Odisha news

ଆଜି ହେଉଛି ଆଷାଢ ପୁର୍ଣିମା : କାହିଁକି ଆଜିର ଦିନକୁ କୁହାଯାଏ ଗୁରୁ ପୂର୍ଣିମା

0

ପ୍ରତ୍ୟେକ  ମାସର ଶେଷ ଦିନ ହେଉଛି ପୂର୍ଣିମା, ପ୍ରତ୍ୟେକ ମାସର ପୂର୍ଣିମାର ରହିଛି ଅଲଗା ଅଲଗା ନାଁ , ସେହିଭଳି ଆଷାଢ଼ ମାସର ପୁର୍ଣିମା କୁ ଗୁରୁ ପୂର୍ଣିମା ବୋଲି କହିଥାଉ, ଏହିଦିନ ଗୁରୁଙ୍କ ପୂଜା ନିମିତ୍ତ ସମର୍ପିତ ଅଟେ, ଏହିଦିନ ପ୍ରତ୍ୟେକ ଲୋକ ନିଜ ଗୁରୁଙ୍କୁ ପୂଜା କରିଥାଆନ୍ତି, ଯେଉଁ ଗୁରୁ ତାଙ୍କ ଜୀବନ କୁ ଆଲୋକିତ କରିଛନ୍ତି l ଆଷାଢ଼ ମାସ ଶୁକ୍ଳ ପକ୍ଷ ପୂର୍ଣିମା ଦିନ ବେଦ ବ୍ୟାସ ର ଜନ୍ମ ହୋଇଥିଲା , ଏହିଦିନ ଟିକୁ ସେଥିପାଇଁ ଗୁରୁ ପୂର୍ଣିମା ବୋଲି କୁହାଯାଏ l ଆଜିର ଦିନ ଟି ଗୁରୁ ଓ ଶିଷ୍ୟ ଙ୍କ ପବିତ୍ର ସମ୍ପର୍କ ର ପ୍ରତୀକ ଅଟେ l

ଆଷାଢ଼ ମାସର ପୂର୍ଣିମା ତିଥି ରେ ପବିତ୍ର ନଦୀ ରେ ସ୍ନାନ କରି ଦାନ କରିବାର ବିଶେଷ ମହତ୍ୱ ରହିଛି l ଗୁରୁ ପୁର୍ଣିମା ର ବିଶେଷ ଦିନରେ ଗୌତମ ବୁଦ୍ଧ ସାରନାଥ ରେ ନିଜର ପ୍ରଥମ ଉପଦେଶ ଦେଇଥିଲେ, ଚଳିତ ବର୍ଷ ଗୁରୁ ପୂର୍ଣିମା ଜୁଲାଇ ୧୦ ରେ ପାଳିତ ହେବ l ପୁର୍ଣିମା ତିଥିର ଆରମ୍ଭ ଜୁଲାଇ ୧୦ ତାରିଖ ରାତି ଗୋଟୀଏ ୩୬ ମିନିଟ ରେ ହେବ l ଏବଂ ସଂପତ ହେବ ୧୧ ଜୁଲାଇ ରାତି ୨ଟା ୬ ମିନିଟ ରେ l

– ହିନ୍ଦୁ ଧର୍ମ ରେ ପୂର୍ଣିମା ତିଥିର ବିଶେଷ ମହତ୍ୱ ରହିଛି, ଏହିଦିନ ହଳଦିଆ ବସ୍ତ୍ର ଧାରଣ କରି ପୂଜାର୍ଚନା କରିବା ଦ୍ୱାରା ଭାଗ୍ୟ ବୃଦ୍ଧି ହୋଇଥାଏ, ଏବଂ ଆର୍ଥିକ କାର୍ଯ୍ୟ ରେ ମଧ୍ୟ ବୃଦ୍ଧି ହୋଇଥାଏ l
– ଆଷାଢ଼ ପୁର୍ଣିମା ଦିନ ଜୀବଜନ୍ତୁ ଙ୍କୁ ଭୋଜନ କରାଇବା ଜରୁରୀ, ଏହାଦ୍ୱାରା ପିତୃ ପୁରୁଷ ଙ୍କ ଆତ୍ମା କୁ ସନ୍ତୋଷ ମିଳିଥାଏ ଏବଂ ଜୀବନ ରେ ସୁଖ ସମୃଦ୍ଧି ର ଆଗମନ ହୋଇଥାଏ l
–  ଆଷାଢ଼ ପୂର୍ଣିମା ଦିନ ଗୋଟିଏ ପାତ୍ର ରେ ଦୁଗ୍ଧ ଓ ହଳଦୀ ମିଶାଇ ସେଥିରେ ଚନ୍ଦନ, ସିନ୍ଦୁର, ଏବଂ ହଳଦିଆ ପୁଷ୍ପ ଅର୍ପଣ କରି ତାହାକୁ ବୃନ୍ଦାବତୀ ଙ୍କୁ ଅର୍ପଣ କରନ୍ତୁ, ଏହାଦ୍ୱାରା ପରିବାର ରେ ସୁଖ ସମୃଦ୍ଧି ର ଆଗମନ ହୋଇଥାଏ l
– ଆଜିର ଦିନ ରେ ବିଷ୍ଣୁ ଓ ଗଣପତି ଙ୍କ  ଫଟୋ ରେ ଦୁବ ଅର୍ପଣ କରନ୍ତୁ, ଏପରି କରିବା ଦ୍ୱାରା ଘରର ନକାରାତ୍ମକ ଶକ୍ତି ର ବିନାଶ ହୋଇଥାଏ ଏବଂ ଜୀବନ ସୁଖମୟ ହୋଇଥାଏ l

Leave A Reply