ପ୍ରକୃତରେ ପାକିସ୍ତାନ ଆର୍ମି ଚିଫ ଅସିମ ମୁନୀର ଦ୍ୱାରା ଆମେରିକାର ଭୂମିରୁ ପରମାଣୁ ଧମକ ଦେବାକୁ ଭାରତକୁ ଭୁଲିନାହିଁ, ଏହା କେବଳ ଗୋଟିଏ ଘଟଣା ନୁହେଁ ଏହା ଗୋଟିଏ ଶକ୍ତିଶାଳୀ ଦେଶ ପ୍ରତି ଆଉ ଗୋଟିଏ ଦେଶର ଖୋଲା ଚ୍ୟାଲେଞ୍ଜ ବୋଲି କହିଛନ୍ତି ଆମେରିକୀୟ ଏକ୍ସପର୍ଟ l କାହିଁକିନା ଟ୍ରମ୍ପ ଙ୍କ ମତଦାନ ଅଭିଯାନ ସମୟ ରେ ଆମେରିକା-ଭାରତ ସମ୍ବନ୍ଧ, ବିଶେଷ ଭାବରେ କ୍ୱାଡ଼ ଜରିଆରେ ଇଣ୍ଡୋ -ପେସିଫିକ ରଣନିତୀ ରେ ଚୀନ କୁ ଅଟକାଇବାର ଯୋଜନା ଆମେରିକାର ପ୍ରାଥମିକତା ଥିଲା l
ବର୍ତମାନ ଟାରିଫ ନୀତି ଏହାର ଗୋଟିଏ ସାଇଡ ଇଫେକ୍ଟ ଅଟେ, ଏକ୍ସପର୍ଟ କହିଥିଲେ ଯେ ଟ୍ରମ୍ପ ନିଜ ମନୋଭାବ କୁ ବଦଳାଇ ପାରେ , ଅଚାନକ ପାକିସ୍ତାନ ସହିତ ବ୍ୟବସାୟ ବଢାଇବା ଏବଂ ପାକିସ୍ତାନ ର ପ୍ରତ୍ୟେକ କାର୍ଯ୍ୟରେ ମୁଣ୍ଡ ପୁରାଇବା, ଏହି ହସ୍ତକ୍ଷେପ କୁ ନେଇ ପାକିସ୍ତାନ ଖୁସି ଅଛି, ଏବଂ ସେଥିପାଇଁ ସେ ଟ୍ରମ୍ପ ଙ୍କ ପାଇଁ ନୋବେଲ ପୁରସ୍କାର ପାଇଁ ସୁପାରିଶ କରିବା କିଛି ନୂଆ କଥା ନୁହେଁ l
ବର୍ତମାନ ସ୍ଥିତି ରେ ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟ ଅଟେ, ଆମେରିକା ଭାରତ ରୁଷ ରୁ ତେଲ ଆମଦାନୀ କୁ ନେଇ ଅସନ୍ତୁଷ୍ଟ ଅଛି, ଯଦି ପୁଟିନ ଏବଂ ଟ୍ରମ୍ପ ଙ୍କର ମଧ୍ୟରେ ସମ୍ପର୍କ ଠିକଠାକ ଚାଲେ ତେବେ ଏହା ଟାରିଫ ମାମଲାକୁ କିଛି ମାତ୍ରାରେ ହ୍ରାସ କରିବ l