Odisha news

IPL ରେ KKR କିଣିଲା ବାଙ୍ଗଲାଦେଶୀ ଖେଳାଳୀ , କଥାବାଚକ ଦେଵକୀନନ୍ଦନ ଙ୍କର ଶାହରୁଖ ଙ୍କୁ କଡା ସମାଲୋଚନା

0

ପ୍ରସିଦ୍ଧ କଥାବାଚକ ଦେଵକୀନନ୍ଦନ ଠାକୁର ଆଇପିଏଲ ରେ କୋଲକାତା ନାଇଟ ରାଇଡ଼ର୍ସ ଦ୍ୱାରା ବାଙ୍ଗଲାଦେଶୀ କ୍ରିକେଟର କିଣିବାକୁ ନେଇ KKR ମାଲିକ ଶାହରୁଖ ଖାଁ ଙ୍କୁ ଚେତାବନୀ ଦେଇଛନ୍ତି, ଯାହାକୁ ନେଇ ବିବାଦ ବଢି ଯାଇଛି, ଦେଵକୀନନ୍ଦନ ଠାକୁର କହିଛନ୍ତି ଯେ କେକେଆର ଦଳରୁ ବାଙ୍ଗଲାଦେଶୀ ଖେଳାଳିଙ୍କୁ ବାହାର କରିବା ଆବଶ୍ୟକ l ଏହି ସମ୍ପୂର୍ଣ ବିବାଦ କୁ ଜାତୀୟ ଗଣମାଧ୍ୟମ ଏବିପି ନିୟୁଜ କୁ ସାକ୍ଷାତକରି କଥାବାଚକ କହିଛନ୍ତି ଯେ ବାଙ୍ଗଲାଦେଶୀ କ୍ରିକେଟର ଭୁଲନ୍ତୁ ନାହିଁ ଯେ ଭାରତରେ ସେ ହିରୋ ହୋଇଛନ୍ତି ହିନ୍ଦୁ ବହୁ ସଂଖ୍ୟକଙ୍କ ପାଇଁ l ଯେଉଁ ଲୋକେ ହିରୋ କରିପାରନ୍ତି ସେମାନେ ଜିରୋ ମଧ୍ୟ କରିପାରିବେ l

କଥାବାଚକ କହିଛନ୍ତି ଯେ ମୁଁ ବିସିସିଆଇ କୁ ମଧ୍ୟ କହିବାକୁ ଚାହୁଁଚି କୌଣସି ବାଙ୍ଗଲାଦେଶୀ ଖେଳାଳି IPL ଖେଳିବା ଉଚିତ ନୁହେଁ, ଯଦିବି ବାଙ୍ଗଲାଦେଶୀ ଖେଳାଳି IPL  ନିଲାମୀ ରେ ଆସିଲେ ଯଦି ତାଙ୍କୁ ଅନ୍ୟ କୌଣସି ଦଳ ନକିଣିଲେ ତେଇବେ KKR କାହିଁକି କିଣିଲା ? ଯଦି ତାଙ୍କୁ କେହି କିଣି ନଥାଆନ୍ତେ ତେବେ ସେମାନେ ଫେରି ଯାଇଥାଆନ୍ତେ l

ଦେଵକୀନନ୍ଦନ ଠାକୁର କହିଛନ୍ତି କଣ ଶାହରୁଖ ଖାଁ ଙ୍କର ହିନ୍ଦୁ ମାନଙ୍କ ସହିତ ସମବେଦନା ନାହିଁ ? ସେଠାରେ ହିନ୍ଦୁ ମାନଙ୍କୁ ହତ୍ୟା କରାଯାଉଛି କିନ୍ତୁ ଆମ ଦେଶର ଅଭିନେତାଙ୍କର ବଙ୍ଗଳାଦେଶ ର ପ୍ରେମ କମୁନାହିଁ l ବାଙ୍ଗଲାଦେଶୀ ଙ୍କୁ ଭାରତରୁ ବାହାର କରାଯାଉଛି କିନ୍ତୁ ଶାହରୁଖ ନିଜେ ଏଭଳି କାର୍ଯ୍ୟ କରୁଛନ୍ତି l ଯେଉଁ ୯ .୨୦ କୋଟି ଟଙ୍କା ବାଙ୍ଗଲାଦେଶୀ ଖେଳାଳି ଙ୍କୁ ଦେଇ କିଣା ଯାଇଛି ସେଥିରୁ କେତେ ପଇସା ହିନ୍ଦୁଙ୍କୁ ମାରିବା ପାଇଁ ତାଙ୍କ ଦେଶରେ ଲଗାଇବେ ?

କେକେଆର ର ଏହା ବ୍ୟକ୍ତିଗତ ପସନ୍ଦ ହୋଇପାରେ କିନ୍ତୁ ଦେଶ ର ହିତ ପାଇଁ ଏହା ଗ୍ରହଣୀୟ ନୁହେ, IPL ନିଲାମୀ ରେ ଶାହରୁଖ ଙ୍କ  କେକେଆର ବାଙ୍ଗଲାଦେଶୀ ଖେଳାଳି ମୁସ୍ତାଫିଜୁର ରେହେମାନ ଙ୍କୁ ୯.୨୦ କୋଟିରେ କିଣିବା ପରେ କଥାବାଚକ ଦେବକୀ ନନ୍ଦନ ଶାହରୁଖ ଙ୍କୁ ବହିଷ୍କାର ର ଚେତାବନୀ ଦେଇଛନ୍ତି l

Leave A Reply