ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଙ୍କର ସାକ୍ଷାତ ବର୍ତମାନ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି, ଯାହାକୁ ନେଇସାରା ବିଶ୍ୱରେ ଚର୍ଚା, ଏହି ସାକ୍ଷାକାର ରେ ଦୁଇ ମହାଶକ୍ତି ଙ୍କ ମଧ୍ୟରେ ସାକ୍ଷାତ୍କାର ଚାଲିଛି, କଣ ରହିବ ଗୁରୁତ୍ୱପୂର୍ଣ ନିଷ୍ପତି ତାହା ବିଶ୍ୱକୁ ଅଜଣା, ଏହି ସାକ୍ଷାତକାର ଆଲାସ୍କା ରେ ହୋଇଛି, ଏହା ସେହି ଆଲାସ୍କା ଯାହାକୁ ଆମେରିକା ରୁଷ ନିକଟରୁ ୧୮୬୭ ରେ ୭ .୨ ମିଲିଅନ ଡଲାର ରେ କିଣିଥିଲେ ଓ ସଂଯୁକ୍ତ ରାଷ୍ଟ୍ର ଆମେରିକା ରେ ଅନ୍ତର୍ଭୁକ୍ତ କରିଥିଲା l
ଏହି ସାକ୍ଷାତକାର ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଯେତେବେଳେ ପୁଟିନ ଙ୍କୁ ସ୍ୱାଗତ କରିଥିଲେ ସେତେବେଳେ ଡୋନାଲଡ ଟ୍ରମ୍ପ ଓ ପୁଟିନ ଙ୍କ ଉପରେ B -2 ନିୟୁକ୍ଳିଅର ଷ୍ଟିଲଥ ବମ୍ବର ସୁରକ୍ଷା ଦେଇ ଉଡାଣ ଭରିଥିଲା l ଆମେରିକା ନିଜର ସବୁଠୁ ଘାତକ ହତିଆର B -2 ନିୟୁକ୍ଳିଅର ଷ୍ଟିଲଥ ବମ୍ବରକୁ ରୁଷ କୁ ଦେଖାଇବାକୁ ପଛାଇ ନଥିଲା l ଆସନ୍ତୁ ଜାଣିବା ଏହାର କଣ ରହିଛି ବିଶେଷତା l
ଆଲାସ୍କା ଆମେରିକା ଓ ରୁଷ ମଧ୍ୟରେ ନିକଟତର ଅଞ୍ଚଳ ଅଟେ, ଏବଂ ଏହି ଅଞ୍ଚଳ ସୈନ୍ୟ ଗତିବିଧି ପାଇଁ ସମ୍ବେଦନଶୀଳ ଅଟେ, ହୋଇପାରେ ଏହା କୌଣସି କୂଟନୀତିକ ସନ୍ଦେଶ କିମ୍ବା ସୈନ୍ୟ ପ୍ରଦର୍ଶନ ର ଅଂଶ ଅଟେ l
– B -2 ନିୟୁକ୍ଳିଅର ଷ୍ଟିଲଥ ବମ୍ବର ଗୋଟିଏ ଅଦୃଶ୍ୟ ମୃତ୍ୟୁ ର ହତିଆର ଏଥିପାଇଁ କୁହାଯାଏ କାହିଁକିନା –
– ଏହାର ବିଶେଷ ଡିଜାଇନ ଓ କୋଟିଂ କାରଣରୁ ଏହା ଶତ୍ରୁ ପକ୍ଷର ରାଡ଼ାର ରେ ଆସି ନଥାଏ, ଏହାର ଆକାର ଏଭଳି ତିଆରି କରାଯାଇଛି ଯେ ଏହାର ତରଙ୍ଗ ରାଡ଼ାର ଆସିପାରିବ ନାହିଁ l
– ଏହି ବିମାନ ର ଆଉ ଗୋଟିଏ ବିଶେଷତା ହେଉଛି ଏହା ଏକ କାଳୀନ ୧୬ ଟି ପରମାଣୁ ବୋମା କୁ ବହନ କରିପାରିବ ଏବଂ ୮୦ ଟି ସାମାନ୍ୟ ବମ ମଧ୍ୟ ଧାରଣ କରିପାରିବ l ଏହା ଏକ ସାଙ୍ଗରେ ଲକ୍ଷ ଲକ୍ଷ ନଷ୍ଟ କରିବାର କ୍ଷମତା ରଖିପାରିବ l
– ଏହା ଏକ ସାଙ୍ଗରେ ୧୧ ହଜାର କିଲୋମିଟର ପର୍ଯ୍ୟନ୍ତ ଉଡାଣ ଭରି ପାରିବ, ଏବଂ ଖୁବ ସହଜ ରେ ଶତ୍ରୁ ରାଷ୍ଟ୍ରରେ ପଶି ପାରିବ l
– ଏହା ଦିନ ଏବଂ ରାତି ଉଭୟ ସମୟ ରେ ଆକ୍ରମଣ କରିପାରିବାରେ ସକ୍ଷମ ଅଟେ l ଏହା ଗତି ଓ ଉଚତା ଶତ୍ରୁ ପକ୍ଷକୁ ଅସୁବିଧାରେ ପକାଇପାରେ l
– B -2 ନିୟୁକ୍ଳିଅର ଷ୍ଟିଲଥ ବମ୍ବର ର ଲମ୍ବ ୬୯ ଫୁଟ, ଏହାର ବିନା ବମ ରେ ଓଜନ ୭୧, ୭୦୦ କିଲୋଗ୍ରାମ ଅଟେ , କିନ୍ତୁ ହତିଆର ସହିତ ୧.୭୦ ଲକ୍ଷ କିଲୋଗ୍ରାମ ପର୍ଯ୍ୟନ୍ତ ଓଜନ ନେଇ ଉଡାଣ ଭରିବାରେ ସକ୍ଷମ ଅଟେ l
ଶୀତଳ ଯୁଦ୍ଧ ସମୟ ରେ ସୋଭିଏତ ସଙ୍ଘ ବିରୁଦ୍ଧରେ ଆକ୍ରମଣ ପାଇଁ ଡିଜାଇନ କରାଯାଇଥିଲା , ଏହି ବମ୍ବର ଆଜି ମଧ୍ୟ ଦୁନିଆର ସବୁଠୁ ଘାତକ ସୈନ୍ୟ ହତିଆର ଅଟେ l