Odisha news

ଓଡ଼ିଶାରେ ଜିଓର ଦବଦବା; ମେ ମାସରେ ରାଜ୍ୟରେ ସର୍ବାଧିକ ୧.୫୪ ଲକ୍ଷ ନୂତନ ମୋବାଇଲ୍ ଗ୍ରାହକ ଯୋଡିଛି ଜିଓ : ଟ୍ରାଇ ତଥ୍ୟ

0

– ମେ ମାସରେ ଓଡ଼ିଶାରେ ଯୋଡି ହୋଇଥିବା ମୋଟ ନୂତନ ମୋବାଇଲ୍ ଗ୍ରାହକଙ୍କ ମଧ୍ୟରୁ ୯୧ ପ୍ରତିଶତରୁ ଅଧିକ ଜିଓ ନେଟୱର୍କରେ ସାମିଲ ହୋଇଛନ୍ତି

– ଜିଓ ଓଡ଼ିଶାରେ ୪୬ ପ୍ରତିଶତରୁ ଅଧିକ ମୋବାଇଲ୍ ଉପଭୋକ୍ତା ବଜାର ଅଂଶ ଏବଂ ୮୪ ପ୍ରତିଶତରୁ ଅଧିକ ୫ଜି ଏଫଡବ୍ଲୁଏ ଉପଭୋକ୍ତା ବଜାର ଅଂଶ ହାସଲ କରିଛି

ଭୁବନେଶ୍ୱର: ଓଡ଼ିଶାରେ ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ମେ ମାସରେ ରାଜ୍ୟରେ ସର୍ବାଧିକ ସଂଖ୍ୟକ ନୂତନ ମୋବାଇଲ୍ ଗ୍ରାହକ ଯୋଡ଼ିଛି। ଟ୍ରାଇ ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓ ମେ ମାସରେ ଓଡ଼ିଶାରେ ୧.୫୪ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଗ୍ରାହକ ଯୋଡ଼ିଛି। ମେ ମାସରେ ଓଡ଼ିଶାରେ ଯୋଡି ହୋଇଥିବା ମୋଟ ନୂତନ ମୋବାଇଲ୍ ଗ୍ରାହକଙ୍କ ମଧ୍ୟରୁ ୯୧ ପ୍ରତିଶତରୁ ଅଧିକ ଜିଓ ନେଟୱାର୍କରେ ସାମିଲ ହୋଇଛନ୍ତି। ଏଥିସହିତ, ଓଡ଼ିଶାରେ ଜିଓ ନେଟୱାର୍କରେ ମୋଟ ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟା ମେ ମାସ ଶେଷ ସୁଦ୍ଧା ୧.୬୨ କୋଟି ଅତିକ୍ରମ କରିଛି। ଜିଓ ଓଡ଼ିଶାରେ ୪୬ ପ୍ରତିଶତରୁ ଅଧିକ ଗ୍ରାହକ ବଜାର ଅଂଶ ହାସଲ କରିଛି। ଅନ୍ୟ ଅପରେଟରମାନଙ୍କ ମଧ୍ୟରେ ଭୋଡାଫୋନ ଆଇଡ଼ିଆ ମେ ମାସରେ ରାଜ୍ୟରେ ୧୮୮୪୨ ନୂତନ ମୋବାଇଲ୍ ଗ୍ରାହକ ଯୋଡିଥିବାବେଳେ ଏହା ପଛକୁ ଏୟାରଟେଲ୍ ମାତ୍ର ୩୬୯୩ ମୋବାଇଲ୍ ଗ୍ରାହକ ଯୋଡିଛି। ବିଏସଏନଏଲ ଏହି ମାସରେ ୮୦୦୦ ରୁ ଅଧିକ ମୋବାଇଲ୍ ଗ୍ରାହକ ହରାଇଥିବା ଟ୍ରାଇ ତଥ୍ୟରୁ ଜଣାପଡିଛି। ତଥ୍ୟ ଅନୁଯାୟୀ, ଓଡ଼ିଶାରେ ମେ ମାସରେ ୧.୬୮ ଲକ୍ଷ ନୂତନ ମୋବାଇଲ ଗ୍ରାହକ ଯୋଡିହେବା ସହିତ ରାଜ୍ୟରେ ମୋଟ ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟା ୩୧ ମେ, ୨୦୨୫ ସୁଦ୍ଧା ୩.୫୨ କୋଟି ଅତିକ୍ରମ କରିଛି।

