Odisha news

ନାଲକୋ-ଇଡ଼କୋ ଅନୁଗୋଳ ଆଲୁମିନିୟମ ପାର୍କ : ଆଲୁମିନିୟମର ହବ ପାଲଟିବା ସହ ନିବେଶ ନିମନ୍ତେ ଅନୁକୂଳ ସ୍ଥାନ

0

ଭୁବନେଶ୍ୱର, ତା୨୪.୦୯.୨୦୨୫ରିଖ:ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଲୋକ ଉଦ୍ୟୋଗ ନ୍ୟାସନାଲ ଆଲ୍ୟୁମିନିୟମ କମ୍ପାନୀ ଲିମିଟେଡ଼(ନାଲକୋ)ଏବଂ ଓଡ଼ିଶା ସରକାରଙ୍କ ଇଡ଼କୋର ମିଳିତ ସହଯୋଗରେ ଭୁବନେଶ୍ୱର ଠାରେ ଅନୁଗୋଳ ଆଲୁମିନିୟମ ପାର୍କ ସମ୍ପର୍କିତ ରୋଡ଼ସୋ ଆୟୋଜିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ବିଭିନ୍ନ ସରକାରୀ ଅଧିକାରୀ, ଶିଳ୍ପନେତା, ନିବେଶକ ଏବଂ ପ୍ରମୁଖ ଅଂଶୀଦାରମାନେ ଏକତ୍ରିତ ହୋଇଥିଲେ।ଓଡ଼ିଶାର ଅନୁଗୋଳଠାରେ “ଅନୁଗୋଳ ଆଲୁମିନିୟମ ପାର୍କ” ହେଉଛି ନାଲକୋ ଏବଂ ଇଡ଼କୋ ମଧ୍ୟରେ ଏକ ମିଳିତ ଉଦ୍ୟମ।

ଉଦଘାଟନୀ ଅଧିବେଶନରେ ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା, ଭା.ପ୍ର.ସେ ମୁଖ୍ୟ ଅତିଥିଭାବେ ନାଲକୋ ସିଏମଡି ଶ୍ରୀ ବିଜେନ୍ଦ୍ର ପ୍ରତାପ ସିଂହଙ୍କ ସହ ଯୋଗ ଦେଇଥିଲେ। ଏଥିସହ, ଟାଟାଷ୍ଟିଲ୍ସ୍ୱତନ୍ତ୍ରଅର୍ଥନୈତିକ ଅଞ୍ଚଳ(ଏସ ଇ ଜେଡ)ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମଣିକାନ୍ତ ନାଏକ ଏବଂ ନାଲକୋର ନିର୍ଦ୍ଦେଶକ(ପ୍ରକଳ୍ପ ଏବଂ ବୈଷୟିକ) ଶ୍ରୀ ଜଗଦୀଶ ଆରୋରା ମଧ୍ୟ ଅନ୍ୟାନ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ନିଜ ଅଭିଭାଷଣରେ ଶ୍ରୀ ସିଂହ ଆଲୋକ ପାତକ ହିଥିଲେ ଯେ,ଅନୁଗୋଳ ଆଲୁମିନିୟମ ପାର୍କ ଉନ୍ନତ ସଡ଼କ ସଂଯୋଗ, ଦକ୍ଷ ପରିବହନ, ନିରବଚ୍ଛିନ୍ନ ବିଦ୍ୟୁତ୍ଏବଂ ଜଳ ଯୋଗାଣ, ପ୍ରଶାସନିକ କାର୍ୟ୍ୟାଳୟ, ତାଲିମ କେନ୍ଦ୍ର ଏବଂ ପ୍ରୟୋଗଶାଳା ସମେତ ବିଶ୍ୱ ସ୍ତରୀୟ ସୁବିଧା ପ୍ରଦାନ କରିବ। ସେ ଏହା ମଧ୍ୟ କହିଥିଲେ ଯେ,ନାଲକୋ ଡାଉନ ଷ୍ଟ୍ରିମ୍ଶିଳ୍ପ ଗୁଡ଼ିକୁ ରିହାତି ଦରରେ ବାର୍ଷିକ୫୦,୦୦୦ଟନ୍ତରଳଧାତୁ ଯୋଗାଇବ, ଯାହା ମୂଲ୍ୟ-ପ୍ରଭାବଶାଳୀ ଉତ୍ପାଦନ ଏବଂ ମଧ୍ୟମ ଏବଂ କ୍ଷୁଦ୍ର ଶିଳ୍ପକୁ ପ୍ରୋତ୍ସାହିତ କରିବ।
ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା, ଭା.ପ୍ର.ସେ, ଓଡ଼ିଶାର ଆଲୁମିନିୟମ ଶକ୍ତି ଉପରେ ଆଲୋକପାତ କରିଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ ରାଜ୍ୟ ଭାରତର ପ୍ରାଥମିକ ଆଲୁମିନିୟମର ୭୨ ଭାଗ ଉତ୍ପାଦନ କରୁଥିବା ବେଳେ, ଏହାର ଡାଉନଷ୍ଟ୍ରିମ୍ ଆଉଟପୁଟ୍ କମ୍ ରହିଛି, ଯାହା ବ୍ୟାପକ ଅଭିବୃଦ୍ଧିର ସୁଯୋଗ ସୃଷ୍ଟି କରିଛି।ସେ ଆଲୁମିନିୟମକୁ “ଭବିଷ୍ୟତର ଧାତୁ” ବୋଲି କହିଥିଲେ ଯାହା ପ୍ୟାକେଜିଂ, ଇଭି ଏବଂ ଏରୋସ୍ପେସରେ ପ୍ରୟୋଗ ହୋଇଥାଏ। ସେ ଆଲୁମିନିୟମ ପାର୍କକୁ ଏକ ପ୍ରମୁଖ ଅଭିବୃଦ୍ଧି ସୁଯୋଗ ଭାବରେ ବର୍ଣ୍ଣନା କରିଥିଲେ ଯାହା ଦ୍ରୁତ ଗତିରେ ବିସ୍ତାର ହେବାକୁ ଯାଉଛି।ସେ ନିବେଶକମାନଙ୍କୁ ଅନୁଗୋଳ ଅଲିମିନିୟମ ପାର୍କର ସମ୍ଭାବନା ଗୁଡିକୁ ଉପଯୋଗ କରିବାକୁ ଆହ୍ୱାନ କରିଥିଲେ।ଏହି ଶିଳ୍ପ ପାର୍କ ୨୨୩ ଏକର ପରିମିତ ଏବଂ ୬୦୦ ଏକରରୁ ଅଧିକ ଜମିରେ ବିସ୍ତାର କରିବାକୁ ଯାଉଛି। ନାଲକୋ ଏବଂ ପ୍ରମୁଖ ଶିଳ୍ପ କେନ୍ଦ୍ର ନିକଟତର ହୋଇଥିବା ହେତୁ ଏହା ପୂର୍ବରୁ ତିନୋଟି ଶିଳ୍ପକୁ ଆକର୍ଷିତ କରିସାରିଛି, ଏବଂ ଆଉ ଚାରୋଟି ପାଇପଲାଇନରେ ଅଛନ୍ତି ବୋଲି ସେ କହିଛନ୍ତି।