Odisha news

ଶିକ୍ଷା ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ

0
ନୂଆପଡ଼ା -୧/୬(ସୁରେନ୍ଦ୍ର ତିୱାରୀ) : ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଶିକ୍ଷା ବିଭାଗର ମାସିକ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୁଏ ଙ୍କ ଆବାହକତ୍ବ ରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରେଶମ ଲାଲ ନାୟକ, ବୈଷୟିକ ପରାମର୍ଶ ଦାତା ସୁବ୍ରତ ଦାଶ, ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ, ଉପ ଅଧିକାରୀ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ, ବିଭିନ୍ନ ବିଭାଗୀୟ  ସଂଯୋଜିକ ସଂଯୋଜିକା ମାନେ ଯୋଗ ଦେଇଥିଲେ l ସମସ୍ତଙ୍କୁ ସମ୍ବୋଧନ କରି ଜିଲ୍ଲାପାଳ ଗତ ରାଜ୍ଯ ଓ କେନ୍ଦ୍ର ବୋର୍ଡ ପରୀକ୍ଷାରେ ମାଟ୍ରିକ ଓ ଯୁକ୍ତ ଦୁଇ ସ୍ତରରେ ଜିଲ୍ଲାର ସଫଳତାର ହାର ଠିକ୍ ରହିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ  l ଏହାପରେ ଜିଲ୍ଲାରେ ଶିକ୍ଷାର ମାନ ବୃଦ୍ଧି କରିବା ପାଇଁ ବିଗତ ଦିନର କାର୍ଯ୍ୟାବଳୀର ସମୀକ୍ଷା କରିବା ସହିତ ଏହାକୁ ଆହୁରି ଉନ୍ନତ କରିବା ପାଇଁ ବିଭିନ୍ନ ପରାମର୍ଶ ଦେଇଥିଲେ l ଜିଲ୍ଲାରେ ଭୋକେସନାଲ ଶିକ୍ଷାର ଫଳ ଆଶାନୁରୂପ ହୋଇନଥିବାରୁ ଏହାକୁ ଉନ୍ନତ କରିବା ପାଇଁ ଆହ୍ଵାନ ଦେଇଥିଲେ lଶିକ୍ଷକ ଶିକ୍ଷୟିତ୍ରୀ ମାନେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ଓଡ଼ିଆ ଭାଷାରେ ଦକ୍ଷତା ବୃଦ୍ଧି ପାଇଁ ସେମାନଙ୍କୁ ଯୁକ୍ତାକ୍ଷର ଶିଖାଇବେ l ନବମ ରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କ ପ୍ରତି ସପ୍ତାହରେ ପରୀକ୍ଷା ହେବ l ସ୍କୁଲର ପ୍ରତି ଶ୍ରେଣୀର ଶ୍ରେଷ୍ଠ ତିନି ଜଣ ଛାତ୍ରଛାତ୍ରୀ ପିଲାମାନଙ୍କ ଗୋଟିଏ ଗୋଟିଏ କ୍ଲାସ ନେବେ l ଏହାଦ୍ୱାରା ସମସ୍ତେ ଉତ୍ସାହିତ ହେବେ l ଉଭୟ ଓଡିଆ ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଭଲ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଗୋଟିଏ ଦଳ ଗଠିତ ହେବ l ସେମାନେ ନିଜ ସ୍କୁଲ ବ୍ୟତୀତ ଅନ୍ୟ ସ୍କୁଲ୍ କୁ ଯାଇ ଶିକ୍ଷାଦାନ କରିବେ l ଖରା ଛୁଟିରେ ସ୍କୁଲ ଖୋଲିବା ଆଗରୁ ଏହାର ପରିବେଶ ସଜାଡ଼ିବା ସହିତ ସଫା ସୁତୁରା ରଖିବା ଏବଂ ପରିମଳ ବ୍ୟବସ୍ଥା ଠିକ୍ ରଖିବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପଦକ୍ଷେପ ନେବେ l ଏହି ଅବସରରେ ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ ପାଇଁ ଗୋଡଧୁଆପଦର ଉନ୍ନିତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ରାଉତ  ଏବଂ ବିଦ୍ୟାଳୟର ଉତ୍ତମ ପରିବେଶ ରଖିଥିବାରୁ ବୋଡ଼େନ ରାଣୀ ମୁଣ୍ଡା କଲୋନୀ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଚୂଡାମଣି ତାଣ୍ଡି ଙ୍କୁ ବୈଠକରେ ସମ୍ବର୍ଦ୍ଧିତ କରାଯାଇଥିଲା l
Leave A Reply