Odisha news

ଜଳୁଛି ନେପାଳ !ନେପାଳ ପ୍ରଧାମନ୍ତ୍ରୀ କେ.ପି.ଶର୍ମା ଓଲି ଦେଲେ ଇସ୍ତଫା

0

ସୁରକ୍ଷାକର୍ମୀଙ୍କ ଆୟତ୍ତ ବାହାରେ ସ୍ଥିତି ,ନେପାଳ ରେ ତେଜିଲା ରାଜନୈତିକ ହିଂସା , ପ୍ରଦର୍ଶନକାରୀ କଲେ ରାଷ୍ଟ୍ରପତି ଭଵନ ଉପରେ କବଜା , କିଏ ସେହି ଜେନ -G  ପ୍ରଦର୍ଶନକାରୀ ? ଦୋହରା ହେବକି ବଙ୍ଗଳାଦେଶ ସ୍ଥିତି ?ହେବେକି କେ,ପି, ଶର୍ମା ଓଲି ଗାଦିଚ୍ୟୁତ ? ଓଲି ଙ୍କ ଆସନ ଟଳମଳ , ନା କରିବେ ଦେଶରୁ ପଳାୟନ ?କଣ ରହିଛି ଏହି ପ୍ରଦର୍ଶନ ର ଉଦେଶ୍ୟ ?

ବର୍ତମାନ ନେପାଳ ପ୍ରଧାମନ୍ତ୍ରୀ କେ.ପି.ଶର୍ମା ଓଲି ନିଜ ପଦବୀ ରୁ ଇସ୍ତଫା ଦେଇ ସାରିଛନ୍ତି l

ନେପାଳ ରାଜଧାନୀ କାଠମାଣ୍ଡୁ ର ରାଜରାସ୍ତା ରେ ଚାଲିଛି ଜବରଦସ୍ତ ବିରୋଧ ପ୍ରଦର୍ଶନ, ଜେନ -G ପ୍ରଦର୍ଶନକାରୀ ନେପାଳ ର ସଂସଦ ଭଵନ ପରିସର ରେ ପସି ଯାଇଛନ୍ତି, ଏହାକୁ ଦେଖି ପୋଲିସ ପକ୍ଷରୁ ଲୌହ ବୁହା ଗ୍ୟାସ ପାଣି ମାଡ଼ ଚାଲିଛି l  ଗତକାଲି ସୋସିଆଲ ମିଡ଼ିଆ ବ୍ୟାନ କୁ ନେଇ ପ୍ରଦର୍ଶନକାରୀ ଅଧିକ ଉତେଜିତ ହୋଇଥିଲେ, ଏବଂ ଷୋମବାର ରାତି ରେ ସୋସିଆଲ ମିଡ଼ିଆ ବ୍ୟାନ ହଟାଇ ନେବାପରେ ମଙ୍ଗଳବାର ଉତେଜନା ତୀବ୍ର ରୂପ ନେଇଥିଲା l

ଜେନ -G ପ୍ରଦର୍ଶନକାରୀ କିଏ ?
ବର୍ତମାନ ସୋସିଆଲ ମିଡ଼ିଆ ର ଯୁଗ, ଆଜିର ଯୁଗରେ ଯୁବ ସମାଜ ଅଧିକ ସୋସିଆଲ ମିଡିଆରେ ଆକ୍ଟିଭ , ନିର୍ଦ୍ଧିଷ୍ଟ ବୟସ ବର୍ଗର ବ୍ୟକ୍ତି ବିଶେଷ ଙ୍କୁ ଜେନ -G ଗ୍ରୁପ ରେ ସଂଶ୍ଲିଷ୍ଟ କରାଯାଇଛି, ଜେନ -G ସେହି ଗ୍ରୁପ ଯିଏକି କଲେଜ ଓ ସ୍କୁଲ ରେ ଶିକ୍ଷା ଗ୍ରହଣ କରୁଛନ୍ତି, ଜେନ -G ସେହି ପିଢ଼ି ଯେଉଁଥିରେ ୧୩ ରୁ ୨୮ ବର୍ଷ ଆୟୁର ଛାତ୍ରଛାତ୍ରୀ ସାମିଲ ରହିଛନ୍ତି , ଏବଂ ଏହି ପିଢ଼ି ଜନ୍ମରୁ ମୋବାଇଲ, ଇଣ୍ଟରନେଟ ଏବଂ ସୋସିଆଲ ମିଡ଼ିଆ ସହିତ ଜଡିତ l

