Odisha news

ଟ୍ରେନ ସମ୍ଭଧୀୟ ଗୁରୁତ୍ୱ ପୂର୍ଣ ସୂଚନା : ସୁରକ୍ଷା କାର୍ଯ୍ୟ ଯୋଗୁଁ ଅସ୍ଥାୟୀ ରୂପେ ଟ୍ରେନ ସେବା ବାତିଲ।

0

ଭୁବନେଶ୍ୱର, 16.08.2025 : ସୁରକ୍ଷା ବୃଦ୍ଧି, କାର୍ଯ୍ୟକ୍ଷମ ଦକ୍ଷତା ବୃଦ୍ଧି ଏବଂ ଉତ୍ତମ ଟ୍ରେନ ପରିଚାଳନା କ୍ଷମତା ପ୍ରଦାନ କରିବା ପାଇଁ, ପୂର୍ବ ତଟ ରେଳପଥ ଖୋର୍ଦ୍ଧା ରୋଡ୍ ଡିଭିଜନର ରାହାମା, ବଡ଼ବନ୍ଧ ଏବଂ ପାରାଦୀପ ଷ୍ଟେସନରେ ପ୍ରି-ନନ୍ ଇଣ୍ଟରଲକିଂ (ପ୍ରି-ଏନ୍ଆଇ) ଏବଂ ନନ୍ ଇଣ୍ଟରଲକିଂ (ଏନ୍ଆଇ) କାର୍ଯ୍ୟ କରିବ। ବଡ଼ବନ୍ଧ ଷ୍ଟେସନରେ ଏକ ଅତିରିକ୍ତ ଲୁପ୍ ଲାଇନ ଯୋଗାଇବା ସହିତ ରାହାମା-ପାରାଦୀପ ସେକ୍ସନ ମଧ୍ୟରେ ଅଟୋ-ସିଗ୍ନାଲିଂ ସିଷ୍ଟମକୁ କାର୍ଯ୍ୟକାରୀ କରିବା ପାଇଁ ନିମ୍ନଲିଖିତ ଟ୍ରେନଗୁଡ଼ିକ 16 ଅଗଷ୍ଟରୁ 20 ଅଗଷ୍ଟ 2025 ପର୍ଯ୍ୟନ୍ତ ବାତିଲ ରହିବ।
ଟ୍ରେନ୍ ନମ୍ବର 68435/68436 କଟକ-ପାରାଦୀପ-କଟକ ମେମୁ ପାସେଞ୍ଜର ଟ୍ରେନ ଏବଂ 58405/58405 କଟକ-ପାରାଦୀପ-କଟକ ପାସେଞ୍ଜର ଟ୍ରେନ ଉଭୟ ପଟୁ ବାତିଲ ରହିବ। ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି ଯେ, ଏହି ପରିବର୍ତ୍ତନଗୁଡିକୁ ପ୍ରତି ଧ୍ୟାନ ଦିଅନ୍ତୁ ।

Leave A Reply