Odisha news

ସ୍ୱପ୍ନେଶ୍ୱର ମହାଦେବ ଓ ଦେବୀ ପାର୍ବତୀଙ୍କ ବିବାହ ସମ୍ପନ୍ନ

0

ତିହିଡି୦୧/୦୬(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଳକ ଅଧିନ ଭାଟପଡା ପଞ୍ଚାୟତର ତିହିଡି ଗାଁର ବାବା ସ୍ୱପ୍ନେଶ୍ୱର ମହାଦେବ ଓ ଦେବୀ ପାର୍ବତୀଙ୍କ ବିବାହ ଗତକାଲି ପବିତ୍ର ଶୀତଳଷଷ୍ଠୀ ଅବସରରେ ସମ୍ପନ୍ନ ହୋଇଯାଇଛି । ଚଳିତବର୍ଷ ବର ପିତା ଭାବେ ତିହିଡି ଗାଁର ରତ୍ନାକର ଓଝା ଓ କନ୍ୟାପିତା ଭାବେ ସେହି ଗାଁର ଚନ୍ଦନ କୁମାର ପାତ୍ର ଦାୟିତ୍ୱ ନିର୍ବାହ କରିଥିଲେ । ଶନିବାର ସକାଳେ ଶ୍ରୀ ହନୁମାନ ଜୀଉ ବରଧରା ସାଜି ଗ୍ରାମର ସମସ୍ତ ଦେବାଦେବୀଙ୍କୁ ବିବାହ ନିମନ୍ତ୍ରଣ ଦେଇଥିଲେ । ସନ୍ଧ୍ୟାରେ ଭବ୍ୟ ବାଦ୍ୟ ରୋଷଣୀ ପଟୁଆର ସହିତ ଗ୍ରାମବାସୀ ମାନେ ବାବାଙ୍କ ମନ୍ଦିରରେ ପହଞ୍ଚିବା ପରେ ନିଶାର୍ଦ୍ଧରେ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା । ରାତି ପ୍ରାୟ ୪-୩୦ରେ ସ୍ୱପ୍ନେଶ୍ୱର ଜୀଉ ମାତା ପାର୍ବତୀଙ୍କ ପାଣି ଗ୍ରହଣ କରିଥିଲେ । ଏହି ଉପଲକ୍ଷେ ସେଠାରେ ବହୁ ଜନ ସମାଗମ ସାଙ୍ଗକୁ ମନ୍ଦିର କମିଟି ପକ୍ଷରୁ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ପଣ୍ଡିତ ନିରଞ୍ଜନ କର ଓ ଲକ୍ଷ୍ମୀଧର କର ବିବାହ କାର୍ଯ୍ୟ ସମ୍ପନ୍ନ କରାଇଥିଲେ । ଏହି ବିବାହ କାର୍ଯ୍ୟରେ ଶରତ କୁମାର କର, ପାର୍ଥସାରଥୀ ନାୟକ, ରଘୁନାଥ ପାତ୍ର, କୈଳାସ ପାତ୍ର, ରମାକାନ୍ତ ନାଥ, ପ୍ରଭାତ କୁମାର ରାଉଳ, ପି.ହୃଷିକେଶ, ବିଷ୍ଣୁଚରଣ ଦାସ, ମହେନ୍ଦ୍ର ଓଝା, ଧ୍ରୁବଚରଣ ମହାରଣା, ଉମାକାନ୍ତ ସୂତାର, ବିବେକାନନ୍ଦ ନାୟକ, ସରୋଜ କର, ଶିବପ୍ରସାଦ ଓଝା, ବସନ୍ତ ବେହେରା, ମନୋରଞ୍ଜନ ବେହେରା, ପ୍ରଫୁଲ୍ଲ ପାତ୍ର, ରାକେଶ ନାୟକ, କମଳାକାନ୍ତ ସାହୁ, ଚିତ୍ତରଞ୍ଜନ ବାରିକ, ପୀତବାସ ପଣ୍ଡା, ଗୋପାଳ ସାହୁ, ପ୍ରକାଶ ନାୟକ ଓ ମାଳତୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply