ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଙ୍କ ଉପରେ ଆଜି ସକାଳ ତାଙ୍କ ଆବାସ ରେ ଆୟୋଜିତ ଜନଶୁଣାଣୀ କାର୍ଯ୍ୟକ୍ରମ ସମୟ ରେ ଆକ୍ରମଣ ହୋଇଯାଇଛି, ଆକ୍ରମଣକାରୀ ଯିଏକି ନିଜକୁ ଜଣେ ଅଭିଯୋଗକାରୀ ବୋଲି ବୈଠକ କୁ ଯାଇଥିଲେ, ଏବଂ ଅଚାନକ ଭାବରେ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ କରି ବସିଥିଲେ, କିନ୍ତୁ ସୁରକ୍ଷାକର୍ମୀ ମାନେ ଅଚାନକ ଭାବରେ ତାକୁ କାବୁ କରି ନେଇଥିଲେ l ଏବଂ ରେଖା ଗୁପ୍ତା ଙ୍କୁ ଅଚାନକ ଡାକ୍ତରଖାନା ରେ ଭର୍ତି କରାଯାଇଥିଲା l
ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ କାରି ୪୧ ବର୍ଷୀୟ ଅଟନ୍ତି ଏବଂ ଜନଶୁଣାଣୀ ସମୟ ରେ ନିଜ ହାତରେ କିଛି କାଗଜପତ୍ର ସାଙ୍ଗରେ ନେଇ ଆସିଥିଲା, ଅଭିଯୁକ୍ତ କାଗଜପତ୍ର ଦେଖାଇବା ବାହାନାରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଙ୍କ ସହିତ କଥା ହୋଇଥିଲେ, ଏବଂ ଅଚାନକ ଭାବରେ ତାଙ୍କ ଉପରେ ଆକ୍ରମଣ କରିଦେଲା l ସୂଚନା ଅନୁସାରେ ଅଭିଯୁକ୍ତ ତାଙ୍କୁ ଚାପୁଡ଼ା ମାରିବା ସହିତ ତାଙ୍କ ଚୁଟି କୁ ଘୋଷାରି ମାରିଥିଲା l
ଦିଲ୍ଲୀ ବିଜେପି ଅଧକ୍ଷ ବୀରେନ୍ଦ୍ର ସଚଦେବ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଙ୍କ ଆକ୍ରମଣ କୁ ନେଇ ନିନ୍ଦା କରିଛନ୍ତି, ଏବଂ କହିଛନ୍ତି ଯେ ରାଜନୀତି ରେ ହିଂସା ର କୌଣସି ସ୍ଥାନ ନାହିଁ , ଯେତେବେଳେ କୌଣସି ବ୍ୟକ୍ତି ଦିନକୁ ୧୮ ଘଣ୍ଟା କାମ କରୁଛନ୍ତି l ଆମ ଆଦମୀ ପାର୍ଟି ନେତା ଏବଂ ଦିଲ୍ଲୀ ର ପୂର୍ବ ମୁଖ୍ୟମନ୍ତ୍ରୀ ଅତିଶି ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି l ସେ କହିଛନ୍ତି ଯେ ଲୋକତନ୍ତ୍ର ରେ ଅସହମତି ଏବଂ ବିରୋଧ ର ସ୍ଥାନ ରହିଛି ହେଲେ ହିଂସା ର କୌଣସି ସ୍ଥାନ ନାହିଁ ବୋଲି କହିଛନ୍ତି l