Odisha news

ଏ ପଟେ ବନ ମହୋତ୍ସବ, ସେପଟେ ଗଛ କଟା ମାଫିଆ ଙ୍କ କବଳ ରେ ସୁଲୁମାହା ଜଙ୍ଗଲ : ବନ ବିଭାଗକୁ ଖୋଲା ଚ୍ୟାଲେଞ୍ଜ୍‌

0
ବାଲିଗୁଡା, ତା, ୧୬/୦୭:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବନାଞ୍ଚଳ ର ସୁଲୁମାହା ଜଙ୍ଗଲ ଅସୁରକ୍ଷିତ ହୋଇପଡିଛି। ଦୁର୍ବୁତ୍ତ ମାନେ ଜଙ୍ଗଲରୁ ଅତି ମୂଲ୍ୟବାନ ଗଛ ତଥା ଶାଳ, ପିଆଶାଳ, ଶିଶୁଗଛ ଭଳି ବିଭିନ୍ନ ଗଛ କାଟି ନେଇଯାଉ ଛନ୍ତି। ବନ ବିଭାଗ ଚୁପ ବସିଛି। ସେପଟେ ବଡ଼ ବଡ଼ ଗଛ ଗୁଡିକୁ ଅଧାକାଟି ଛାଡି ଶୁଖିବା ପର୍ଯ୍ୟନ୍ତ ଦୁର୍ବୁତ୍ତମାନେ ଅପେକ୍ଷା କରୁଥିବାବେଳେ ଗଛ ପଡ଼ି ବିଦ୍ୟୁତ ସେବା ଅଚଳ ହୋଇପଡୁଛି। ଏଭଳି ବାରମ୍ବାର ଘଟୁଥିଲେ ମଧ୍ୟ ବନ ବିଭାଗ କିଭଳି କାଠ ଚୋରଙ୍କୁ ଧରିପାରୁନି ତାହା ସାଧାରଣ ରେ ପ୍ରଶ୍ନ ଉଠୁଛି। ପ୍ରକାଶ ଯେ, ୫୯ ନଂ ଜାତୀୟ ରାଜପଥ ର ଦାରିଙ୍ଗବାଡିଠାରୁ ବାଲିଗୁଡା ଯିବା ବାଟରେ ସୁଲୁମାହା ଜଙ୍ଗଲ ରହିଛି। ଉକ୍ତ ଜଙ୍ଗଲ ରାଜପଥ କଡ଼ରେ ରହିଥିବାରୁ କାଠ ଚୋରଙ୍କୁ ରାତିରେ ଟ୍ରାକ୍ଟର ଓ ଅନ୍ୟାନ୍ୟ ଗାଡ଼ିରେ ବୋହି ନେଉଥିବା ଅଭିଯୋଗ ହେଉଥିଲେ ମଧ୍ୟ ବିଭାଗ ନୀରବ ରହିବା ବନ ବିଭାଗର ଜଙ୍ଗଲ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଗୋଟିଏ ପଟେ ବିଭାଗ ଏବେ ଉଜୁଡିଯାଇଥିବା ଜଙ୍ଗଲରେ ବୃକ୍ଷ ରୋପଣ କରି ପୁନଃରୁଦ୍ଧାର କରୁଥିବା ବେଳେ ଗତ ଦୁଇ ଦିନ ତଳେ ରାଜ୍ୟର ମୁଖ୍ୟ ପିସିସିଏଫ ସୁରେଶ ପନ୍ତ ଏବଂ ବ୍ରହ୍ମପୁରରୁ ଆରସିସିଏଫ ବିଶ୍ଵନାଥ ନୀଳନଭର ପହଞ୍ଚି ଉଜୁଡି ଯାଇଥିବା ଜଙ୍ଗଲରେ ବୃକ୍ଷରୋପଣ କରିବା ସହ ଜଙ୍ଗଲ ସୁରକ୍ଷା ପାଇଁ ବିଭାଗ ସହ ଆଲୋଚନା କରି ଫେରିଥିଲେ। ସେମାନେ ଫେରିବାର ଗୋଟିଏ ଦିନ ପରେ ଏଭକି ଜଙ୍ଗଲରୁ ଦୁର୍ବୁତ୍ତ ମାନେ ନିର୍ଭୟରେ ଗଛ କାଟି ଜଙ୍ଗଲ ବିଭାଗକୁ ଖୋଲା ଚାଲେଞ୍ଜ କରୁଥିବା ଚର୍ଚ୍ଚା ହୋଇଛି।  ଦାରିଙ୍ଗବାଡି ବିଦ୍ୟୁତ ବିଭାଗର କର୍ମଚାରୀମାନେ ବିଦ୍ୟୁତ ତାର ଉପରେ ପଡିଥିବା ବିରାଟ ଗଛକୁ ହଟାଇ ବିଦ୍ୟୁତ ସେବା ଯୋଗାଇଥିଲେ। ଜଙ୍ଗଲରୁ ଗଛ କଟାଯିବା ସମ୍ପର୍କରେ ବନାଞ୍ଚଳ ଅଧିକାରୀ ମାଧବ ଚନ୍ଦ୍ର ବେହେରାଙ୍କ ସହ ଯୋଗାଯୋଗ କରାଯିବା ପରେ ସେ ସିମନବାଡ଼ି ସେକ୍ସନର ବନପାଳ ବନିତା ପ୍ରଧାନ ଏବଂ ବନରକ୍ଷୀ ସାଗରିକା ବେହେରାଙ୍କୁ କାରଣ ଦର୍ଶାଅ ନୋଟିସ କରିଥିବା କହିଛନ୍ତି। ଏଥିସହ ଜଙ୍ଗଲରୁ ଗଛ କାଟିବା ନେଇ ଦୁଇଟି କେସ୍‌ କରାଯାଇଥିବା ସହ ଉକ୍ତ ଜଙ୍ଗଲ ସମେତ ସେକ୍ସନର ସମସ୍ତ ଜଙ୍ଗଲରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବା ପାଇଁ ନିର୍ଦ୍ଦେଶ ଦେଇଥିବା ବନାଞ୍ଚଳ ଅଧିକାରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି।
Leave A Reply