Odisha news

ରିଲାଏନ୍ସ ଜିଓର ପ୍ଲାନଗୁଡ଼ିକ ସବୁଠାରୁ ଶସ୍ତା : ବିଏନପି ପାରିବାସ ରିପୋର୍ଟ

0

– କମ୍ ମୂଲ୍ୟରେ ଅଧିକ ଡାଟା ପ୍ରଦାନ କରୁଛି ଜିଓରିପୋର୍ଟ

– ସବୁଠାରୁ ଲୋକପ୍ରିୟ ୭୯୯ ଟଙ୍କାର ପ୍ଲାନ ଜାରି ରହିଛିଜିଓ

– ସୁଲଭ ଏବଂ ସୁବିଧାଜନକ ରିଚାର୍ଜ ପ୍ଲାନଗୁଡ଼ିକ ସମ୍ପ୍ରତି ଜାରି ରହିବଜିଓ

ନୂଆଦିଲ୍ଲୀ / ଭୁବନେଶ୍ୱର: ରିଲାଏନ୍ସ ଜିଓର ଟାରିଫ୍ ପ୍ଲାନଗୁଡ଼ିକ ଅନ୍ୟ ଟେଲିକମ୍ ଅପରେଟରମାନଙ୍କ ତୁଳନାରେ ସବୁଠାରୁ ଶସ୍ତା ରହିଛି। ଅଗ୍ରଣୀ ବିଶ୍ଳେଷକ ସଂସ୍ଥା ବିଏନପି ପାରିବାସ ଏହାର ରିପୋର୍ଟରେ କହିଛି ଯେ ସମ୍ପ୍ରତି ଟାରିଫ୍ ପରିବର୍ତ୍ତନ ସତ୍ତ୍ୱେ, ଜିଓର ଲୋକପ୍ରିୟ ପ୍ଲାନଗୁଡ଼ିକ ସବୁଠାରୁ ଶସ୍ତା ରହିବା ସହିତ ଅଧିକ ଡାଟା ପ୍ରଦାନ କରୁଛି।

ରିପୋର୍ଟରେ ପ୍ରକାଶ ପାଇଛି ଯେ ଟେଲିକମ୍ କ୍ଷେତ୍ରର ସମସ୍ତ ତିନୋଟି ପ୍ରମୁଖ କମ୍ପାନୀ, ଜିଓ,​​ଏୟାରଟେଲ୍ ଏବଂ ଭୋଡାଫୋନ୍ ଆଇଡିଆର ପ୍ରବେଶ ସ୍ତରର ପ୍ଲାନଗୁଡ଼ିକ ଏବେ ୨୯୯ ଟଙ୍କା ହୋଇଯାଇଛି। କିନ୍ତୁ ସମାନ ମୂଲ୍ୟ ସତ୍ତ୍ୱେ ରିଲାଏନ୍ସ ଜିଓ ଗ୍ରାହକମାନେ ଅଧିକ ଡାଟା ପାଉଛନ୍ତି।

ବିଏନପି ପାରିବାସ ପକ୍ଷରୁ ଏକ ସାରଣୀ ଜାରି କରି କୁହାଯାଇଛି ଯେ ଯଦି ଆମେ ମୂଲ୍ୟ ଉପରେ ନଜର ପକାଇବା, ତେବେ ରିଲାଏନ୍ସ ଜିଓ ୨୯୯ ଟଙ୍କାର ୨୮ ଦିନିଆ ପ୍ଲାନରେ ପ୍ରତିଦିନ ୧.୫ ଜିବି ଡାଟା ପ୍ରଦାନ କରୁଥିବା ବେଳେ ଏୟାରଟେଲ ଏବଂ ଭୋଡାଫୋନ ଆଇଡ଼ିଆ ଗ୍ରାହକମାନଙ୍କୁ ୨୯୯ ଟଙ୍କା ପ୍ଲାନରେ ପ୍ରତିଦିନ କେବଳ ୧ ଜିବି ଡାଟା ପ୍ରଦାନ କରୁଛନ୍ତି।

ଯଦି ଆମେ ଏହାକୁ ଅନ୍ୟ ଭାବରେ ଦେଖିବା, ରିଲାଏନ୍ସ ଜିଓର ୨୮ ଦିନର ୧.୫ ଜିବି ପ୍ରତିଦିନ ପ୍ଲାନ ପାଇଁ ୨୯୯ ଟଙ୍କା ଦେବାକୁ ପଡୁଥିବା ବେଳେ ଏୟାରଟେଲ ଏବଂ ଭୋଡାଫୋନ ଆଇଡ଼ିଆ ସମାନ ଅବଧିର ୧.୫ ଜିବି ପ୍ଲାନ ପାଇଁ ୫୦ ଟଙ୍କା ଅଧିକ ଅର୍ଥାତ୍ ୩୪୯ ଟଙ୍କା ନେଉଛନ୍ତି।

ସେହିଭଳି ଏୟାରଟେଲ ଏବଂ ଭୋଡାଫୋନ ଆଇଡ଼ିଆ ଟେଲିକମ ଶିଳ୍ପର ସବୁଠାରୁ ଲୋକପ୍ରିୟ ପ୍ଲାନ ମଧ୍ୟରୁ ଅନ୍ୟତମ, ୮୪ ଦିନ ଅବଧିର ଦୈନିକ ୧.୫ ଜିବି ଡାଟା ପ୍ଲାନ ପାଇଁ ୮୫୯ ଟଙ୍କା ନେଉଥିବା ବେଳେ ଜିଓ ସମାନ ଅବଧି ଓ ଡାଟା ପ୍ଲାନ ପାଇଁ ଗ୍ରାହକଙ୍କଠାରୁ ୬୦ ଟଙ୍କା କମ୍ ଅର୍ଥାତ୍ କେବଳ ୭୯୯ ଟଙ୍କା ନେଉଛି।

ରିଲାଏନ୍ସ ଜିଓର ଏହି ୭୯୯ ଟଙ୍କାର ରିଚାର୍ଜ ପ୍ଲାନ ବନ୍ଦ ହୋଇଥିବା ଖବରକୁ କମ୍ପାନୀ ଖଣ୍ଡନ କରିଛି। ଏକ ବିବୃତ୍ତିରେ, କମ୍ପାନୀ ସୂଚନା ଦେଇଛି ଯେ “ଜିଓର ୭୯୯ ଟଙ୍କାର ପ୍ଲାନ୍ ଫୋନ୍‌ପେ, ଗୁଗୁଲ୍ ପେ, ପେଟିଏମ୍ ସମେତ ଅନେକ ଲୋକପ୍ରିୟ ପେମେଣ୍ଟ ପ୍ଲାଟଫର୍ମରେ ରିଚାର୍ଜ ପାଇଁ ଉପଲବ୍ଧ। ଏହାକୁ କମ୍ପାନୀର ୱେବସାଇଟ୍ ଏବଂ ଆପ୍‌ରେ ମଧ୍ୟ ରିଚାର୍ଜ କରାଯାଇପାରିବ। ଜିଓ ସବୁ ପ୍ରକାରର ଆବଶ୍ୟକତା ଅନୁଯାୟୀ ସୁଲଭ ଏବଂ ସୁବିଧାଜନକ ରିଚାର୍ଜ ବିକଳ୍ପଗୁଡ଼ିକର ଏକ ବ୍ୟାପକ ରେଞ୍ଜ ପ୍ରଦାନ କରିବାକୁ ପ୍ରତିବଦ୍ଧ ରହିଛି।”

Leave A Reply