Odisha news

ଉଦୟପୁର ଫାଇଲସ କୁ କାହିଁକି ବ୍ୟାନ କରିବାକୁ ଚାହୁଁଛନ୍ତି ମୌଲାନା ଅରଶଦ ମଦନୀ ?

0

ରାଜସ୍ଥାନ ରେ ବହୁ ଚର୍ଚିତ କହ୍ନେୟା ଲାଲ ଟେଲର ହତ୍ୟାକାଣ୍ଡ କୁ ନେଇ ଆଧାରିତ ଚଳଚିତ୍ର ଉଦୟପୁର ଫାଇଲସ କୁ ନେଇ ବିବାଦ ବଢ଼ିବାରେ ଲାଗିଛି, ଏହି ଚଳଚିତ୍ର ଟି କୁ ବ୍ୟାନ କରିବା ପାଇଁ ଦାବି ହେଉଛି, ଜୁଲାଇ ୧୧ ତାରିଖ ରେ ଏହି ଚଳଚିତ୍ର ରିଲିଜ ହେବକି ନାହିଁ ବର୍ତମାନ ମଧ୍ୟ ସ୍ଥିର ହୋଇନାହିଁ l ବର୍ତମାନ ଜମୀୟତ ଓଳେମା ଏ ହିନ୍ଦ ର ପ୍ରେସିଡେଣ୍ଟ ଅସରାଦ ମଦନୀ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ରେ ଚଳଚିତ୍ର କୁ ରୋକ ଲଗାଇବା ପାଇଁ ଦାବି କରି ପିଟିସନ ଦାୟର କରି ଛନ୍ତି l ଏବଂ ଅନ୍ୟ ପକ୍ଷରେ ହତ୍ୟାକାଣ୍ଡ ର ଆରୋପି ଜାଭେଦ ମଧ୍ୟ ସୁପ୍ରିମ କୋର୍ଟ ରେ ପିଟିସନ ଦାୟର କରି ଚଳଚିତ୍ର ଟିକୁ ରିଲିଜ ଉପରେ ବ୍ୟାନ ଦାବି କରିଛନ୍ତି l ମଦନୀ ନିଜ ପିଟିସନ ରେ ଦର୍ଶାଇଛନ୍ତି ଯେ ଏହି ଚଳଚିତ୍ର ଟି ଜନସାଧାରଣ ଙ୍କ ମଧ୍ୟରେ ଉତେଜନା ବୃଦ୍ଧି କରିବ, ଏବଂ ଏହା ସାର୍ବଜନିକ ବ୍ୟବସ୍ଥା କୁ ମଧ୍ୟ ନଷ୍ଟ କରିପାରେ, ଏବଂ ଚଳଚିତ୍ର ଟି ରିଲିଜ ହେବ ଦ୍ୱାରା ଭାରତୀୟ ଙ୍କ ମନରେ ସାମ୍ପ୍ରଦାୟିକ ଦଙ୍ଗା ମଧ୍ୟ ବ୍ୟାପି ପାରେ l ମଦନୀ ଚଳଚିତ୍ର ର ଟ୍ରେଲର କୁ ହଟାଇବା ସହିତ ଚଳଚିତ୍ର କୁ ବ୍ୟାନ କରିବା ପାଇଁ କୋର୍ଟ ଙ୍କୁ ଅନୁରୋଧ କରିଛନ୍ତି l
ବର୍ତମାନ ଦିଲ୍ଲୀ ହାଇ କୋର୍ଟ ଚଳଚିତ୍ର ଟିକୁ ସ୍ପେଶାଲ ସ୍କ୍ରିନିଙ୍ଗ ର ଆଦେଶ ଦେଇଛନ୍ତି l

Leave A Reply