Odisha news

ପ୍ରଦେଶ ସେବା ସଂଗଠନର ରକ୍ତଦାନ ଶିବିର ୪୦ୟୁନିଟ୍ ରକ୍ତ ସଂଗୃହିତ

0

ତିହିଡି-୨୦-୮-(ଯଦୁମଣି ପାଣିଗ୍ରାହୀ) ପ୍ରଦେଶ ସେବା ସଂଗଠନ, ପୀରହାଟ ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଶିବିରରୁ ମୋଟ ୪୦ୟୁନିଟ୍ ରକ୍ତ ସଂଗୃହିତ ହୋଇଛି । ପୀରହାଟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡା.ହୃଷିକେଶ ସାହୁ, ଶିବିରକୁ ନିଜେ ରକ୍ତଦାତା ହୋଇ ଉଦ୍ଘାଟନ କରିଥିବା ବେଳେ ସଂଗଠନର ଉପଦେଷ୍ଟା ତଥା ବରିଷ୍ଠ ଆଇନ୍ଜୀବି ବିଷ୍ଣୁଚରଣ ଦାଶ ନିଜେ ରକ୍ତ ଦେବା ସହିତ ରକ୍ତଦାନର ଆବଶ୍ୟକତା ଉପରେ ସାମାଜିକ ସଚେତନତା ରକ୍ତଦାତାଙ୍କ ମଧ୍ୟରେ ସୃଷ୍ଟି କରିଥିଲେ । ଭଦ୍ରକ ରକ୍ତ ଭଣ୍ଡାରର ଜିଲ୍ଲା ସଂଯୋଜକ ରତିକାନ୍ତ ବଳଙ୍କ ସମେତ ତାରିଣୀ ଜେନା, ମାନସ ପଣ୍ଡା ଓ ଅରୁଣ ପରିଡା ପ୍ରମୁଖ ଡା. ହୃଷିକେଶ ସାହୁଙ୍କ ତତ୍ୱାବଧାନରେ ରକ୍ତ ସଂଗ୍ରହ କରିଥିଲେ । ସଂଗଠନର ସଭାପତି ରଂଜନ ମିଶ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଶିବିରକୁ ସଂପାଦିକା ଶୁଭଦ୍ରା ଭାରତୀ, କୋଷାଧ୍ୟକ୍ଷ ଆର୍ତବଲ୍ଲଭ ବାରିକ୍, କାର୍ଯ୍ୟକ୍ରମ ନୀରିକ୍ଷିକା ସୁପ୍ରଭା ମିଶ୍ର, ସବିତା ମହାନ୍ତି, ଗୌତମ ମିଶ୍ର, ପ୍ରଫୁଲ୍ଲ ସାହୁ, ଆଇନଜୀବି ଦୀପକ ଦାସ, ଆଲୋକ ବିକାଶ ପ୍ରିୟଦର୍ଶୀ, ମାଧବାନନ୍ଦ ପଶୁପାଳକ, ଅକ୍ଷୟ ରଣା, ରାଜେନ୍ଦ୍ର ବାରିକ୍, ଭାଗିରଥି ମହାନ୍ତି, ପବିତ୍ର ମୋହନ ବାରିକ୍, ଧୀରେନ୍ଦ୍ର ବାରିକ୍, ନରେନ୍ଦ୍ର ମହାନ୍ତି, ସୁନୀଲ ରାଉତ, ତପନ ମହାନ୍ତି, ଚଗୁଲୁ ବାରିକ୍, ଗୋଲକ ସେଠୀ, ସନ୍ଥ ସେଠୀ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶିବିରରୁ ସଂଗୃହିତ ରକ୍ତ ରୋଗ ଶଯ୍ୟାରେ ପଡିଥିବା ଅସହାୟ ରୋଗୀର ଜୀବନ ବଂଚାଉଥିବାରୁ ଏହି ଭଳି ଶିବିର ଆଂଚଳିକ ସ୍ତରରେ ଅଧିକରୁ ଅଧିକ ଆୟୋଜନ କରି ଜିଲ୍ଲାରେ ଥିବା ରକ୍ତ ସଙ୍କଟ ଦୂର କରିବା ପାଇଁ ସଂଗଠନର ଉପଦେଷ୍ଟା ଧୃବଚରଣ ପାଣିଗ୍ରାହୀ ସମସ୍ତ ରକ୍ତଦାତା ଓ ଉପସ୍ଥିତ ଯୁବପୀଢିଙ୍କୁ ଅନୁରୋଧ କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

Leave A Reply