ନୁଆପଡ଼ା -୫/୫ (ସୁରେନ୍ଦ୍ର ତିୱାରୀ) : ନୂଆପଡ଼ା ଜିଲ୍ଲା ନୂଆପଡ଼ା ବ୍ଲକ୍ କାଦୋମେରୀ ପଞ୍ଚାୟତରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ବରେ ପ୍ରବାସୀ ଶ୍ରମିକ ନିରାକରଣ ପାଇଁ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି l ଏଥିରେ ଖଡିଆଲ ବନଖଣ୍ଡ ଅଧିକାରୀ ଅଜିଜ ଖାନ,ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ , ବ୍ଲକ୍ ଅଧ୍ୟକ୍ଷା ତାରେଶ୍ଵରୀ ସାହୁ , ଜିଲ୍ଲା ପରିଷଦ ସଦସ୍ୟା ଉମା ଠାକୁର,ବିଡ଼ିଓ ରୋହିତ ଭୋଇ, ତହସିଲଦାର ପ୍ରଣବ ରଞ୍ଜନ ସାହୁ, ସ୍ଥାନୀୟ ସରପଞ୍ଚ ସରୋଜ ବାରିକ, ଏଲଡିଏମ ସୀତାରାମ ମେହେର, ସମିତି ସଭ୍ୟ ନିରୋଦ ଶବର ପ୍ରମୁଖ ଅତିଥି ହିସାବରେ ଯୋଗଦେଇଥିଲେ l ନୂଆପଡ଼ା ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ସମସ୍ତ ଅତିଥି, ଅଧିକାରୀ ତଥା ଜନସାଧାରଣଙ୍କୁ ସ୍ବାଗତ କରି ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ କାରି ଯୋଜନା ସମ୍ବନ୍ଧରେ ଆଲୋକପାତ କରି ଥିଲେ l ସଭାରେ ବନଖଣ୍ଡ ଅଧିକାରୀ ଅଜିଜ ଖାନ, ଉପ ନିର୍ଦ୍ଦେଶକ ହସ୍ତଶିଳ୍ପ ପୁଷ୍ପ ରଞ୍ଜନ ସାହୁ,ଜିଲ୍ଲା ଶ୍ରମ ଅଧିକାରୀ ରବୀନ୍ଦ୍ର ବାର୍ଲା,ପରିଚାଳକ ମିଶନ ଶକ୍ତି ସୁନୀଲ କୁମାର ମଲ୍ଲିକ, ଆର୍ ଟି ଓ ମାନ ସିଂ, ଜିମ୍ ଡି ଆଇ ସି ସମିର ମୁଦୁଲି, ତହସିଲଦାର ପ୍ରଣବ ରଞ୍ଜନ ସାହୁ , ଲିଡ୍ ବ୍ୟାଙ୍କ୍ ମେନେଜର ସୀତାରାମ ମେହେର, ପ୍ରମୁଖ ଯୋଗଦେଇ ଶ୍ରମିକ କୃଷକ ତଥା ଜନସାଧାରଣଙ୍କ ପାଇଁ ଥିବା ବିଭାଗୀୟ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ବନ୍ଧରେ ଅବଗତ କରାଇଥିଲେ l ପଂଚାୟତରେ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୩୦୦ ଦିନରୁ ଅଧିକ କାମ କରିଥିବାରୁ ସଭାରେ ୪ ଜଣ ଶ୍ରମିକ ମାନଙ୍କୁ ଜିଲ୍ଲାପାଳ ଓ ଅତିଥିମାନେ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ l ଜିଲ୍ଲାପାଳ ଗ୍ରାମବାସୀ ମାନଙ୍କୁ ଉଦବୋଧନ ଦେଇ କହିଲେଯେ ମନରେଗା ଯୋଜନାରେ ଜିଲ୍ଲାର ପ୍ରତି ଶ୍ରମିକ ପରିବାର ଙ୍କୁ ୩୦୦ ଦିନର କାମ ସରକାର ଯୋଗାଇଦେବେ l ଏଥିରୁ ସେମାନେ ନିଜ ଗାଁରେ ରହି ଲକ୍ଷ ପତି ହୋଇପାରିବେ l ଘର ପାଖରେ ବିଭିନ୍ନ ଶ୍ରମଭିତ୍ତିକ କାମ ତଥା ବ୍ୟବସାୟ ଆରମ୍ଭ କରିବା ପାଇଁ ସହଜ ଋଣ ମିଳୁଥିବାରୁ ପ୍ରବାସୀ ଶ୍ରମିକ ହିସାବରେ ଅନ୍ୟ ରାଜ୍ୟକୁ ନ ଯିବା ପାଇଁ ସମସ୍ତେ ପଣ କରନ୍ତୁ l ଜିଲ୍ଲା ପ୍ରଶାସନ ସମସ୍ତ ଶ୍ରମିକ ମାନଙ୍କୁ ଖାଦ୍ୟ ,ଉତ୍ତମ ଶିକ୍ଷା, ସ୍ଵାସ୍ଥ୍ୟ, କୃଷି, ଜଳସେଚନ ସୁବିଧା ସହିତ ଜୀବନ ଜୀବିକା ନିର୍ବାହ ପାଇଁ ବିଭିନ୍ନ ଯୋଜନାରେ ସାମିଲ କରିବା ପାଇଁ ପଦକ୍ଷେପ ନେଉଛନ୍ତି l ଜିଲ୍ଲାରେ ମା ଭଉଣୀ ମାନଙ୍କୁ ଆର୍ଥିକ ସଶକ୍ତ କରିବା ପାଇଁ ୨୦୨ କୋଟି ଟଙ୍କାର ଋଣ ଯୋଗାଇ ଦିଆଯାଇଛି ।ସମସ୍ତେ ମିଶି କାଦୋମେରୀକୁ ପ୍ରବାସୀ ଶ୍ରମିକ ମୁକ୍ତ ପଞ୍ଚାୟତରେ ପରିଣତ କରିବା ପାଇଁ ସେ ଆହ୍ଵାନ ଦେଇଥିଲେ l
ଶିବିର ଆରମ୍ଭରେ ଜିଲ୍ଲାପାଳ ଓ ଅତିଥି ମାନେ ତିନୋଟି ନବଜାତକ କନ୍ୟା ଓ ସେମାନଙ୍କ ମା ମାନଙ୍କୁ ଉପହାର ଦେଇ ସମ୍ମାନିତ କରିଥିଲେ। ଗୋଟିଏ ଗର୍ଭିଣୀ ମାକୁ ଫଳମୂଳ ଓ ପୃଷ୍ଟିକର ଖାଦ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ବିଡିଓ ରୋହିତ ଭୋଇ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଙ୍ଗୀତା ପାତ୍ର, ନୂଆପଡା ସି ଡି ପି ଓ, ସ୍ଥାନୀୟ ସରପଞ୍ଚ ମିଳିତ ଭାବରେ ଆୟୋଜନ କରିଥିଲେ।