ଭୁବନେଶ୍ୱର ତା-୩୦.୦୧.୨୦୨୬ : ଆଜି ଲୋକସେବା ଭବନରେ ସହିଦଦିବସ ପାଳନ ଅବସରରେ ନୀରବ ପ୍ରାର୍ଥନା କରାଯାଇଛି । ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଂଜନ କୁମାର ସିଂ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାରଙ୍କ ସମେତ ଅନ୍ୟ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ସଚିବ, ଅଧିକାରୀ ଓ କର୍ମଚାରୀମାନେ ସମବେତ ହୋଇ ଦେଶର ସ୍ଵାଧୀନତା ସଂଗ୍ରାମୀ ତଥା ଦେଶ ପାଇଁ ପ୍ରାଣବଳି ଦେଇଥିବା ଅମର ସହିଦମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଆଜି ନିର୍ଦ୍ଧାରିତ ପୂର୍ବାହ୍ନ ୧୧ଟା ସମୟରେ୨ ମିନିଟ୍ ପାଇଁ ନୀରବ ପ୍ରାର୍ଥନା କରିଥିଲେ।