ଆଜି ମଧ୍ୟ ଆମ ମନରେ କନଫିୟୁଜିଆନ ରହିଛି ଚିନି ଏବଂ ଗୁଡ଼ କୁ ନେଇ, ମିଠା ପ୍ରେମୀ ଯିଏକି ନିଜ ହେଲଥ କୁ ନେଇ ସଚେତନ ସେମାନେ କେଉଁଟିକୁ ନିଜ ଖାଇବାରେ ସାମିଲ କରିବେ ବୋଲି ସବୁବେଳେ ଚିନ୍ତା କରିଥାଆନ୍ତି, ତେଣୁ ଅନେକ ଭାବନ୍ତି ଯେ ଗୁଡ଼ ପ୍ରାକୃତିକ ଏବଂ ବିନା ରିଫାଇଣ୍ଡ ଯୁକ୍ତ ବୋଲି, ତେଣୁ ସେମାନେ ଚିନି ସ୍ଥାନରେ ଗୁଡ଼ ଖାଇବାକୁ ପସନ୍ଦ କରନ୍ତି l କିନ୍ତୁ ସତରେ କଣ ଗୁଡ଼ ଧଳା ଚିନି ଠାରୁ ଅଧିକ ସ୍ୱାସ୍ଥ୍ୟକର କି ?
ଏହାକୁ ନେଇ ହେଲଥ ଏକ୍ସପର୍ଟ କରନ ସରିନ କହିଛନ୍ତି ଯେ ଯଦି କେହି ମଧୁମେହ ରେ ପୀଡିତ ଅଛନ୍ତି ତେବେ ଇନ୍ସୁଲିନ ରେଜିଷ୍ଟନ୍ସ କୁ ଦେଖି ଏବଂ ନିଜ ମେଟାବୋଲିଯିମ ସ୍ଥିର ରଖିବା ପାଇଁ ଗୁଡ଼ ମଧ୍ୟ ଚିନି ଭଳି ଅଟେ l
– ଗୁଡ଼ ଅଧିକ ପ୍ରାକୃତିକ କିମ୍ବା ଦେଶୀ ଲାଗିପାରେ କିନ୍ତୁ ଏହାଦ୍ୱାରା ଆପଣଙ୍କ ଶରୀର କୁ କୌଣସି ଫରକ ପଡିବ ନାହିଁ, ଯେତେବେଳେ ଆମ ଶରୀରକୁ କୌଣସି ମିଠା ଜିନିଷ ଯାଇଥାଏ ସେତେବେଳେ ତାହା ଶରୀରରେ କେବଳ ଗ୍ଲୁକୋଜ ଏବଂ ଫ୍ରୁକ୍ଟୋସ କୁ ଜାଣି ପାରିଥାଏ ଏବଂ ସେହିଭଳି ଋଆକ୍ସନ କରିଥାଏ l ରିଫାଇଣ୍ଡ ସମ୍ପୂର୍ଣ ଭାବରେ ସୁକ୍ରଯ ହୋଇଥାଏ, ଯେବେକି ଗୁଡ଼ ରେ ସାମାନ୍ୟ ଆଇରନ , ପୋଟାସିୟମ, ମଗ୍ନେଶୀୟମ ଏବଂ କିଛିଟା ଆଣ୍ଟି ଆକ୍ସିଡେଣ୍ଟ ରହିଥାଏ, କାହିଁକିନା ଏହାକୁ ଅଧିକ ପ୍ରୋସେସଡ଼ କରାଯାଇ ନଥାଏ l
– କିନ୍ତୁ ପ୍ରକୃତ କଥାଟି ହେଲା ଗୁଡ଼ ହେଉ କି ଚିନି ଉଭୟଙ୍କୁ ସୀମିତ ମାତ୍ରାରେ ସେବନ କରିବା ଜରୁରୀ, ବିଶେଷ ଭାବରେ ସେହି ସମୟ ରେ ଯେତେବେଳେ ଆପଣଙ୍କୁ ମଧୁମେହ କୌଣସି ପ୍ରକାରର ସ୍ୱାସ୍ଥ୍ୟଗତ ସମସ୍ୟା ନଥାଏ l
– ଯଦି ଆପଣ ଗୁଡ଼ କୁ ସଠିକ ଭାବରେ ଦେଖିବେ ତେବେ ଜାଣିପାରିବେ ଯେ ଏଥିରେ ଅଧିକାଂଶ ଅଂଶ ଚିନି ହିଁ ରହିଥାଏ, ବିଶେଷ ଭାବରେ ଗୁଡ଼ ରେ ୬୫-୯୦ ପ୍ରତିଶତ ଶୁକ୍ରଜ ରହିଥାଏ, ଏହା ଗୁଡ଼ାର କିସମ ଉପରେ ନିର୍ଭର କରିଥାଏ, ତେଣୁ କ୍ୟାଲୋରୀ କଥା ଯଦି ଦେଖିବା ତେବେ କ୍ୟାଲୋରୀ ମାମଲାରେ ଉଭୟ ସମାନ l
– ଯଦି ଆମେ କହିବା ଗ୍ଲାଇସେମିକ ଇଣ୍ଡେକ୍ସ ତେବେ ଧଳା ଚିନି ରେ ପାଖାପାଖି ୬୫ ପ୍ରତିଶତ ରହିଥାଏ ଏବଂ ଗୁଡ଼ ରେ ୮୪ ପ୍ରତିଶତ ରହିଥାଏ l ଏହାର ଅର୍ଥ ଗୁଡ଼ ଧଳା ଚିନି ତୁଳନାରେ ରକ୍ତ ଶର୍କରା ଅଧିକ ବୃଦ୍ଧି କରିଥାଏ l
– ଏହାର ଅର୍ଥ ଆପଣଙ୍କ ଶରୀର ପାଇଁ ଗୁଡ଼ ଏବଂ ଚିନି ଉଭୟ ସମାନ ପ୍ରଭାବ ପକାଇ ଥାଆନ୍ତି l