ପେହଁଲଗାମ ଆତଙ୍କବାଦ ର ଜବାବ ଦେଇ ଭାରତୀୟ ସେନା ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ କରି ୯ଟି ଆତଙ୍କବାଦ ଆଡା କୁ ଧ୍ବଂସ କରିଛି, ଏହା କୁ ସେନା ପକ୍ଷରୁ ପ୍ରେସ କର୍ଣ୍ଣଫରେନ୍ସ ଜାରି ହୋଇଥିଲା, ଏବଂ ଏହି ପ୍ରେସ କର୍ଣ୍ଣଫରେନ୍ସ ରେ ଉଇଙ୍ଗ କମାଣ୍ଡର ବ୍ୟୋମିକା -କର୍ଣ୍ଣଲ ସୋଫିଆ ଅଂଶ ଗ୍ରହଣ କରିଥିଲେ l ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନ ଅପରେସନ ସିନ୍ଦୁର ଅନୁସାରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର ରେ ଆତଙ୍କବାଦୀ ଆଡା ଉପରେ ଆକ୍ରମଣ ର ସମସ୍ତ ବିବରଣୀ ଦେଇଥିଲେ l
ବିଶେଷ ଭାବରେ ଏହି ପ୍ରେସ କର୍ଣ୍ଣଫରେନ୍ସ ବର୍ତମାନ ବିଦେଶୀ ଗଣମାଧ୍ୟମରେ ଏହି ଦୁଇ ମହିଳା ସେନା ଅଧିକାରୀ ଚର୍ଚା ସାଉଁଟି ଛନ୍ତି l ଏହି ମିଶନ ଅନୁସାରେ କିଭଳି ଏତେବଡ଼ ଷ୍ଟ୍ରାଇକ କୁ କାର୍ଯ୍ୟ ରେ ପରିଣତ କରାଯାଇଥିଲା ସେ ବିଷୟ ରେ ଆଲୋଚନା ହୋଇଥିଲା l ସବୁଠୁ ଗୁରୁତ୍ୱପୂର୍ଣ କଥାଟି ହେଲା କିଭଳି ଭାରତୀୟ ସେନା ପାକିସ୍ତାନ ମଧ୍ୟରେ ୧୦୦ କିଲୋମିଟର ଭିତରକୁ ପଶି ଆକ୍ରମଣ କରିଥିଲେ l
ବିଦେଶୀ ଗଣମାଧ୍ୟମ ରେ ଚର୍ଚା ଚାଲିଛି ଭାରତ ଭଳି ଗୋଟିଏ ଧର୍ମ ନିରପେକ୍ଷ ରାଷ୍ଟ୍ରରେ ମହିଳା ମାନଙ୍କୁ ଏତେ ଅଧିକ ଗୁରୁତ୍ୱ ଦିଆଯାଉଛି ଏବଂ ବିଶେଷ ଭାବରେ ସୋଫିଆ ଜଣେ ମୁସ୍ଲିମ ମହିଳା ହୋଇ ମଧ୍ୟ ତାଙ୍କୁ ଭାରତ ସରକାର ଏତେ ଗୁରୁତ୍ୱ ଦେଇଛନ୍ତି l
କିନ୍ତୁ ଭାରତୀୟ ସେନାର ଗର୍ବ ଏହି ସୋଫିଆ କୁରେସି କିଏ ?
ଭାରତରେ ନାରୀ ଶକ୍ତିର ପ୍ରମାଣ ପ୍ରତ୍ୟେକ କ୍ଷେତ୍ରରେ ବର୍ତମାନ ଚର୍ଚାର ବିଷୟ ପାଲଟିଛି, ଦୁନିଆ ଯେଉଁଠି ସମାନ ଅଧିକାର ର ଚର୍ଚା କରୁଛି ସେଇଠି ଭାରତ ଏହାକୁ କରି ଦେଖାଇଛି, ସୋଫିଆ କୁରେସି ହେଉଛନ୍ତି ଇଣ୍ଡିଆନ ଆର୍ମି ର ପ୍ରଥମ ମହିଳା ଅଧିକାରୀ ଅଟନ୍ତି, ଯିଏକି ଆର୍ମି ଏକ୍ସରସାଇଜ ଫୋର୍ସ ୧୮ ପ୍ରୋଗ୍ରାମ ର ନେତୃତ୍ୱ କରୁଛନ୍ତି l ସୋଫିଆ କୁରେସି ଵlୟୋ ମେଟ୍ରିକ ରେ ପୋଷ୍ଟ ଗ୍ରାଜୁଏଟ କରିଛନ୍ତି l ସେ ଭାରତୀୟ ସେନାରେ ସର୍ଟ ସର୍ଭିର କମିଶନ ଅନ୍ତର୍ଗତ ରେ ୧୯୯୯ ରେ ସାମିଲ ହୋଇଥିଲେ l ଏହି ସମୟରେ ତାଙ୍କର ବୟସ ମାତ୍ର ୧୭ ବର୍ଷ ଥିଲା l ସୋଫିଆ ଆର୍ମି ବ୍ୟାକଗ୍ରାଉଣ୍ଡ ସହିତ ସାମଞ୍ଜସ୍ୟ ରଖିଛନ୍ତି l ସୋଫିଆ ଙ୍କ ଜେଜେ ଆର୍ମି ରେ ଥିଲେ ଓ ତାଙ୍କ ସ୍ୱାମୀ ମଧ୍ୟ ୱାର୍ମିର ଅଫିସର ଅଟନ୍ତି l