Odisha news

ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର କଲେ ବିବାହିତ ବ୍ୟକ୍ତି : ଅଭିଯୁକ୍ତଙ୍କୁ କେରଳରୁ ବାନ୍ଧିଲା ପୋଲିସ

0
ବାଲିଗୁଡା, ତା, ୨୩/୦୭: (ସଞ୍ଜୟ କୁମାର ପାଣିଗ୍ରାହୀ) : ସାରା ରାଜ୍ୟରେ ନାରୀ ନିର୍ଯାତନା, ଧର୍ଷଣ ଭଳି ଘଟଣା ବୃଦ୍ଧି ପାଉଥିବାବେଳେ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଛି। ଜଣେ ଦିବ୍ୟାଙ୍ଗ ତଥା ମାନସିକ ଅନଗ୍ରସର ନାବାଳିକାଙ୍କୁ ଜଣେ ବିବାହିତ ପୁରୁଷ ଅସଦାଚରଣ କରିଥିବା ବ୍ରାହ୍ମଣୀଗାଁ ଥାନାରେ ଅଭିଯୋଗ ପରେ ଆଇଆଇଆସି ବିଜୟ କୁମାର ହାଇବୁରୁ ଅଭିଯୁକ୍ତଙ୍କୁ କେରଳର ପାଲସେରୀ ଅଞ୍ଚଳରୁ ଗିରଫ କରିଥିବା କହିଛନ୍ତି। ଗିରଫ ପରେ ଅଭିଯୁକ୍ତଙ୍କୁ ପୋଲିସ ଓଡିଶା ନେଇ ଫେରୁଥିବା କୁହାଯାଇଛି। ପ୍ରକାଶ ଯେ, ଚଳିତ ମାସ ୧୧ ତାରିଖ ରେ ନାବାଳିକା ଘରେ ଏକାକୀ ଥିବା ଦେଖି ଅଭିଯୁକ୍ତ ଯୁବରାଜ ଧାଙ୍ଗରାମାଝୀ ଦିବ୍ୟାଙ୍ଗ ନାବାଳିକାଙ୍କୁ ଅସଦାଚରଣ କରିଥିବା ତାଙ୍କ ପରିବାର ପକ୍ଷରୁ ଥାନାରେ ୧୫ ତାରିଖ ରେ ଅଭିଯୋଗ କରାଯାଇଥିଲା। ପୋଲିସ ଏନେଇ ପୋକ୍ସୋ ଆଇନରେ ମାମଲା (୬୯/୨୫)ରୁଜୁ କରି ତଦନ୍ତ ଚଲାଇଥିଲା ତେବେ ଅଭିଯୁକ୍ତ ରାଜ୍ୟ ବାହାରକୁ ଫେରାର ହୋଇଯାଇଥିବାରୁ ପୋଲିସ ପାଇଁ ଅଭିଯୁକ୍ତଙ୍କୁ ଧରିବାକୁ ଚାଲେଞ୍ଜ ସୃଷ୍ଟି ହୋଇଥିଲା ଆଇଆଇସି ବିଜୟ କୁମାର ହାଇବୁରୁ ଜିଲ୍ଲା ପୋଲିସର ସାଇବର ସେଲର ସହାୟତା ରେ ଅଭିଯୁକ୍ତଙ୍କ ମୋବାଇଲ ନମ୍ବରକୁ ଟ୍ରାକ୍‌ କରି ଅଭିଯୁକ୍ତଙ୍କୁ କେରଳରୁ ଧରିବାକୁ ସଫଳତା ପାଇଥିବା ଆଇଆଇସି ହାଇବୁରୁ କହିଛନ୍ତି। ଖବରଟି ପ୍ରକାଶିତ ହେଲେ ଅଭିଯୁକ୍ତ ଖସିଯିବା ଆଶଙ୍କା କରି ପୋଲିସ ଘଟଣାକୁ ଚାପି ରଖିଥିଲା ଓ ଗଣମାଧ୍ୟମକୁ ସୂଚନା ଦେବାକୁ ମଧ୍ୟ ମନା କରିଥିଲା, ଅଭିଯୁକ୍ତଙ୍କୁ କେରଳରୁ ଧରିବାରେ ସଫଳତା ହେବା ପରେ ଜଣାଇଥିଲେ।
Leave A Reply