ହିନ୍ଦୁ ଧର୍ମରେ ନଦୀ ମାନଙ୍କ ସ୍ଥାନ ଖୁବ୍ ପୂଜନୀୟ ଅଟେ l ନଦୀ ମାନଙ୍କୁ ମାର ସ୍ଥାନ ଦିଆଯାଇ ଥାଏ l ମାନ୍ୟତା ରହିଛି ଯେ ପବିତ୍ର ନଦୀ ରେ ସ୍ନାନ କରିବା ଦ୍ୱାରା ଜନ୍ମ ଜନ୍ମ ର ପାପ ଧୋଇ ହୋଇ ଯାଇଥାଏ ଓ ମୋକ୍ଷ ପ୍ରାପ୍ତି ହୋଇଥାଏ l
କିନ୍ତୁ ଏଭଳି ଗୋଟିଏ ନଦୀ ରହିଛି ଯାହାକି ଖୁବ ଭୟଙ୍କର ଅଟେ l ଏହି ନଦୀ ପାପି ମାନଙ୍କୁ ଦେଖିବା ଦ୍ୱାରା କ୍ରୋଧିତ ହୋଇ ଯାଇଥାଏ l ଗରୁଡ଼ ପୁରାଣ ଅନୁସାରେ ଏହି ନଦୀ ଟି ର ନାମ ହେଉଛି ବୈତରଣୀ ନଦୀ l ଆସନ୍ତୁ ଜାଣିବା ଏହି ରହସ୍ୟମୟୀ ନଦୀ ବିଷୟରେ l
ବୈତରଣୀ ନଦୀ କେଉଁଠି ପ୍ରବାହିତ ହୋଇଛି ? –
ଗରୁଡ଼ ପୁରାଣ ଅନୁସାରେ ବୈତରଣୀ ନଦୀ ୮୬,୦୦୦ ଯୋଜନ ଦୂର ଯମଲୋକ ରେ ପ୍ରବାହିତ ହୋଇଥାଏ l ପୃଥିବୀ ଲୋକ ରେ ପ୍ରବାହିତ ହେଉଥିବା ନଦୀ ଗୁଡିକ ରେ ଜଳ ପ୍ରବାହିତ ହୋଇଥାଏ l କିନ୍ତୁ ବୈତରଣୀ ନଦୀ ରକ୍ତରେ ପୂର୍ଣ୍ଣ ଅଟେ l ମାନ୍ୟତା ରହିଛି ଯେ ମୃତ୍ୟୁ ପରେ ଜୀବାତ୍ମା ଯମଲୋକ କୁ ଯାତ୍ରା କରି ଥାଆନ୍ତି l ମୃତ୍ୟୁ ପରେ ଯେତେବେଳେ ଯମ ଦୂତ ମାନେ ପାପୀ ଜୀବତ୍ମା ଙ୍କୁ ନେଇ ଯମଲୋକ କୁ ଯାଇ ଥାଆନ୍ତି ସେତେବେଳେ ଏହି ବୈତରଣୀ ନଦୀ କ୍ରୋଧିତ ହୋଇ ଯାଇଥାଏ l ଗରୁଡ଼ ପୁରାଣ ରେ କୁହାଯାଇଛି ଯେ ଯେଉଁ ବ୍ୟକ୍ତି ଜୀବନ ରେ ଧର୍ମ କର୍ମ ଠାରୁ ଦୂରେଇ ରହିଥାଏ , ଦାନ ଧର୍ମ କରେ ନାହିଁ , ବଡ଼ ଙ୍କ ର ଅବମାନନା ଓ ଅପମାନ କରେ , ଜୀବ ଜନ୍ତୁ ଙ୍କ ପ୍ରତି ଅତ୍ୟାଚାର କରିଥାଏ ସେ ଏହି ନଦୀ ରେ ପଡି ଅନେକ ଯନ୍ତ୍ରଣା ଲାଭ କରିଥାଏ l
ଗରୁଡ଼ ପୁରାଣ ରେ କୁହାଯାଇଛି ଯେ ଯେଉଁ ବ୍ୟକ୍ତି ମହତ କାର୍ଯ୍ୟ କରିଥାଏ ତା ଉପରେ ବୈତରଣୀ ନଦୀ ର ଶୁଭ ଦୃଷ୍ଟି ରହିଥାଏ l ସେହି ବ୍ୟକ୍ତିକୁ ଯମ ଦୂତ ମାନେ ବୈତରଣୀ ନଦୀ ରେ ନୌକା ରେ ବସାଇ ପାର କରାଇ ଥାଆନ୍ତି l