Odisha news

ରାଜସ୍ୱ ଅଧିକାରୀଙ୍କ ବୈଠକ : ମୁଖ୍ୟମନ୍ତ୍ରୀ ଆଭାସୀ ଜରିଆରେ ଉଦବୋଧନ ଦେଲେ

0
ନୂଆପଡ଼ା – ୪/୬ (ସୁରେନ୍ଦ୍ରତିୱାରୀ) ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ରାଜଧାନୀରେ ରାଜସ୍ୱ ଅଧିକାରୀଙ୍କ ଦୁଇ ଦିନିଆ ରାଜ୍ୟସ୍ତରୀୟ ସମ୍ମିଳନୀ ତଥା କର୍ମଶାଳାରେ ଉଦବୋଧନ ଦେଇ ସ୍ୱଚ୍ଛ ଓ ଦୁର୍ନୀତି ମୁକ୍ତ ରାଜସ୍ୱ ପ୍ରଶାସନ ଆମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି କହିଛନ୍ତି l ଅଫିସ୍ ଲୋକଙ୍କ ପାଇଁ ଭୟର ନୁହେଁ, ବିଶ୍ୱାସର ସ୍ଥାନ ହେଉ ଏବଂ ସମାଜର ଶେଷ ଧାଡିରେ ଥିବା ଲୋକ ପର୍ଯ୍ୟନ୍ତ ସେବା ପହଞ୍ଚାନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ସମସ୍ତ ରାଜସ୍ୱ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ନୂଆପଡ଼ା ସ୍ଥାନୀୟ ଓସ୍ୱାନ୍ ହଲ୍ ରେ ଜିଲ୍ଲାପାଳ ମଧୁସୂଦନ ଦାଶ ଅଧ୍ୟକ୍ଷତାରେ ଜିଲ୍ଲା ରାଜସ୍ୱ ଅଧିକାରୀ ମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା l ରାଜ୍ଯ ସ୍ତରୀୟ ସମ୍ମିଳନୀର ସିଧା ପ୍ରସାରଣ ଏଠାରେ ପ୍ରଦର୍ଶିତ ହୋଇଥିଲା l ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତା ଙ୍କ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ପ୍ରଶାସନିକ ଅଧିକାରୀ, ରାଜସ୍ୱ ଅଧିକାରୀ ଏବଂ କର୍ମଚାରୀମାନେ ଯୋଗଦାନ କରିଥିଲେ l ସମସ୍ତଙ୍କୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେ ଯେ ଆମେ ଲୋକ ଏବଂ ସରକାରଙ୍କ ମଧ୍ୟରେ ବ୍ୟବଧାନ କମାଇବା ପାଇଁ ପ୍ରଯତ୍ନ କରିବା ।  ଜନସାଧାରଣଙ୍କ ଅଧିକାରୀ ନୁହେଁ ବରଂ ସେବକ ହିସାବରେ କାର୍ଯ୍ୟ କରି ସମସ୍ତଙ୍କୁ ତ୍ଵରିତ ନ୍ୟାୟ ପ୍ରଦାନ କରିବା ଆମର ଲକ୍ଷ୍ୟ ହେଉ ବୋଲି ସେ କହିଥିଲେ l ରାଜ୍ଯ ସ୍ତରରେ ଗ୍ରହଣ କରାଯାଇ ଥିବା ରାଜସ୍ୱ ବିଭାଗର ପ୍ରତିଟି ନୂତନ ପଦକ୍ଷେପକୁ ନୂଆପଡ଼ା ଜିଲ୍ଳା ରେ ତୁରନ୍ତ କାର୍ଯ୍ଯ ରେ ପ୍ରତିଫଳନ କରିବା ପାଇଁ ସେ ଅଧିକାରୀ ମାନଙ୍କୁ ଆହ୍ଵାନ ଦେଇଥିଲେ l
Nalco
Leave A Reply