Odisha news

ବଲିଉଡ କଳାକାର ଓ ବିଜେପି ସାଂସଦ ରବି କିଶନ ଙ୍କୁ ଜୀବନ ରେ ମାରିଦେବାର ମିଳିଛି ଧମକ

0

ବଲିଉଡ ଅଭିନେତା ଓ ଗୋରଖପୁର ର ବିଜେପି ସାଂସଦ ରବି କିସାନ ଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ମିଳିଛି, ଏବଂ ଏହାକୁ ନେଇ ତାଙ୍କର ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି, ସେ କହିଛନ୍ତି ମୁଁ କାହାକୁ ଡ଼ରୁନାହିଁ , ମୁଁ ବିହାର ଭୋଟ ପ୍ରଚାର ପାଇଁ ନିଶ୍ଚିନ୍ତ ଯିବି , ମହାଦେବ ଯାହାର ରକ୍ଷା କରିବେ ତାର କିଛିବି ଅସୁବିଧା ହେବ ନାହିଁ ମୁଁ ଏହି ଫାଲତୁ ଧମକ କୁ ଖାତିର କରୁନାହିଁ l

ବିଜେପି ସାଂସଦ ରବି କିସାନ ଙ୍କୁ ବିହାର ର ଆରା ରୁ ଜୀବନ ରେ ମାରି ଦେବାର ଧମକ ମିଳିଛି l ଧମକ ଦେଉଥିବା ବ୍ୟକ୍ତି ତାଙ୍କୁ ଅପଶବ୍ଦ ମଧ୍ୟ କହିଛି, ଏବଂ ନିଜକୁ ଖେସାରୀ ଲାଲ ର ପ୍ରଶଂସକ ମଧ୍ୟ କହିଛି l

ରବି କିସାନ ଏହି ଧମକ କୁ ନେଇ ନିଜର ମତ ରଖିଛନ୍ତି ଏବଂ କହିଛନ୍ତି ସେ ବିହାର ନିର୍ବାଚନ ପ୍ରଚାରରେ ନିଶ୍ଚିନ୍ତ ଯିବେ, ଏବଂ ନଭେମ୍ବର ୧୪ ରେ NDA  ବହୁମତ ରେ ସରକାର ଗଢ଼ିବ l

ଧମକ ଦେଇଥିବା ବ୍ୟକ୍ତି ନିଜକୁ ବିହାର ର ଆରା ଜିଲା ର ଜବାନିୟ ଗ୍ରାମର ଅଜ୍ଞ କୁମାର ଯାଦବ ର ପରିଚୟ ଦେଇଛି, ଏବଂ ଆରୋପି ଜଣଙ୍କ ରବି କିସନ ଙ୍କ ସେକ୍ରେଟାରୀ ଙ୍କୁ ଫୋନ ମାଧ୍ୟମରେ ଏହି ଧମକ ଦେଇଥିଲା l ଏବଂ ଗାୟକ ଖେସାରି ଲାଲ ଙ୍କୁ ସମର୍ଥଂ କରି ରାମ ମନ୍ଦିର ପରିବର୍ତେ ହସ୍ପିଟାଲ ତିଆରି ହେବାକୁ ମଧ୍ୟ ସମର୍ଥନ  କରିଥିଲେ l ଏହି ସମୟରେ ଉକ୍ତ ବ୍ୟକ୍ତି ଭଗବାନ ରାମଚନ୍ଦ୍ର ଓ ରାମ ମନ୍ଦିର ପାଇଁ ଅପଶବ୍ଦ ମଧ୍ୟ ପ୍ରୟୋଗ କରିଥିଲେ l

ଏହି ଧମକ ପରେ ରବି କିଶନ ଙ୍କର ସୁରକ୍ଷା କଡାକଡି କରି ଦିଆଯାଇଛି l ଗୋରଖପୁର ପୋଲିସ ଏହି ମାମଲା ରେ ଗୋଟିଏ FIR ଦର୍ଜ କରିଛି ଏବଂ ଆରୋପି କୁ ଖୋଜ ଆରମ୍ଭ କରିଛି l

Leave A Reply