ଜାତୀୟ ସ୍ତରରେ, ଜିଓ ମେ ମାସରେ ସର୍ବାଧିକ ୨୭ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଗ୍ରାହକ ଯୋଡିଛି, ଯାହା ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତୁଳନାରେ ପ୍ରାୟ ୧୦ ଗୁଣ ଅଧିକ ରହିଛି।

ଉଲ୍ଲେଖଯୋଗ୍ୟ ଯେ ରିଲାଏନ୍ସ ଜିଓ ନିକଟରେ ଓଡ଼ିଶାରେ ୫ ଲକ୍ଷରୁ ଅଧିକ ଜିଓଫାଇବର ଏବଂ ଜିଓଏୟାରଫାଇବର ଗ୍ରାହକ ହାସଲର ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି। ଓଡ଼ିଶାରେ ୫ଜି ଏଫଡବ୍ଲୁଏ ବା ଏୟାରଫାଇବର ସେବାରେ ପ୍ରାଧାନ୍ୟ ବିସ୍ତାର କରି ଜିଓ ଏହି କ୍ଷେତ୍ରରେ ୮୪ ପ୍ରତିଶତରୁ ଅଧିକ ଗ୍ରାହକ ବଜାର ଅଂଶ ହାସଲ କରିଛି।

ରାଜ୍ୟରେ ୱାୟାରଲେସ୍, ୱାୟାରଲାଇନ୍ ଏବଂ ୫ଜି ଏଫଡବ୍ଲୁଏ କ୍ଷେତ୍ରରେ ଓଡ଼ିଶାର ସର୍ବାଧିକ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବରେ ଜିଓର ୪୬ ପ୍ରତିଶତରୁ ଅଧିକ ମୋବାଇଲ୍ ଗ୍ରାହକ ବଜାର ଅଂଶ, ୫୫ ପ୍ରତିଶତରୁ ଅଧିକ ୱାୟାରଲାଇନ୍ ଗ୍ରାହକ ବଜାର ଅଂଶ ଏବଂ ୮୪ ପ୍ରତିଶତରୁ ଅଧିକ ୫ଜି ଏଫଡବ୍ଲୁଏ ଗ୍ରାହକ ବଜାର ଅଂଶ ରହିଛି। ସାରା ରାଜ୍ୟରେ ଜିଓର ବିସ୍ତୃତ ୪ଜି ଓ ୫ଜି ନେଟୱାର୍କ ଉପସ୍ଥିତି ବଳରେ ଏହା ସମ୍ଭବ ହୋଇଛି।

ଜିଓର ଲୋକପ୍ରିୟ ଏଫଡବ୍ଲୁଏ ସେବା ଜିଓଏୟାରଫାଇବର ଶେଷ ମାଇଲ୍ ଫାଇବର ସଂଯୋଗର ଚ୍ୟାଲେଞ୍ଜକୁ ଦୂର କରି ପ୍ରତ୍ୟେକ ଘର ଏବଂ ଛୋଟ ବ୍ୟବସାୟକୁ ଗୁଣାତ୍ମକ ଗୃହ ମନୋରଞ୍ଜନ (ହୋମ ଏଣ୍ଟରଟେନମେଣ୍ଟ) ଏବଂ ହାଇସ୍ପିଡ଼ ବ୍ରଡବ୍ୟାଣ୍ଡ ସଂଯୋଗର ସୁବିଧା ପ୍ରଦାନ କରୁଛି। ଏହା ଡିଜିଟାଲ୍ ଅନ୍ତର୍ଭୁକ୍ତିକରଣକୁ ପୁନଃପରିଭାଷିତ କରିଛି ଏବଂ ଲକ୍ଷ ଲକ୍ଷ ଛାତ୍ର, ପ୍ରଫେସନାଲ, ଉଦ୍ୟୋଗୀ ଏବଂ ପରିବାରଙ୍କୁ ସଶକ୍ତ କରିଛି ଏବଂ ନିରବଛିନ୍ନ ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍, ୮୦୦+ ଟିଭି ଚ୍ୟାନେଲ୍, ୧୧+ ଓଟିଟି ଆପ୍, ଅସୀମିତ ୱାଇଫାଇ ଏବଂ ଆହୁରି ଅନେକ ସୁବିଧା ଉପଲବ୍ଧ କରାଉଛି।

Leave A Reply