ଜୁଲାଇ ୬ ତାରିଖ ଠାରୁ ଡୋନାଲଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଟାରିଫ ଲଗାଇଛନ୍ତି, ଟ୍ରମ୍ପ ଙ୍କର ଏହି ଟାରିଫ ୨୭ ଅଗଷ୍ଟ ରୁ ପ୍ରଭାବ ପକାଇବ, କାହିଁକିନା ଆମେରିକାରେ ଭାରତରୁ ଏକ୍ସପୋର୍ଟ ହେଉଥିବା ଜିନିଷ ମହଙ୍ଗା ହେବ, ଅର୍ଥାତ ଆମେରିକାରେ ତାର ମୂଲ୍ୟ ବୃଦ୍ଧି ହେବ l ଅନ୍ୟ ପକ୍ଷରେ ଭାରତ ଲୋକଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ l କିନ୍ତୁ ଟ୍ରମ୍ପ ଙ୍କର ଏଭଳୀ କାର୍ଯ୍ୟ ଦ୍ୱାରା ଭାରତ ଆମେରିକା ସମ୍ପର୍କ ରେ ତିକ୍ତତା ଆସିବ l
ଭାରତରେ ଉଭୟ ସରକାର ଏବଂ ଜନତା ଙ୍କର ଟ୍ରମ୍ପଙ୍କର ଏହି ମନୋଭାବ କୁ ଆକୃଷ୍ଟ କରିଛି l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ କୃଷକ ଙ୍କ ହିତ ଆମ ସମସ୍ତଙ୍କ ସବୁଠୁ ଗୁରୁତ୍ୱପୂର୍ଣ, ଏବଂ ଏହାର ରକ୍ଷା ଆମକୁ କରିବାକୁ ପଡିବ l ଚୀନ ଓ ରୁଷ ମଧ୍ୟ ଆମେରିକାର ଏଭଳି ପଦକ୍ଷେପ କୁ ନେଇ ଗଭୀର ପ୍ରତିକ୍ରିୟା କରିଛନ୍ତି l ଟ୍ରମ୍ପ ଙ୍କର ଏଭଳି ପଦକ୍ଷେପ କୁ ଦେଖି ବିଶ୍ୱର ଅନ୍ୟ ଦେଶ ମାନେ କହିଛନ୍ତି ଯେ ଭାରତ, ରୁଷ ଓ ଚୀନ ବର୍ତମାନ ଏକାଠି ହେବା ନିହାତି ଜରୁରୀ ତେବେ ଯାଇ ଆମେରିକାର ପ୍ରାଧାନ୍ୟ କୁ କମ କରାଯାଇପାରିବ l
ଟିକେ ଚିନ୍ତା କରନ୍ତୁ ବର୍ତମାନ ଭାରତ- ଆମେରିକା ମଧ୍ୟରେ ସମ୍ପର୍କ ଖରାପ ହୋଇଯାଇଛି, ଏବଂ ସାରା ବିଶ୍ୱ ଟ୍ରମ୍ପଙ୍କର ମନୋଭାବ କୁ ନେଇ ଚିନ୍ତିତ ହୋଇଯାଇଛି, ଯଦି ବିଶ୍ୱର ୩ ବଡ଼ ଶକ୍ତି ରୁଷ, ଚୀନ ଓ ଭାରତ ଏକାଠି ହୋଇଯିବେ ତେବେ କିଛିଟା ମାତ୍ରା ରେ ଟ୍ରମ୍ପ ଙ୍କ ମନମୁଖୀ ପଦକ୍ଷେପ ବିରୋଧ କରିବାରେ ସମର୍ଥ ହେବେ କି ? କଣ ଏହି ୩ଶକ୍ତି ଯଦି ଏକାଠି ହେବେ ତେବେ ବିଶ୍ୱରେ ଡଲାର ର ରାଜ ସମାପ୍ତ ହେବ କି ? କଣ ଏହାଦ୍ୱାରା ଆମେରିକାର ସୁପର ପାୱାର ଶକ୍ତିର ସମାପ୍ତି ହେବ କି ?
କିପରି ଏହି ୩ଶକ୍ତିଶାଳୀ ରାଷ୍ଟ୍ର ପରିବର୍ତ୍ତନ କରିପାରିବେ ଦୁନିଆ ?
ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ଚୀନ ଗସ୍ତରେ ଯିବେ, ଏହା ଭାରତ-ଚୀନ ସମ୍ପର୍କକୁ ମଜବୁତ କରିବାରେ ସାହାଯ୍ୟ କରିବ l ଏହାକୁ ଆଗରେ ରଖି ଉତର କୋରିଆ କହିଛି ଯେ ଯଦି ଭାରତ-ରୁଷ ସହିତ ଚୀନ ହାତ ମିଳିବ ତେବେ ଆମେରିକା କୁ ବୁଦ୍ଧି ଶିଖାଇବାରେ ସକ୍ଷମ ହେବେ l ଏବଂ ଦୁନିଆର ପାୱାର ବାଲାନ୍ସ ପରିବର୍ତ୍ତନ ହୋଇପାରେ l
– ଏସିଆ ମହାଦେଶ ରେ ଏହି ତିନି ଦେଶ ଡଲାର ପରିବର୍ତେ ନୂତନ ମୁଦ୍ରା ପ୍ରଚଳନ କରି ଡଲାର କୁ ନିସ୍ତେଜ କରିଦେଇ ପାରନ୍ତି l
-ଏବଂ ତିନିଟି ଦେଶ ସହିତ ବିଶ୍ୱର ଗ୍ଲୋବାଲ ସପ୍ଲାଇ ଚେନ ରେ ମଧ୍ୟ ପରିବର୍ତ୍ତନ ହୋଇପରେ,
-ଟେକ୍ନୋଲୋଜି ଓ ଡିଫେନ୍ସ କ୍ଷେତ୍ରରେ ଏହି ୩ ଦେଶ ଗୋଟିଏ ବଡ଼ ଶକ୍ତି ହୋଇ ଆଗକୁ ଆସିପାରିବେ l
– ଚୀନ ର ମାନୁଫାକଚରିଂ ଓ ଭାରତର ଟାଲେନ୍ଟା ଓ IT ପାୱାର ମିଶି ଗୋଟିଏ ନୂଆ ସୈନ୍ୟ ଟେକ୍ନୋଲୋଜି ପ୍ରସ୍ତୁତ କରିବେ l
– ଏହି ତିନିଦେଶ ଏକାଠି ହେଲେ ମ୍ୟାଟେରିଆଲ, ମାନୁଫାକଚରିଂ ଓ ଟେକ୍ନୋଲୋଜି ସେୟାର ହୋଇପାରିବ l ଅର୍ଥାତ ସାରା ବିଶ୍ୱର ଟେକ୍ନୋଲୋଜି ପରିବର୍ତ୍ତନ ହୋଇପାରିବ l