Odisha news

ଶ୍ରାବଣ ମାସ ଶନିବାର ରେ ମହାଦେବଙ୍କ ର କରନ୍ତୁ ଏହିସବୁ ନାମର ଜପ , ମିଳିବ ଶନି ଙ୍କ କୋପ ରୁ ମୁକ୍ତି

0

୧୧ ଜୁଲାଇ ରୁ ଶ୍ରାବଣ ମାସ ଆରମ୍ଭ ହୋଇ ଯାଇଛି ଏବଂ ଅଗଷ୍ଟ ୯ ତାରିଖ ରେ ସମାପ୍ତ ହେବ ,  ହିନ୍ଦୁ ଧର୍ମ ରେ କେବଳ ଶ୍ରାବଣ ସୋମବାର ନୁହେଁ, ଏହି ମାସର ପ୍ରତ୍ୟେକ ବାରର ରହିଛି ମହତ୍ୱ, l  ଶନିବାର ଟି ଶନି ଦେବଙ୍କୁ ସମର୍ପିତ ଥିଲେ ମଧ୍ୟ ଶ୍ରାବଣ ମାସ ଶନିବାର ରେ ମହାଦେବଙ୍କୁ ମଧ୍ୟ ବିଶେଷ ପୂଜା କରାଯାଇଥାଏ, ଆମେ ବିଶେଷ ଭାବରେ ଜାଣିଚୁ ଶନିଙ୍କ କୋପରୁ ମୁକ୍ତି ଦେଇଥାଏ ହନୁମାନଙ୍କ ପୂଜା କରାଯାଏ ଏବଂ  , କିନ୍ତୁ ଶ୍ରାବଣ ଶନିବାର ରେ ମହାଦେବ ଙ୍କ ର ନାମ ଜପ କରିବା ତେବେ ଶନି ଙ୍କ କୋପ ରୁ ମୁକ୍ତି ମିଳିଥାଏ l

ଶ୍ରାବଣ ମାସରେ ଭଗବାନ ଶିବ ଓ ମାତା ପାର୍ବତୀ ଙ୍କର ବିଶେଷ ଭାବରେ ଉପାସନା କରାଯାଇଥାଏ , ଏବଂ ସନାତନ ଧର୍ମ ରେ ମହାଦେବ ହେଉଛନ୍ତି ଖୁବ ପୂଜନୀୟ ଅଟନ୍ତି l ଶିବ ପୁରାଣ ରେ କୁହାଯାଇଛି ଯେ ବ୍ରହ୍ମ ମୁହୂର୍ତ୍ତ ରେ ଶଯ୍ୟା ତ୍ୟାଗ କରି ମହାଦେବ ଙ୍କ ନାମ ଜପ ବା ସ୍ମରଣ କରିବା ଦ୍ୱାରା ସମସ୍ତ ସମସ୍ୟା ରୁ ମୁକ୍ତି ମିଳିଥାଏ l

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶ୍ରାବଣ ମାସ ର ପ୍ରତ୍ୟେକ ଶନିବାର ରେ ମହାଦେବ ଙ୍କ ୧୧ ଟି ନାମର  ଜପ କରିବା ଦ୍ୱାରା ଶନି ଙ୍କ କୋପ ରୁ ମୁକ୍ତି ମିଳିଥାଏ, ଏବଂ ସମସ୍ତ ଇଛା ପୁର୍ଣ ହୋଇଥାଏ l  ଏବଂ ଏହି ନାମ ଗୁଡିକୁ ଶନିବାର ରେ ବ୍ରହ୍ମ ମୁହୂର୍ତ୍ତ ରୁ ପାଠ କରିବା ଜରୁରୀ l

ଶିବ ପୁରାଣ ଅନୁସାରେ ଶ୍ରାବଣ ମାସରେ ଏହି ୧୧ ଟି ନମ୍ର ପାଠ କରିବା ଦ୍ୱାରା ଚମତ୍କାରୀ ଶୁଭ ଫଳ ମିଳିଥାଏ, ଏବଂ ଏହି ନାମକୁ ଜପ କରିବା ସମୟ ରେ ମହାଦେବଙ୍କୁ ସ୍ମରଣ ନିଜ ମନରେ କରିବା ଆବଶ୍ୟକ l ଏବଂ ନିଜ ହାତ ପାପୁଲି କୁ ଦେଖି ଶିବ ଙ୍କ ନାମର ପାଠ କରନ୍ତୁ l
– ମହାଦେବ ଙ୍କ ୧୧ ଟି ନାମ ହେଲା –
– ପିନାକୀ
– କପାଳୀ
– ଭୀମ
– ଶମ୍ଭୁ
– ଚଣ୍ଡ
– ପିଙ୍ଗଳ
– ଵିଲୋହିତ
– ଭଵ
– ବିରୁପାକ୍ଷ
– ଶାଶ୍ତା
– ଆର୍ପିନୁର୍ବଧ୍ୟ ଭଳି ୧୧ଟି ନାମର ପାଠ ଶ୍ରଦ୍ଧା ଓ ଭକ୍ତି ସହକାରେ କରିବା ଦ୍ୱାରା ଶନି ଙ୍କ କୋପ ରୁ ମୁକ୍ତି ମିଳିଥାଏ l

Leave A Reply