ସ୍ପେନ ରେ ମୁସଲମାନ ମାନଙ୍କୁ ସାର୍ବଜନିକ ସ୍ଥାନରେ ନିଜ ପର୍ବ ପାଳନ କରିବା ପାଇଁ ଲାଗିଲା ରୋକ, ଯାହାକୁ ନେଇ ଇସ୍ଲାମିକ ରାଷ୍ଟ୍ର ରେ ବଢ଼ିଲା ବିବାଦ
ୟୁରୋପୀୟ ଦେଶ ସ୍ପେନ ର ଗୋଟିଏ ସହର ରେ ମୁସଲମାନ ମାନଙ୍କୁ ସାର୍ବଜନିକ ସ୍ଥାନ ଗୁଡିକ ରେ ଧାର୍ମିକ ପର୍ବ ଯେପରିକି ଇଦ , ମହରମ ଇତ୍ୟାଦି ପାଳନ କରିବା ଉପରେ ରୋକ ଲାଗିଛି, ଏହି ପ୍ରତିବନ୍ଧକ ଦକ୍ଷିଣ – ପୂର୍ବ ସ୍ପେନ ର ସହର ମାର୍ସିଆ ଓ ଯୁମିଲା ରେ ସ୍ଥାନୀୟ ପ୍ରାଧିକରଣ ଅନୁସାରେ ଲଗାଯାଇଛି, ଯାହାକୁ ନେଇ ଅନେକ ବିବାଦ ଦେଖା ଦେଇଛି, ଏବଂ ସ୍ଥାନୀୟ ଲୋକଙ୍କ କ୍ରୋଧ ବଢି ଯାଇଛି l ପ୍ରତିବନ୍ଧ ଅନୁସାରେ ସମସ୍ତ ନାଗରିକ କେନ୍ଦ୍ର, ଜିମ ଆଦି ସାର୍ବଜନିକ ସ୍ଥାନ ରେ ଇସ୍ଲାମିକ ଧାର୍ମିକ ପର୍ବ ପାଳନ କରିପାରିବେ ନାହିଁ l
ପ୍ରତିବନ୍ଧ ଲଗାଇଥିବା ପ୍ରସ୍ତାବ କୁ ନେଇ ରୂଢିବାଦୀ ପିପୁଲସ ପାର୍ଟି ଉପସ୍ଥାପନ କରିଥିଲା, ଏବଂ ଏହି ପ୍ରସ୍ତାବ କୁ ଭୋଟିଂ ସମୟ ରେ ବାମପନ୍ଥୀ ଦଳ ବିରୋଧ କରିବା ସତ୍ୱେ ପାସ କରାଯାଇଥିଲା, ପ୍ରସ୍ତାବରେ କୁହାଯାଇଛି ଅଲଗା ଧାର୍ମିକ ଗତିବିଧି ସାର୍ବଜନିକ ସ୍ଥାନରେ ପାଳନ କରାଯାଇପାରିବ ନାହିଁ l
ବିଭିନ୍ନ ସ୍ଥାନୀୟ ପାର୍ଟି ଏହାକୁ ଭେଦଭାବ ପୁର୍ଣ ବୋଲି ଦର୍ଶାଇଛନ୍ତି l ଏବଂ ଇସ୍ଲାମ ଧର୍ମାବଲମ୍ବୀ ଙ୍କୁ ସ୍ପେନ ରେ ରହିବାକୁ ଭୟ ଲାଗୁଚି ବୋଲି କହିଛନ୍ତି l ଯେଉଁ ୨ଟି ଅଂଚଳରେ ଏହି ପ୍ରତିବନ୍ଧକ ଲାଗିଛି ସେଠାରେ ମୁସଲମାନ ଙ୍କ ସଂଖ୍ୟା ୭.୫ % ରହିଛି l
ଦି ଗାର୍ଡିଅନ ର ରିପୋର୍ଟ ଅନୁସାରେ ସ୍ପେନ ର ଏହି ନିଷ୍ପତି ଆହ୍ୱାନ ପୁର୍ଣ ଅଟେ ଏବଂ ଏହା ସ୍ପେନିସ ସମ୍ବିଧାନ ଅନୁଛେଦ ୧୬ କୁ ଉଲଂଘନ କରିଥାଏ l ଯେଉଁଥିରେ ଜନସାଧାରଣ ଙ୍କର ଧର୍ମ, ପୂଜା ଓ ସ୍ୱତନ୍ତ୍ରତା ର ଗ୍ୟାରେଣ୍ଟି ଦର୍ଶାଇଥାଏ l