ସୋସିଆଲ ମିଡ଼ିଆ ପ୍ଲାଟଫର୍ମ X ରେ ଗ୍ୟାସ୍ଟ୍ରୋ ଏଣ୍ଟେରୋଲୋଜିଷ୍ଟ ଡାକ୍ତର ପଲାନିଅପନ ମାଣିକାମ ଙ୍କର ଗୋଟିଏ ପୋଷ୍ଟ ଭାରତ ରେ ପାରାସେଟାମଲ ବ୍ୟବହାର କାରୀ ଙ୍କ ପାଇଁ ଗୋଟିଏ ପ୍ରଶ୍ନବାଚୀ ହୋଇ ଠିଆହୋଇଛି l କାହିଁକିନା ଭଟିୟା ମାନେ ସାଧାରଣ ଭାବରେ ସାମାନ୍ୟ ଜ୍ୱର କିମ୍ବା ମୁଣ୍ଡ ବିନ୍ଧା ହେଲେ ତୁରନ୍ତ ପାରାସେଟାମଲ ଖାଇଥାଆନ୍ତି l
କଣ ରହିଛି ଏହା ପଛର କାରଣ –
ଅଧିକାଂଶ ଭାରତୀୟ ବିନା ମେଡିକାଲ ଗାଈଡାନ୍ସ ରେ ଜ୍ୱର, ସର୍ଦି ଓ ଶରୀର ପୀଡା ରୁ ଆରାମ ପାଇବା ପାଇଁ ପାରାସେଟାମଲ ଆବଶ୍ୟକତା ଠାରୁ ଅଧିକ ବ୍ୟବହାର କରନ୍ତି l ଏହା ଯେକୌଣସି ମେଡିକାଲ ସ୍ତର ରେ ଖୁବ ସହଜ ରେ ମିଳିଯାଇଥାଏ l ତେଣୁ ଏହା ସେଲ୍ଫ ମେଡିକେସନ ର ଗୋଟିଏ ସହଜ ମାଧ୍ୟମ ଅଟେ l କିନ୍ତୁ ପାରାସେଟାମଲ ଅଧିକ ବ୍ୟବହାର ଦ୍ୱାରା ଲିଭର ପ୍ରଭାବିତ ହୋଇଥାଏ l ଏବଂ ପାରାସେଟାମଲ ଅଧିକ ଗମ୍ଭୀର ରୋଗକୁ ମଧ୍ୟ ଚାପି ଦେଇଥାଏ l
* ସେଲ୍ଫ ଲିମିଟ କେତେବେଳେ କ୍ରସ କରିଥାଏ –
ଭୁବନେଶ୍ୱର ଏମ୍ସ ର ଡାକ୍ତର ବିଶ୍ୱାଳ ଙ୍କ ମତରେ ଗୋଟିଏ ମାସରେ ଜଣେ ବ୍ୟକ୍ତି ୧୦ଟି ରୁ ଅଧିକ ପାରାସେଟାମଲ ଖାଇବା ଉଚିତନୂହେଁ l ଏହାଠାରୁ ଅଧିକ ସେବନ କରିବା ଦ୍ୱାରା ଲିଭର ଓ କିଡ୍ନୀ ଉପରେ ଖରାପ ପ୍ରଭାବ ପଡିପାରେ l
* ରିସ୍କ ଅଟେ ସେଲ୍ଫ ମେଡିକେସନ –
ଏମ୍ସ ଚିକିତ୍ସକ ଙ୍କ ମତରେ ପାରାସେଟାମଲ ର ଓଭର ଡୋଜ କେବଳ କିଡ୍ନୀ ଓ ଲିଭର କୁ କ୍ଷତି କରିନଥାଏ, ହାଇପରସେନସିଟିଭ ରିଆକ୍ସନ , ଗ୍ୟାସ୍ଟ୍ରୋଇଣ୍ଟେନଷ୍ଟାଇନ ସମସ୍ୟା, ଅଧିକ ଗମ୍ଭୀର ଭାବରେ ଦେଖାଯାଏ l ଦୀର୍ଘଦିନ ଧରି ପାରାସେଟାମଲ ବ୍ୟବହାର କରିବା ଦ୍ୱାରା ଲିଭର ର କାର୍ଯ୍ୟ ଦକ୍ଷତା ହ୍ରାସ ହୋଇଥାଏ l ଏଭଳି କିଛି ମାରାତ୍ମକ ବ୍ୟାଧି ଦେଖା ଦେଇଥାଏ ଯାହାକି ଜାଣିବା କଷ୍ଟକର ହୋଇଥାଏ l
* କିପରି କରିବେ ସେବନ ? –
* ଏମ୍ସ ଡାକ୍ତରଙ୍କ ମତରେ ଯଦି ଆପଣ ପାରାସେଟାମଲ କୁ ପାଣିରେ ମିଶାଇ ସେବନ କରିବେ କ୍ଷତି ହେବାର ସମ୍ଭାବନା କମ ହୋଇଥାଏ l
* ଯେତେବେଳେ ବି ସେବନ କରୁଛନ୍ତି ତା ପୂର୍ବରୁ ଉଚିତ ମାତ୍ରାର ଖାଦ୍ୟ ସହିତ ପାଣି ମଧ୍ୟ ପିଇବା ଜରୁରୀ l
* ଗୋଟିଏ ବ୍ୟକ୍ତି ଦିନକୁ ମାତ୍ର ୪ ଗ୍ରାମ ରୁ ଅଧିକ ଖାଇବା ଉଚିତ ନୁହେଁ l
– ସାଧାରଣ ଶରୀର ଯନ୍ତ୍ରଣା ପାଇଁ ଏହାକୁ ତୁରନ୍ତ ଖାଇବା ଆବଶ୍ୟକ ନୁହେଁ l