Odisha news

ନାଲକୋ ପକ୍ଷରୁ “ମିଡିଆ କନେକ୍ଟ ୨୦୨୫” ଆୟୋଜିତ

0

ଭୁବନେଶ୍ୱର, ୧୯ଅଗଷ୍ଟ୨୦୨୫: ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ନବରତ୍ନ ଲୋକ ଉଦ୍ୟୋଗ, ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲକୋ) ପକ୍ଷରୁ ଆଜି ଭୁବନେଶ୍ୱର ଠାରେ “ମିଡିଆ କନେକ୍ଟ୨୦୨୫” ଆୟୋଜିତ ହୋଇଛି।ଏହି କାର୍ୟ୍ୟକ୍ରମରେ ରାଜ୍ୟର ପ୍ରମୁଖ ଗଣ ମାଧ୍ୟମ ଓ ଯୋଗା ଯୋଗ ସଂସ୍ଥା ଯୋଗ ଦେଇଥିଲେ।
ଏହି ବୈଠକରେ ନାଲକୋ ଅଧ୍ୟକ୍ଷ-ତଥା-ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ ଉପସ୍ଥିତ ରହି ନିଜର ମତ ବିନିମୟ କରିଥିଲେ।ଏଥି ସହ, ନାଲକୋର ନିର୍ଦ୍ଦେଶକ ମଣ୍ଡଳୀ ଯଥା,ନିର୍ଦ୍ଦେଶକ (ଉତ୍ପାଦନ) ଶ୍ରୀ ପଙ୍କଜ କୁମାର ଶର୍ମା, ନିର୍ଦ୍ଦେଶକ (ପ୍ରକଳ୍ପ ଏବଂ ବୈଷୟିକ) ଶ୍ରୀ ଜଗଦୀଶ ଆରୋରା, ନିର୍ଦ୍ଦେଶକ (ମାନବସମ୍ବଳ) ଡକ୍ଟର ତାପସ କୁମାର ପଟ୍ଟନାୟକ ଏବଂ ନିର୍ଦ୍ଦେଶକ (ଅର୍ଥ) ଶ୍ରୀ ଅଭୟ କୁମାର ବେହୁରିଆ ମଧ୍ୟ ଉପସ୍ଥିତ ଥିଲେ। ପ୍ରାରମ୍ଭରେ, କାର୍ୟ୍ୟ ନିର୍ବାହୀ ନିର୍ଦ୍ଦେଶକ (ମାନବସମ୍ବଳ) ଶ୍ରୀ ଆଶୁତୋଷ ରଥ ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ ସ୍ୱାଗତ ଜଣାଇବାସହ କମ୍ପାନୀର କାର୍ୟ୍ୟ କଳାପ ଏବଂ ସଫଳତା ସମ୍ବନ୍ଧରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ।
ସମାବେଶକୁ ସମ୍ବୋଧିତ କରିବା ଅବସରରେ, ସିଏମଡି ଶ୍ରୀ ସିଂହ ଆଲୁମିନିୟମ ଏବଂ ଧାତୁ ଶିଳ୍ପର ସାମଗ୍ରିକ ବିକାଶପ୍ରତି କମ୍ପାନୀର ପ୍ରତିବଦ୍ଧତା ତଥା ପରିପାର୍ଶ୍ଵିକ ଅଂଚଳର ବିକାଶରେ କମ୍ପାନୀର ଯୋଗଦାନ ସମ୍ପର୍କରେ ଆଲୋକପାତ କରିଥିଲେ।କମ୍ପାନୀ ପ୍ରତି ରହିଥିବା ଆସ୍ଥା, ବିଶ୍ୱାସ ଓ ସହଯୋଗ ନିମନ୍ତେ ସେ ଖଣି ମନ୍ତ୍ରଣାଳୟ, ଭାରତ ସରକାର, ରାଜ୍ୟ ସରକାର ତଥା ସମସ୍ତ ଅଂଶୀଦାର ମାନଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇ ଥିଲେ।ଗଣ ମାଧ୍ୟମ ଏବଂ କମ୍ପାନୀ ମଧ୍ୟରେ ଦୃଢ଼ ସହଭାଗୀତା ମାଧ୍ୟମରେ ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ଦିଗରେ କାର୍ୟ୍ୟ କରିବା ନିମନ୍ତେ ସେ ଗରୁତ୍ତ୍ୱାରୋପ କରିଥିଲେ
ମିଡିଆ କନେକ୍ଟ ୨୦୨୫ ଦ୍ୱାରା ଗଣମାଧ୍ୟମ ପ୍ରତିନିଧି ଏବଂ କମ୍ପାନୀର ନେତୃତ୍ୱ ମଣ୍ଡଳୀଙ୍କ ମଧ୍ୟରେ କମ୍ପାନୀର ଦୃଷ୍ଟି କୋଣ, ଅଭିବୃଦ୍ଧି ପଥ, ଆଗାମୀ ପ୍ରକଳ୍ପ ଏବଂ ସିଏସଆର ପଦକ୍ଷେପ ବିଷୟରେ ଆଲୋଚନା ହୋଇ ପାରିଛି।ପାରସ୍ପରିକ ସହଯୋଗ ମାଧ୍ୟମରେ ଅଂଶୀଦାର ମାନଙ୍କ ସହିତ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ନାଲକୋର ଆଭିମୁଖ୍ୟକୁ ଗଣମାଧ୍ୟମ ସମ୍ପ୍ରଦାୟ ଦ୍ୱାରା ପ୍ରଶଂସା କରାଯାଇଥିଲା।

 

Leave A Reply