Odisha news

ଦିଲ୍ଲୀ ରେ ଲାଲ କିଲ୍ଲା ସମୁଖରେ କାର ରେ ଧମାକା, ୮ ମୃତ୍ୟୁ

0

ଦିଲ୍ଲୀ ରେ ଲାଲ କିଲ୍ଲା ସମୁଖରେ ଗୋଟିଏ କାର ଭିତରେ ବଡ଼ ଧମାକା ସୋମବାର ସନ୍ଧ୍ୟା ୬ ଟା ୫୫ ମିନିଟ ରେ ହୋଇଛି , ଏହି ବ୍ଲାଷ୍ଟ ରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି l ଏହି ବ୍ଲାଷ୍ଟ ର ଶବ୍ଦ ଏତେ ଭୟଙ୍କର ଥିଲା ଯେ ଶବ୍ଦ ଖୁବ ଦୂର କୁ ଶୁଭିଥିଲା l ଘଟଣା ସ୍ଥଳରେ ଦିଲ୍ଲୀ ପୋଲିସ ସହିତ NIA ଏବଂ NSG କମାଣ୍ଡ ଛଉଣୀ ହୋଇଛନ୍ତି l ପ୍ରାରମ୍ଭିକ ପର୍ଯ୍ୟାୟ ରେ କୁହାଯାଉଛି ଯେ ଏହା ଆତଙ୍କବାଦୀ ଙ୍କ କାର୍ଯ୍ୟକଳାପ l ଘଟଣା ସ୍ଥଳ ରେ ଦମକଳ ବାହିନୀ ର ୭ ଗାଡି ମୁତୟନ ହୋଇ ନିଆଁ କୁ କାବୁ କରିବାକୁ ଚେଷ୍ଟା କରୁଛନ୍ତି l

ସାଧାରଣ ଲୋକ ଙ୍କ ମତ ଅନୁସାରେ ପ୍ରତିଦିନ ଭଳି ଆଜି ମଧ୍ୟ ସ୍ଥାନ ଟି ଗହଳି ଥିଲା , ଲୋକେ ନିଜ ନିଜ କାର୍ଯ୍ୟ କରିବାରେ ବ୍ୟସ୍ତ ଥିଲା l ଠିକ ଏହି ସମୟରେ ବ୍ଲାଷ୍ଟ ହୋଇଥିଲା l ବ୍ଲାଷ୍ଟ ପରେ ସମ୍ପୂର୍ଣ ଅଞ୍ଚଳ କୁ ସିଲ କରିଦିଆ ଯାଇଛି l

Leave A Reply