Odisha news

ସଦଚାର ଓ ପାରଦର୍ଶିତା ବୃଦ୍ଧି ପାଇଁ ସତର୍କତା ସଚେତନତା ସେମିନାର

0

ଖୋର୍ଦ୍ଧା ରୋଡ଼, 20 ଅଗଷ୍ଟ 2025  : ସତର୍କତା ସଚେତନତା ସପ୍ତାହ 2025 ପାଳନକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ମଣ୍ଡଳ ରେଳବାଇ ପ୍ରବନ୍ଧକଙ୍କ କାର୍ଯ୍ୟାଳୟରେ ଏକ ସେମିନାର ଆୟୋଜିତ ହୋଇଯାଇଅଛି ଯାହା ରେଳ ପ୍ରଶାସନରେ ସଦଚାର ଓ ପାରଦର୍ଶିତାର ବିକାଶ କରିବା ଉଦ୍ଦେଶ୍ୟ ନେଇ ଆୟୋଜିତ ହୋଇଥିଲା ।

ସେମିନାରରେ ରେଳବିଭାଗର ସ୍ୱାସ୍ଥ୍ୟ (Medical), ଭଣ୍ଡାର (ଷ୍ଟୋରସ) ଓ ଲେଖା (ଆକାଉଣ୍ଟସ୍ ) ବିଭାଗ ସହିତ ସଂପୃକ୍ତ ବିଜିଲାନ୍ସ ସମସ୍ୟାବଳୀ ଉପରେ ଆଲୋଚନା ହୋଇଥିଲା । ଏହି ଆୟୋଜନ ମାଧ୍ୟମରେ ଏକ ନୀତିନିଷ୍ଠା, ଦାୟିତ୍ୱବୋଧ ଓ ନୀତିଗତ ଆଚରଣ ଭିତ୍ତିକ ସଂସ୍କୃତି ସୃଷ୍ଟି କରିବାର ଉଦ୍ଦେଶ୍ୟ ରହିଛି ।

ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ପରିଚାଳନା) ଶ୍ରୀ ଶୁଭ୍ରଜ୍ୟୋତି ମଣ୍ଡଳ ଯୋଗଦାନ କରି ସତର୍କତା ସମ୍ବନ୍ଧରେ ତାଙ୍କର ଅନୁଭବ ଓ ଅନୁପ୍ରେରଣାଦାୟକ ମତ ବ୍ୟକ୍ତ କରିଛନ୍ତି । ଶ୍ରୀ ମଣ୍ଡଳ କହିଛନ୍ତି ଯେ, ସୁଶାସନ ଓ କ୍ଷମତାଶୀଳ ସେବା ପ୍ରଦାନ ପାଇଁ ସତର୍କତା ଅତ୍ୟନ୍ତ ଆବଶ୍ୟକ ଉପାଦାନ ।  ସ୍ୱାସ୍ଥ୍ୟ (Medical), ଭଣ୍ଡାର (ଷ୍ଟୋରସ) ଓ ଲେଖା (ଆକାଉଣ୍ଟସ୍ ) ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ ଓ ନିଜ ମତ ପ୍ରକାଶ କରିବା ସହ ସ୍ଵଛ ସୁଶାସନ ପାଇଁ ସେମାନଙ୍କର ମତ ରଖିଥିଲେ ।

ସତର୍କତା ସଚେତନତା 2025 କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଆୟୋଜିତ ସେମିନାରକୁ ପୂର୍ବତଟ ରେଳପଥ ଉପମୁଖ୍ୟ ସତର୍କତା ଅଧିକାରୀ ଶ୍ରୀ ରମେଶ କାମିନି ପରିଚାଳନା କରିବା ସହ ସମସ୍ତ ବିଭାଗରେ ସ୍ୱଚ୍ଛତା ଓ ପ୍ରତିଷେଧକ ସଜାଗତାର ଉନ୍ନତି ଆଣିବା ପାଇଁ ଦୃଢ଼ ମତ ରଖିଥିଲେ ।

ଏହି ପ୍ରୟାସ ରେଳ ମଣ୍ଡଳରେ ସଦଚାର, ପାରଦର୍ଶିତା ଓ ଦାୟିତ୍ୱବୋଧ ର ମୂଳ୍ୟବୋଧ କୁ ସୁଦୃଢ କରିବା ପ୍ରତି ଖୋର୍ଦ୍ଧାରୋଡ୍ ମଣ୍ଡଳର ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିବିମ୍ବିତ କରିଛି ।

Leave A Reply