Odisha news

ଆମିଷ ଭୋଜନ କରୁଥିବା ବାସନ ରେ ପ୍ରସାଦ ସେବନ କରିବା ଉଚିତ କି ନୁହେଁ ? କଣ କହିଛନ୍ତି ପ୍ରେମାନନ୍ଦ ଗୁରୁଜୀ

0

ଆମ ହିନ୍ଦୁ ଧର୍ମ ରେ ଆମିଷ ଓ ନିରାମିଷ କୁ ନେଇ ଅନେକ ନିୟମ ରହିଛି , ଯାହାକୁ ଆମେ ଗ୍ରହଣ କରିଥାଉ, କାହିଁକି ନା ସନାତନ ଧର୍ମରେ ଆମିଷ ସେବନ କରିବା ଉଚିତ ନୁହେଁ ବୋଲି ଦର୍ଶା ଯାଇଛି l କିନ୍ତୁ ଆମ ମଧ୍ୟରୁ ଅନେକ ବ୍ୟକ୍ତି ଏଭଳି ରହିଛନ୍ତି ଯିଏକି ଉଭୟ ଆମିଷ ଓ ନିରାମିଷ ଭୋଜନ ସେବନ କରି ଥାଆନ୍ତି l

ଅନେକ ସମୟରେ ଆମେ ନିଜ ଘରେ ହେଉ କିମ୍ବା କ୍ୟାଟେର ଦ୍ୱାରା ପ୍ରସାଦ ସେବନ ବ୍ୟବସ୍ଥା କରିଥାଉ, ତେଣୁ ପ୍ରଶ୍ନ ଉଠୁଛି ଯେ ଯେଉଁ ବାସନ ରେ ଆପଣ ଆମିଷ ସେବନ କରୁଛନ୍ତି ସେଥିରେ ପ୍ରସାଦ ସେବନ କରିପରିବେ ନା ନାହିଁ l ଏହାକୁ ନେଇ ବୃନ୍ଦାବନ ସ୍ଥିତ ପ୍ରେମାନନ୍ଦ ଗୁରୁଜୀ କହିଛନ୍ତି ଯେ ‘ ଭଗବାନ ଙ୍କ ପ୍ରସାଦ ପାଇଁ ବ୍ୟବହୃତ ହେଉଥିବା ବାସନ କୁ ଆମିଷ ଭୋଜନ ଠାରୁ ଦୁରେଇ ରଖିବା ଆବଶ୍ୟକ ଅଟେ l

* ଆମିଷ ପ୍ରସ୍ତୁତ ବାସନ ରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ବା ପ୍ରସାଦ ଆବକ୍ଷ ଅଟେ, ଯାହାକି ରାକ୍ଷସ କିମ୍ବା ଅସୁର ଭଳି ବୁଦ୍ଧି ଉତ୍ପନ କରିଥାଏ, ତେଣୁ ଏହି ଭୁଲ କଦାପି କରନ୍ତୁ ନାହିଁ l

* ଏବଂ ରସୁଣ ଓ ପିଆଜ ମଧ୍ୟ ସେହି ବାସନ ରେ କଦାପି ପ୍ରସ୍ତୁତ କରିବା ଉଚିତ ନୁହେଁ ଯେଉଁଥିରେ ପ୍ରସାଦ ପ୍ରସ୍ତୁତ ହେଉଛି, କାହିଁକିନା ଏଭଳି ବାସନ କଦାପି ଦେବତା ଙ୍କ ପ୍ରସାଦ ପ୍ରସ୍ତୁତ ପାଇଁ ବ୍ୟବହୃତ ହୋଇନଥାଏ l ପିଆଜ ରସୁଣ କୌଣସି ଖରାପ ଜିନିଷ ନୁହେଁ କିନ୍ତୁ ଏହା ତମୋ ଗୁଣ ଉତ୍ପନ କରିଥାଏ , ସେଥିପାଇଁ ଏହା ବର୍ଜିତ ଅଟେ l

* ଏହାଛଡା ଆପଣ ଆମିଷ ସେବନ କରିଥିବା ଦିନ ପ୍ରସାଦ ସେବନ କରିବା ଉଚିତ ନୁହେଁ , ଏହା ଦେବତା ଙ୍କ ପ୍ରତି ଅବମାନନା ହୋଇଥାଏ , ତେଣୁ ଏଭଳି କାର୍ଯ୍ୟ କରିବା ଠାରୁ ଦୂରେଇ ରହିବା ଆବଶ୍ୟକ ଅଟେ l

Nalco
Leave A Reply