ସେ ଜିଏସଟି ହାରରେ ହ୍ରାସ, ନିବେଶକ-ଅନୁକୂଳ ନୀତି ଏବଂ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଉଦ୍ୟୋଗୀମାନଙ୍କ ପାଇଁ ସକ୍ରିୟ ସମର୍ଥନ ଭଳି ପଦକ୍ଷେପର ପ୍ରଶଂସା ମଧ୍ୟ କରିଥିଲେ। ଶ୍ରୀ ଶର୍ମା ଓଡ଼ିଶାର ପ୍ରଗତିଶୀଳ ଶିଳ୍ପ ନୀତି ଅଧୀନରେ ଡାଉନଷ୍ଟ୍ରିମ୍ ଏବଂ ଆନୁଷଙ୍ଗିକ ଶିଳ୍ପକୁ ପ୍ରୋତ୍ସାହିତ କରିବାର ପ୍ରତିବଦ୍ଧତାକୁ ଦୃଢ଼ ସମର୍ଥନ କରିଥିଲେ ।
ଏହି ଅବସରରେ, ଟାଟା ଷ୍ଟିଲ୍ ସ୍ୱତନ୍ତ୍ର ଅର୍ଥନୈତିକ ଅଞ୍ଚଳ(ଏସ ଇ ଜେଡ)ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମଣିକାନ୍ତ ନାଏକ ଗୋପାଳପୁର ଶିଳ୍ପ ପାର୍କର ସଫଳତାର କାହାଣୀ ବର୍ଣ୍ଣନା କରିବା ସହ ଏହାର ପରିବର୍ତ୍ତନକାରୀ ପ୍ରଭାବ ଉପରେ ଆଲୋକପାତ କରିଥିଲେ। ବର୍ତ୍ତମାନ, ଏହି ଶିଳ୍ପ ପାର୍କ ମଧ୍ୟରେ ରାସାୟନିକ ପଦାର୍ଥ, ସୌର ସେଲ୍ ଏବଂ ସବୁଜ ହାଇଡ୍ରୋଜେନ୍ ଭଳି କ୍ଷେତ୍ରର ୧୪ଟି ପ୍ରମୁଖ ଶିଳ୍ପ କାର୍ୟ୍ୟ କରୁଛନ୍ତି। ଓଡ଼ିଶାର ଶିଳ୍ପ ଅଭିବୃଦ୍ଧି ଉପରେ ଆଲୋକପାତ କରି, ସେ ଅନୁଗୁଳ ଆଲୁମିନିୟମ ପାର୍କ ପ୍ରାଇଭେଟ୍ ଲିମିଟେଡ୍ ର ଭବିଷ୍ୟତ ପ୍ରତି ଦୃଢ଼ ବିଶ୍ୱାସ ପ୍ରକଟ କରିଥିଲେ। ଏହାକୁ ଗୋପାଳପୁରର ସଫଳତା ସହିତ ସମକକ୍ଷ ହେବା ପାଇଁ ଏବଂ ସମ୍ଭାବ୍ୟ ଭାବରେ ଅତିକ୍ରମ କରିବା ପାଇଁ ଏକ ପ୍ରତିଶ୍ରୁତିବଦ୍ଧ ଉଦ୍ୟମ ବୋଲି କହିଥିଲେ।
ଧନ୍ୟବାଦ ପ୍ରସ୍ତାବ ଉପସ୍ଥାପନା କରିବା ଅବସରରେ, ନାଲକୋର ନିର୍ଦ୍ଦେଶକ (ପ୍ରକଳ୍ପ ଏବଂ ବୈଷୟିକ) ଶ୍ରୀ ଜଗଦୀଶ ଅରୋରା କହିଥିଲେ ଯେ, ଏହି ରୋଡ୍ ଶୋ ଓଡ଼ିଶାର ଶିଳ୍ପ ଦୃଷ୍ଟିକୋଣ, ଅନୁଗୋଳ ଆଲୁମିନିୟମ ପାର୍କରେ ନିବେଶ, ନବସୃଜନ ଏବଂ ନିଯୁକ୍ତି ସୃଷ୍ଟି କୁ ପ୍ରୋତ୍ସାହିତ କରି ଏକ ସକ୍ରିୟ ଶିଳ୍ପ କେନ୍ଦ୍ର ଭାବରେ ପ୍ରତିଷ୍ଠା କରିବା ନିମନ୍ତେ ନାଲକୋର ପ୍ରତିବଦ୍ଧତାକୁ ପୁନଃସ୍ଥାପିତ କରିଛି। ଏହି କାର୍ୟ୍ୟକ୍ରମରେ, ଇପିକଲ, ନାଲକୋ, ଏବଂ ଯେଏନଏଆରଡିଡିସି, ଓଡ଼ିଶାର ନିବେଶକ-ଅନୁକୂଳ ନୀତି, ଶିଳ୍ପ ପାର୍କ ଭିତ୍ତିଭୂମିରେ ଉନ୍ନତି ଏବଂ ଆଲୁମିନିୟମ ଡାଉନଷ୍ଟ୍ରିମ୍ କ୍ଷେତ୍ରରେ ପ୍ରତିଶ୍ରୁତିବଦ୍ଧ ସୁଯୋଗଗୁଡ଼ିକୁ ଉପସ୍ଥାପନ କରିଥିଲେ। ଏହି ସମାବେଶରେ ପ୍ରମୁଖ ନିବେଶକ, ଉଦ୍ୟୋଗୀ ଏବଂ ଶିଳ୍ପ ସଂଘ ସମେତ ୧୦୦ ରୁ ଅଧିକ ଅଂଶଗ୍ରହଣକାରୀ ସାମିଲ ହୋଇଥିଲେ।

 

Leave A Reply