁରକ୍ଷିତ ପରିବେଶ ମଧ୍ୟରେ କାମ କରିବାକୁ ସୁଯୋଗ ଦେବା ସହିତ ଜଣେ ଶିଶୁର ମା ଭାବରେ ଦାୟିତ୍ୱ ନିର୍ବାହ ପାଇଁ ଆବଶ୍ୟକ ନମନୀୟ କାର୍ଯ୍ୟ ସମୟ ସୁବିଧା ଦେଇଛି।”
କର୍ମକ୍ଷେତ୍ରକୁ ଫେରିବା ପରେ ଜିଓର ବ୍ୟାପକ ତାଲିମ ଏବଂ ପରାମର୍ଶ ଅଧିବେଶନ ଗାୟତ୍ରୀଙ୍କ ଦକ୍ଷତା ବୃଦ୍ଧି ସହିତ ଆତ୍ମବିଶ୍ୱାସକୁ ଦୃଢ଼ କରିଥିଲା। ସ୍ମାର୍ଟ ବିକ୍ରୟ କୌଶଳ, ଗ୍ରାହକ ପରିଚାଳନା ଏବଂ ଯୋଗାଯୋଗ କ୍ଷେତ୍ରରେ ନିଜର ଦକ୍ଷତାକୁ ଉନ୍ନତ କରି ସେ ଗ୍ରାହକମାନଙ୍କ ପାଖରେ ନିଜ କଥାକୁ ପ୍ରଭାବଶାଳୀ ଢଙ୍ଗରେ ଉପସ୍ଥାପିତ କରିବା ପାଇଁ ଆତ୍ମବିଶ୍ୱାସ ଫେରି ପାଇଥିଲେ।
ଏସମ୍ପର୍କରେ ଗାୟତ୍ରୀ କହିଛନ୍ତି “ପ୍ରଶିକ୍ଷଣ ମୋତେ ପୁଣି ଥରେ ସକ୍ଷମ ଅନୁଭବ କରାଇଲା। ମୁଁ ଏବେ ଷ୍ଟୋରକୁ ଆସୁଥିବା ଲୋକମାନଙ୍କୁ ଜିଓ ନେଟୱାର୍କର ଲାଭ ସମ୍ପର୍କରେ ଅବଗତ କରାଇବା ସହିତ ଦୃଢ଼ ଆତ୍ମବିଶ୍ୱାସର ସହିତ ବିଶ୍ୱର ସର୍ବବୃହତ ମୋବାଇଲ୍ ଡାଟା ନେଟୱାର୍କରେ ଯୋଗଦାନ କରିବା ପାଇଁ ସେମାନଙ୍କୁ ସହଜରେ ବୁଝାଇପାରୁଛି। ବୃତ୍ତିଗତ ସନ୍ତୋଷ ସହିତ ଏହି ଭୂମିକା ମୋତେ ଆମ ପରିବାରର ଆବଶ୍ୟକତା ପୂରଣ କରିବାରେ ଏବଂ ମୋ ପୁଅର ଭବିଷ୍ୟତ ଶିକ୍ଷା ପାଇଁ ସଞ୍ଚୟ କରିବାରେ ସହାୟକ ହୋଇଛି।”
ଗାୟତ୍ରୀଙ୍କ ଏହି ଯାତ୍ରା ନିକଟରେ ଜିଓର ଓଡ଼ିଶା ବ୍ୟବସାୟ ମୁଖ୍ୟ ଗୌରବ କୁମାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ଏବଂ ସେ ଭିଡିଓ କଲ୍ ମାଧ୍ୟମରେ ଗାୟତ୍ରୀଙ୍କ ସହ କଥାହୋଇ ତାଙ୍କର ଅଦମ୍ୟ ଇଚ୍ଛାଶକ୍ତି ଏବଂ ସଫଳତାର ପ୍ରଶଂସା କରିଥିଲେ।
ସ୍ମାର୍ଟ ଜିଓ ସେଲସ ସ୍ପେସାଲିଷ୍ଟ (ସ୍ମାର୍ଟ-ଜେଏସଏସ) କାର୍ଯ୍ୟକ୍ରମ ମହିଳାମାନଙ୍କ ଆର୍ଥିକ ସ୍ୱାଧୀନତା ହାସଲ କରିବା ପାଇଁ ଏକ ଆକାଂକ୍ଷୀ ପଥ ଭାବରେ ଡିଜାଇନ୍ କରାଯାଇଛି। ଏହା ଏକ ଫ୍ରିଲାନ୍ସିଂ କାର୍ଯ୍ୟ ମଡେଲ୍ ପ୍ରଦାନ କରେ ଯାହା ସେମାନଙ୍କୁ ସ୍ମାର୍ଟ ଷ୍ଟୋରଗୁଡ଼ିକର ସୁରକ୍ଷିତ ଏବଂ ଆରାମଦାୟକ ପରିବେଶରେ କାମ କରିବା ସୁଯୋଗ ଦେବା ସହିତ ଆତ୍ମନିର୍ଭରଶୀଳ ହେବାକୁ ସଶକ୍ତ କରିଥାଏ।
ସାରା ଓଡ଼ିଶାରେ ସ୍ମାର୍ଟ-ଜେଏସଏସ କାର୍ଯ୍ୟକ୍ରମ ଶହ ଶହ ଝିଅ ଏବଂ ମହିଳାମାନଙ୍କୁ ସଶକ୍ତ କରିଛି। ଗାୟତ୍ରୀଙ୍କ ପରି ନୂତନ ଭାବରେ ମାତୃତ୍ଵ ଲାଭ କରିଥିବା ମା’ମାନଙ୍କ ପାଇଁ, ଏହା ରୋଜଗାର ସମ୍ଭାବନା, ନମନୀୟତା ଏବଂ ସୁରକ୍ଷାର ଏକ ସମିଶ୍ରଣ ପ୍ରଦାନ କରିଛି, ଯାହା ପ୍ରମାଣିତ କରିଛି ଯେ କ୍ୟାରିଅର ଆକାଂକ୍ଷା ଏବଂ ମାତୃତ୍ୱ ଏକ ସାଙ୍ଗରେ ଚାଲିପାରିବ।