Odisha news

ସେବାପକ୍ଷ ପାଳନ ଅବସରରେ ବିଜେପି କୃଷମୋର୍ଚ୍ଚା ତରଫରୁ “ମା’ ପାଇଁ ଗଛଟିଏ ଅଭିଯାନ”ରେ ବ୍ୟାପକ ବୃକ୍ଷରୋପଣ

0

 ଭୁବନେଶ୍ୱର ଜିଲ୍ଲାର ଜଗନ୍ନାଥପୁର, କୋରଡକଂଟା, କେଶୁରା ଗ୍ରାମରେ ବୃକ୍ଷରୋପଣ
 ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରୁ ଆରମ୍ଭ କରି ମଣ୍ଡଳ ପର୍ଯ୍ୟନ୍ତ ଚାଲିବ ବୃକ୍ଷରୋପଣ
ଭୁବନେଶ୍ୱର, ତା.୧୭/୯: ଭାରତ ବର୍ଷର ଯଶସ୍ୱୀ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ସାରା ବିଶ୍ୱରେ ପ୍ରକୃତି ଓ ପରିବେଶର ସୁରକ୍ଷା ପାଇଁ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ବୃକ୍ଷ ରୋପଣ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ଆଜି ମୋଦିଜୀଙ୍କ ୭୫ତମ ଜନ୍ମଦିନ। ଆଜିଠାରୁ ଅକ୍ଟୋବର ୨ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପର୍ଯ୍ୟନ୍ତ ୧୫ ଦିନବ୍ୟାପୀ ବିଜେପି ପକ୍ଷରୁ ସେବାପକ୍ଷ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ରାଜ୍ୟରେ “ମା’ ପାଇଁ ଗଛଟିଏ ଅଭିଯାନକୁ ବ୍ୟାପକ କରାଯାଇଛି। ଭୁବନେଶ୍ୱର ଜିଲ୍ଲା ଜଗନ୍ନାଥପୁର, କୋରଡକଂଟା, କେଶୁରା ଆଦି ଗ୍ରାମରେ ବୃକ୍ଷରୋପଣ କରାଯାଇଛି। ଏଥିରେ ରାଜ୍ୟ କୃଷକମୋର୍ଚ୍ଚା ସଭାପତି ଶ୍ରୀ ମହେଶ୍ୱର ସାହୁ ଯୋଗଦେଇ କହିଛନ୍ତି ଯେ, ପରିବେଶ ଓ ପ୍ରକୃତିର ସୁରକ୍ଷା ପାଇଁ ବୃକ୍ଷରୋପଣ ଜରୁରୀ। “ମା’ ପାଇଁ ଗଛଟିଏ ଅଭିଯାନ”କୁ ସଫଳ କରିବା ପାଇଁ ଘରେ ଘରେ ଚାରାରୋପଣ କରିବାକୁ ସେ କାର୍ଯ୍ୟକର୍ତାମାନଙ୍କୁ ଆହ୍ୱାନ ଦେଇଥିଲେ। ଆସନ୍ତାକାଲିଠାରୁ ଜିଲ୍ଲାରୁ ଆରମ୍ଭ କରି ମଣ୍ଡଳ ପର୍ଯ୍ୟନ୍ତ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ବ୍ୟାପକ ବୃକ୍ଷ ରୋପଣ କରାଯିବ ବୋଲି ଶ୍ରୀ ସାହୁ କହିଛନ୍ତି।
ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର, ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଉପେନ୍ଦ୍ର ଭଞ୍ଜ, ରାଜ୍ୟ ସଂପାଦକ ଶ୍ରୀ ଅଶୋକ କୁମାର ରଥ, ବିଜେପିର ବରିଷ୍ଠ ନେତା ବସନ୍ତ କୁମାର ନାୟକ, ରାଜ୍ୟ ସଂଯୋଜକ ଗୋବିନ୍ଦଚନ୍ଦ୍ର ପ୍ରଧାନ, ଜଗନ୍ନାଥ ମହାପାତ୍ର, ଲକ୍ଷ୍ମଣ ପଣ୍ଡା, ଜିତେନ୍ଦ୍ର କୁମାର ବିଶ୍ୱାଳ, ଅଜୟ କୁମାର ସାମନ୍ତରାୟ, ଭୁବନେଶ୍ୱର ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସନ୍ତୋଷ କୁମାର ସ୍ୱାଇଁ, ଖୋର୍ଦ୍ଧ ଜିଲ୍ଲା ସଭାପତି ପ୍ରଭାତ କୁମାର ସ୍ୱାଇଁ, ଦୀପ୍ତିରଞ୍ଜନ ଜେନା ପ୍ରମୁଖଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଓ ଶତାଧିକ କାର୍ଯ୍ୟକତା ଯୋଗଦେଇଥିଲେ।

Leave A Reply