Odisha news

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ଗୁରୁ ଦକ୍ଷିଣା କାର୍ଯ୍ୟକ୍ରମ

0

ତିହିଡି, ୧୧/୦୭(ଯଦୁମଣି ପାଣିଗ୍ରାହୀ): ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଓ ତା’ର ଶୁଭେଚ୍ଛୁ ସଙ୍ଗଠନ ପକ୍ଷରୁ ତିହିଡି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ବାର୍ଷିକ ଗୁରୁ ଦକ୍ଷିଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପବିତ୍ର ବ୍ୟାଦେବଙ୍କ ଜୟନ୍ତୀ ଅବସରରେ ସ୍ୱୟଂ ସେବକ ମାନେ ରାଷ୍ଟ୍ରୀୟ ଧ୍ୱଜାକୁ ଗୁରୁ ରୂପେ ଗ୍ରହଣ କରି ପୂଜନ ଓ ଗୁରୁ ଦକ୍ଷିଣା ଅର୍ପଣ କରିଥିଲେ । ଏହା ସଂଘର ବାର୍ଷିକ କାର୍ଯ୍ୟକ୍ରମ ଥିଲା । ଏହି କାର୍ଯ୍ୟକ୍ରମରେ ତିହିଡି ଖଣ୍ଡର ଖଣ୍ଡ ଚାଳକ ବସନ୍ତ କୁମାର ସାହୁ, ଜିଲ୍ଲା ବୌଦ୍ଧିକ ସମିତିର ମାନସ କୁମାର ଜେନା, ବରିଷ୍ଠ ସ୍ୱୟଂ ସେବକ ବିକ୍ରମାଦିତ୍ୟ ସେଠୀ, କିଶୋର କୁମାର ନାୟକ, ତପନ କୁମାର ପଣ୍ଡା, ଭାଗିରଥି ଆଚାର୍ଯ୍ୟ, ପ୍ରଶାନ୍ତ କୁମାର ବଳ, ସଞ୍ଜୟ ମହାନ୍ତି, ଚନ୍ଦନ କୁମାର ପତି, ମନୋଜ କୁମାର ସାହୁ, ଅଜୟ ନାୟକ ଓ ବିଶ୍ୱଜିତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply