ମେଡିଟେସନ କୁ ଆମ ଦୈନନ୍ଦିନ ଜୀବନ ର ଗୋଟିଏ ମୁଖ୍ୟ କାର୍ଯ୍ୟ ଭାବରେ ଗ୍ରହଣ କରି ଆମେ ନିଜକୁ ଖୁସି କରି ପାରିବା l ମେଡିଟେସନ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭ ଦାୟକ ଏହା ଆମେ ଜାଣିଛୁ l ଆମେ ଆଜି ପର୍ଯ୍ୟନ୍ତ ସାଧାରଣ ମେଡିଟେସନ ବିଷୟରେ ଶୁଣିଥିଲୁ , କିନ୍ତୁ ଆଜି ଆମେ ଚକୋଲେଟ ମେଡିଟେସନ ବିଷୟରେ ଜାଣିବା l ଯାହାକି ଆମକୁ ମାନସିକ ସ୍ତରରେ ଅଦ୍ଭୁତ ଶାନ୍ତି ପ୍ରଦାନ କରିଥାଏ l
* ଚକୋଲେଟ ମେଡିଟେସନ ରେ ଚକୋଲେଟ ର ସ୍ୱାଦ କୁ ଅନୁଭବ କରି ଧ୍ୟାନ କେନ୍ଦ୍ରିତ କରାଯାଇ ଥାଏ l ଏହାର ଅନ୍ୟନାମ ମାଇଣ୍ଡଫୁଲ ନେସ ମେଡିଟେସନ l
* ଚକୋଲେଟ ମେଡିଟେସନ କୁ ମଧ୍ୟ ଚକୋଲେଟ ଥେରାପି କୁହାଯାଇ ଥାଏ l ଯାହାକି ବିଶେଷ ଭାବରେ ଓଜନ ନିୟନ୍ତ୍ରଣ କରିଥାଏ l ମସ୍ତିଷ୍କ କୁ ପିସଫୁଲ ରଖିଥାଏ ଓ ମାନସିକ ଉତେଜନା ହ୍ରାସ କରିଥାଏ l
* ଚକୋଲେଟ ମେଡିଟେସନ କୁ ନେଇ ଅନେକ ଗୁଡିଏ ଲାଭ ରହିଛି , ଯାହାକୁ ନେଇ ଅନେକ ରିସର୍ଚ୍ଚ ମଧ୍ୟ କରାଯାଇଛି l ଯେଉଁଥିରେ କୁହାଯାଇଛି ଯେ ଯୋଗାସନ ଭଳି ଚକୋଲେଟ ମେଡିଟେସନ ଦ୍ୱାରା ମଧ୍ୟ ଅନେକ ଲାଭ ମିଳିଥାଏ l
* କିନ୍ତୁ ଏହାର ବିଶେଷତ୍ତା ହେଲା ଯୋଗାସନ ପାଇଁ ଗୋଟିଏ ନିର୍ଦ୍ଧିଷ୍ଟ ସମୟ ଥାଏ , କିନ୍ତୁ ନିଜକୁ ଚିନ୍ତା ମୁକ୍ତ କରିବା ପାଇଁ ଆପଣ ଦିନର ଯେ କୌଣସି ସମୟ କୁ ବାଛି ପରିବେ l
* ଚକୋଲେଟ ମେଡିଟେସନ କରିବାର ପ୍ରକ୍ରିୟା :-
– ସର୍ବ ପ୍ରଥମେ ଆପଣ ଗୋଟିଏ ଏଭଳି ଚକୋଲେଟ ବାଛନ୍ତୁ ଯାହା କୁ ଆପଣ ପୂର୍ବରୁ କେବେ ଖାଇ ନଥିବେ l
– ବର୍ତମାନ ଗୋଟିଏ ଏଭଳି ସ୍ଥାନ ବାଛନ୍ତୁ ଯାହା ସମ୍ପୂର୍ଣ ଶାନ୍ତ ବାତାବରଣ ହୋଇଥିବ l ଏବଂ ଉକ୍ତ ସ୍ଥାନରେ ଖଣ୍ଡିଏ ଆସନ ତଳେ ପକାଇ ଚକା ଆସନ ପକାଇ ବସି ଯାଆନ୍ତୁ l
– ଏହାପରେ ଚକୋଲେଟ ରେ ସୁଗନ୍ଧ କୁ ଅନୁଭବ କରନ୍ତୁ ଏବଂ ଏହି ସମୟରେ କିଛି ଅଲଗା କଥା ଭାବନ୍ତୁ ନାହିଁ l
– ସୁଗନ୍ଧ ଅନୁଭବ କରିବା ପରେ ଦୀର୍ଘ ନିଶ୍ୱାସ ନେଇ ଚକୋଲେଟ ଟେଷ୍ଟ କୁ ଅନୁଭବ କରି ଧୀରେ ଧୀରେ ନିଶ୍ୱାସ ଛାଡ଼ନ୍ତୁ l
– ଏହି ସମୟରେ ଆପଣ ନିଜର ଧ୍ୟାନ ଚକୋଲେଟ ଓ ତାର ସ୍ୱାଦ ଉପରେ କେନ୍ଦ୍ରିତ କରି ରଖନ୍ତୁ l ଦେଖିବେ ଆପଣଙ୍କ ମନ ଖୁସି ହେବା ସହିତ ମନ ମଧ୍ୟ ଶାନ୍ତ ରହିବ l