ଘର କିଣିବାକୁ ଇଚ୍ଛା ରଖିଥିବା ଲୋକଙ୍କୁ SBI ର ବଡ଼ ଝଟକା , RBI ନିକଟରୁ ରେପୋ ରେଟ ହ୍ରାସ ସତ୍ୱେ ବୃଦ୍ଧି କଲା ହୋମ୍ ଲୋନ
ଘର କିଣିବାକୁ ଇଚ୍ଛା ରଖିଥିବା ଲୋକଙ୍କ ସ୍ବପ୍ନ କୁ ଲାଗିଲା ବଡ଼ ଝଟକା, ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ ଦେଲା ଝଟକା, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ହୋମ ଲୋନ କୁ ସୁଧ ଦର ବୃଦ୍ଧି କରିବାର ନିଷ୍ପତି ନେଇଛି, ସୁଧ ଦର ଉପରେ ବ୍ୟାଙ୍କ ପକ୍ଷରୁ ୨୫ ବେସିସ ପଏଣ୍ଟ ର ବୃଦ୍ଧି କରିଛି, ପ୍ରଥମେ ଏସବିଆଇ ର ହୋମ ଲୋନ ର ସୁଧ ୭.୫୦ % ରୁ ୮.୪୫ % ମଧ୍ୟରେ ଥିଲା, କିନ୍ତୁ ବର୍ତମାନ ଏହା ୭.୫୦ % ରୁ ୮.୭୦ % କୁ ବୃଦ୍ଧି ହୋଇଛି l
ସୂଚନାଯୋଗ୍ୟ ଯେ ଜୁଲାଇ ରେ ମଧ୍ୟ ଏସବିଆଇ ର ସୁଧ ଦର ରେଞ୍ଜ ୭.୫୦ % ରୁ ୮.୪୫ % ଥିଲା ଏହି ନୂତନ ପରିବର୍ତ୍ତନ ପରେ ବର୍ତମାନ ନୂଆ ଗ୍ରାହକ ଙ୍କୁ ୭.୫୦ % ରୁ ୮.୭୦ % ପର୍ଯ୍ୟନ୍ତ ସୁଧ ଦେବାକୁ ପଡିବ l ଜୁଲାଇ ର ଶେଷ ଆଡକୁ ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ ମଧ୍ୟ ଋଣ ଦର ବୃଦ୍ଧି କରି ୭.୩୫ % ରୁ ୭.୪୫ % କରି ଦେଇଥିଲା l
ବ୍ୟାଙ୍କ ପକ୍ଷରୁ ଏହି ସୁଧ ହାର ଏଭଳି ସମୟ ରେ ବୃଦ୍ଧି ହୋଇଛି, ଯେତେବେଳେ ଅରବିଆଇ ରେପୋ ରେଟ ହ୍ରାସ କରି ଲୋକଙ୍କୁ ଆରାମ ଦେବାକୁ ଚାହୁଁଚି, ଏସବିଆଇ ର ଏହି ପଦକ୍ଷେପ ବିଶେଷ ଭାବରେ ସେହି ଗ୍ରାହକ ମାନଙ୍କୁ ପ୍ରଭାବିତ କରିବ ଯେଉଁ ମାନଙ୍କର କ୍ରେଡିଟ ସ୍କୋର କମ ସେମାନଙ୍କ ପାଇଁ ଏହା ଲାଗୁ କରାଯିବ l SBI ର ଏହି ପଦକ୍ଷେପ ଦ୍ୱାରା ଅନ୍ୟ ପବ୍ଲିକ ବ୍ୟାଙ୍କ ଗୁଡିକ ଗ୍ରାହକ ଙ୍କୁ ଋଣ ନେବାରେ ଅସୁବିଧା ଉପୁଯାଇ ପାରନ୍ତି ବୋଲି କୁହାଯାଉଛି l