ନେପାଳରେ ସରକାରଙ୍କ ବିରୋଧରେ ଚାଲିଥିବା ପ୍ରଦର୍ଶନ ରେ ମୃତ୍ୟୁ ସଂଖ୍ୟା ୧୬ ରେ ପହଞ୍ଚିଲାଣି ଏବଂ ୧୦୦ ରୁ ଉର୍ଧ୍ଵ ଆହତ ହୋଇଛନ୍ତି, ସଂସଦ ଭଵନ ବାହାରେ ଗୁଳି ବାଜି ୩୫ ଜଣ ପ୍ରଦର୍ଶନକାରୀ ଆହତ ହୋଇଛନ୍ତି l  ନେପାଳ ସରକାର ଭଙ୍ଗାରୁଜା କରିବା ମାତ୍ରକେ ଗୁଳି ମାରିବା ପାଇଁ ନିର୍ଦେଶ ଦିଆଯାଇଛି l

ସେପ୍ଟେମ୍ବର ୪ ତାରିଖ ରେ ଫେସବୁକ, ୟୁଟ୍ୟୁବ ଏବଂ x ସହିତ ୨୬ ଟି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ କୁ ନେପାଳରେ ବନ୍ଦ କରିଦିଆ ଯାଇଥିଲା, କାହିଁକି ନା ଏହି ପ୍ଲାଟଫର୍ମ ସରକାରଙ୍କ ନିକଟରେ ପଂଜିକୃତ ନଥିଲା, ଏହାକୁ ନେଇ ନେପାଳ ରେ ବିରୋଧ ପ୍ରଦର୍ଶନ ଦେଖା ଦେଇଥିଲା, ଯାହାକୁ ନେଇ ଷୋମବାର କାଠମାଣ୍ଡୁ ର ରାଜରାସ୍ତା ରେ ଜଳାପୋଡ଼ା ଦେଖାଯାଇ ଥିଲା l ଏବଂ ମଙ୍ଗଳବାର ଦିନ ପ୍ରଦର୍ଶନକାରୀ ରାଷ୍ଟ୍ରପତି ଭଵନ ଉପରେ କବଜା କରିଛନ୍ତି l

କିନ୍ତୁ ପ୍ରଦର୍ଶନକାରୀ ଙ୍କ ପକ୍ଷରୁ କୁହାଯାଇଛି ଯେ ଏହି ପ୍ରଦର୍ଶନ କେବଳ ସୋସିଆଲ ମିଡ଼ିଆ ବ୍ୟାନ କୁ ନେଇ ନୁହେଁ, ଏହା ବ୍ୟାପକ ଭ୍ରଷ୍ଟାଚାର , ବେରୋଜଗାରୀ ଏବଂ ଦେଶରେ ବୃଦ୍ଧି ହେଉଥିବା ଆର୍ଥିକ ଅବ୍ୟବସ୍ଥା କୁ ନେଇ ଯୁବକ ମାନେ ଉତେଜିତ ହୋଇ  ହିଂସା ପ୍ରଦର୍ଶନ କରି ଆସୁଛନ୍ତି l ଏହି ପ୍ରଦର୍ଶନକାରୀ ଯୁବକ ସଂଗଠନ ମାନଙ୍କୁ ନେପାଳ ସେଲିବ୍ରେଟିଜ ଏବଂ ମାନାବାଧିକାର ସଂଗଠନ ମାନଙ୍କ ନିକଟରୁ ସମର୍ଥନ ମିଳିଛି l

Leave A Reply