Odisha news

ସେନାଙ୍କ ବିରୁଦ୍ଧରେ ବୟାନ କୁ ନେଇ ସୁପ୍ରିମକୋର୍ଟ ଙ୍କର ରାହୁଲ ଗାନ୍ଧୀ ଙ୍କୁ ଭର୍ତ୍ସନା

0

ଭାରତ-ଚୀନ ଉତେଜନାକୁ ନେଇ ଦିଆଯାଇଥିବା ଗୋଟିଏ ଟିପ୍ପଣୀ ପାଇଁ ସୁପ୍ରିମକୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି, ୨୦୨୨ ରେ ଭାରତ ଯୋଡ ଯାତ୍ରା ସମୟ ରେ ରାହୁଲ ଗାନ୍ଧୀ ବିବାଦିତ ବୟାନ ଦେଇଥିଲେ , ଏହାକୁ ନେଇ ଦର୍ଜ ହୋଇଥିବା ମାମଲା ରେ ସୁପ୍ରିମକୋର୍ଟ ରାହୁଲ ଗାନ୍ଧୀଙ୍କୁ ଉତ୍ତମ ମାଧ୍ୟମ ଶୁଣାଇଛନ୍ତି l ଜଷ୍ଟିସ ଦୀପଙ୍କର ଦତ୍ତ ଏବଂ ଜଷ୍ଟିସ ୱାଗଷ୍ଟିନ ଜର୍ଜ ଙ୍କ ବେଞ୍ଚ ଦ୍ୱାରା କୁହାଯାଇଛି ଯେ ଆପଣଙ୍କୁ କିପରି ଜଣାପଡିଲା ଯେ ଚୀନ ଭାରତର ୨୦୦୦ ବର୍ଗ କିଲୋମିଟର ଭୂମି କବ୍ଜା କରିଛି ? କଣ ଆପଣଙ୍କ ନିକଟରେ କୌଣସି ପ୍ରମାଣ ଅଛି ? ଯଦି ଆପଣ ଜଣେ ସଚୋଟ ଭାରତୀୟ ଅଟନ୍ତି ତେବେ ଏଭଳି କହିପାରିବେ ନାହିଁ , ଯେତେବେଳେ ସୀମାରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥାଏ ସେତେବେଳେ ଉଭୟପକ୍ଷରେ କ୍ଷତି ହୋଇଥାଏ l

ଡିସେମ୍ବର ୧୬ ତାରିଖ ଦିନ ଭାରତ ଯୋଡି ଯାତ୍ରା ସମୟ ରେ ରାହୁଲ ଗାନ୍ଧୀ ଭାରତ-ଚୀନ ବିବାଦ କୁ ନେଇ ଟିପ୍ପଣୀ ଦେଇଥିଲେ, ରାହୁଲ ଗୋଟିଏ ଭାଷଣରେ କହିଥିଲେ ଯେ ଚୀନ ସୈନିକ ଭାରତୀୟ ସୈନିକ ଙ୍କୁ ମାଡ଼ ମାରିଥିଲେ, ଏହି ଟିପ୍ପଣୀକୁ ଆଧାର କରି ବର୍ଡ଼ର ରୋଡ଼ ଅର୍ଗାନାଇଜେସନ ର ପୂର୍ବ ନିର୍ଦେଶକ ଉଦୟ ଶଙ୍କର ଶ୍ରୀବାସ୍ତବ ଲଖନଉ ରେ ରାହୁଲ ଙ୍କ ବିରୁଦ୍ଧରେ ଅପରାଧିକ ମାନହାନି କେଶ ଦର୍ଜ କରିଥିଲେ l

ପାଖାପାଖି ୫ମିନିଟି ଚାଲିଥିବା ତର୍କ ବିତର୍କ ର ଏହି ଶୁଣାଣି ସମୟ ରେ କୋର୍ଟଙ୍କ ଦ୍ୱାରା ଏହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା ଯେ ଏହି ପ୍ରଶ୍ନ ଆପଣ ବିପକ୍ଷ ନେତା ଭାବରେ ସଂସଦ ରେ କାହିଁକି ଉଠାଇଲ ନାହିଁ ? ଏହାକୁ ସୋସିଆଲ ମିଡିଆରେ କାହିଁକି ରଖିଲେ ? ଶୁଣାଣି ସମୟ ରେ କୋର୍ଟ ଉତ୍ତରପ୍ରଦେଶ ଙ୍କ ସରକାର ଙ୍କୁ ମଧ୍ୟ ନୋଟିସ ଜାରି କରିଥିଲେ ଏବଂ ଜବାବ ମାଗିଥିଲେ l  ଏହି ମାମଲାକୁ ନେଇ ସୁପ୍ରିମକୋର୍ଟ ନଭେମ୍ବର ରେ ପୁନର୍ବାର ଶୁଣାଣି କରିବେ l

Leave A Reply