ନୂଆପଡ଼ା -୧୪/୬(ସୁରେନ୍ଦ୍ର ତିୱାରୀ) ଆଜି ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟ ସ୍ଥିତ ସୋସେଙ୍ଗ ନିକଟସ୍ଥ ଜଙ୍ଗଲ କୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିବା ଦୁଇ ଵ୍ୟକ୍ତି ଭାଲୁ ଆକ୍ରମଣ ର ଶିକାର ହୋଇ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ଜଣାପଡିଛି। ଖବର ନେବାରୁ ଜଣା ପଡ଼ିଛି ଯେ ସୋସେଙ୍ଗ ଗ୍ରାମର ଦେଓଚନ ମାଝୀ(୩୬)ଓ ଅମଳ ମାଝୀ ( ୩୬) ଆଜି ପ୍ରାତଃ ନିଜ ଗାଁ ନିକଟ ଜଙ୍ଗଲ କୁ ଜାଳେଣି କାଠ ଗୋଟେଇ ବାକୁ ଯାଇଥିଲେ। ଜଙ୍ଗଲରୁ ଏକ ମାଈ ଭାଲୁ ଦୁଇଟି ଶାବକ ସହ ସେଠାକୁ ଆସି ଉଭୟଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିଲା। ସେମାନଙ୍କ ଚିତ୍କାର ଶୁଣି ନିକଟରେ ଥିବା ଲୋକେ ଯାଇ ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରିଥିଲେ। ଦେଓଚନ ଙ୍କ ମୁହଁ ରେ ଗଭୀର କ୍ଷତ ହୋଇଥିବାରୁ ତାଙ୍କୁ ତୁରନ୍ତ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅମଳ ଙ୍କୁ ସୁନାବେଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ଜଣାପଡିଛି।