ଦ୍ରୌପଦୀ ମହାଭାରତର ଗୋଟିଏ ଏଭଳି ଚରିତ୍ର ଅଟନ୍ତି, ଯାହାଙ୍କ ବିନା ମହାଭାରତ ଅସମ୍ଭବ, ଏପରକି ମହାଭାରତ ଯୁଦ୍ଧର ମୁଖ୍ୟ କାରଣ ମଧ୍ୟ ଦ୍ରୌପଦୀ ବୋଲି କୁହାଯାଇଛି, ପାଞ୍ଚାଳ ନରେଶ ଙ୍କ ପତ୍ନୀ ଦ୍ରୌପଦୀ ଅଗ୍ନି ରୁ ଉତ୍ପନ୍ନ ହୋଇଥିଲେ, ତାଙ୍କ କେଶ ଖୁବ ସୁନ୍ଦର ଥିଲା, ଏବଂ ତାଙ୍କ ଶରୀରରୁ ସର୍ବଦା ସୁଗନ୍ଧ ଆସୁଥିଲା, ତେଣୁ ତାଙ୍କୁ ଅନେକ ରାଜକୁମାର ର ବିବାହର ପ୍ରସ୍ତାବ ଦେଇଥିଲେ, ଯେଉଁଥିରେ ଦୁର୍ଯ୍ୟୋଧନ ମଧ୍ୟ ସାମିଲ ଥିଲେ l କିନ୍ତୁ ଦ୍ରୌପଦୀ ଙ୍କ ବିବାହ ସର୍ବ ପ୍ରଥମେ ଅର୍ଜୁନ ଙ୍କ ସହିତ ହୋଇଥିଲା, କିନ୍ତୁ ମା କୁନ୍ତୀ ଙ୍କ ବଚନ କାରଣରୁ ତାଙ୍କୁ ପଞ୍ଚୁ ପାଣ୍ଡଵ ଙ୍କୁ ବିବାହ କରିବାକୁ ପଡିଥିଲା, କିନ୍ତୁ ଦ୍ରୌପଦୀ ଙ୍କ ଅସଲ ପ୍ରେମ ଆଉ କିଛିଥିଲା l
ଦ୍ରୌପଦୀ ଙ୍କ ସ୍ଵୟମ୍ବର ପାଇଁ ରାଜା ଦ୍ରୁପଦ ସ୍ଵୟମ୍ବର ଆୟୋଜନ କରିଥିଲେ, ଏବଂ ସ୍ଵୟମ୍ବର ର ନିୟମ ଅନୁସାରେ ରାଜା ମାନେ ମାଛର ଆକ୍ଷିରେ ଲକ୍ଷଭେଦ କରିପାରି ନଥିଲେ, ଏହି ସ୍ଵୟମ୍ବର ରେ ଅର୍ଜୁନ ଙ୍କର ଯେ ହୋଇଥିଲା l ଏହି ସ୍ଵୟମ୍ବର ରେ ସୂର୍ଯ୍ୟପୁତ୍ର କର୍ଣ ମଧ୍ୟ ଆସିଥିଲେ, ଏବଂ ତାଙ୍କ ବନ୍ଧୁ ଦୁର୍ଯ୍ୟୋଧନ ତାଙ୍କୁ ଅଙ୍ଗ ଦେଶର ରାଜା କରିଥିଲେ, ଯେଉଁ କାରଣରୁ ତାଙ୍କୁ ଅଙ୍ଗ ରାଜା କୁହାଯାଉଥିଲା, କାରଣ ଏତେ ପରାକ୍ରମୀ ଥିଲେ ଯେ ପଂଚୁ ପାଣ୍ଡଵ ଙ୍କ ଉପରେ ଭାରି ପଡୁଥିଲେ, ଦ୍ରୌପଦୀ ମଧ୍ୟ ତାଙ୍କ ସୌର୍ଯ୍ୟ ଏବଂ ସୌନ୍ଦର୍ଯ୍ୟ ରେ ମୋହିତ ହେଉଥିଲେ l କିନ୍ତୁ ଯେତେବେଳେ ସେ ଜାଣିଲେ କର୍ଣ ହେଉଛନ୍ତି ଶୁଦ୍ର ପୁତ୍ର, ସେ କର୍ଣ୍ଣଙ୍କୁ ନିଜ ସ୍ଵୟମ୍ବର ରୁ ବାହାର କରିଦେଇ ଥିଲେ l
କିନ୍ତୁ ଦ୍ରୌପଦୀ ଜାଣିଥିଲେ ଯେ ପଂଚୁ ପାଣ୍ଡଵ ଙ୍କ ଠାରୁ ମଧ୍ୟ କର୍ଣ୍ଣ ଥିଲେ ଶକ୍ତିଶାଳୀ, ଯଦି କର୍ଣ୍ଣଙ୍କୁ ଦ୍ରୌପଦୀ ପସନ୍ଦ କରି ଥାଆନ୍ତେ ତେବେ ଅର୍ଜୁନ କଦାପି ଦ୍ରୌପଦୀ ଙ୍କୁ ବିବାହ କରି ନଥାଆନ୍ତେ l ଏବଂ ଅର୍ଜୁନ ମଧ୍ୟ ଦ୍ରୁପଦ ଙ୍କର ନିକଟତର ହୋଇ ପାରିନଥାଆନ୍ତେ l ଏହି ସ୍ଵୟମ୍ବର ରେ କର୍ଣ୍ଣ ହିଁ ସବୁଠୁ ଶକ୍ତିଶାଳୀ ଥିଲେ ଏବଂ ତାଙ୍କର ବିଜୟ ସୁନିଶ୍ଚିତ ଥିଲା l