ନୂଆପଡ଼ା -୭/୪ (ସୁରେନ୍ଦ୍ର ତିୱାରୀ) ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ବିଶ୍ଵ ସ୍ଵାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ପ୍ରଥମେ ଜିଲ୍ଲା ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ଅଧିକାରୀ ଡ. ଉମାକାନ୍ତ ମେହେର ନର୍ସିଂ କଲେଜ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଆୟୋଜିତ ଏକ ରେଲୀ କୁ ସବୁଜ ପତାକା ଦେଖାଇ ସହର ପରିକ୍ରମା ନିମନ୍ତେ ବିଦାୟ କରିଥିଲେ। ଉକ୍ତ ରେଲୀ ଟି ଏଡିପିଏଚଓ କିଶୋର ଚନ୍ଦ୍ର ପଟେଲ ଙ୍କ ନେତୃତ ରେ ବାହାରି ସହର ପରିକ୍ରମା କରି ପୁନଃ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଥିଲା। ଏ ଅବସର ରେ ଡିଏମଓ ଡ. ଲଳିତ ମୋହନ ବିଶି ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭା ରେ ଡ. ଉମାକାନ୍ତ ମେହେର ତଥା ସୁଶିଲା ଦେବୀ ନର୍ସିଂ କଲେଜ, ଗୋପୀନାଥ ନର୍ସିଂ କଲେଜ ଓ ଜଗନ୍ନାଥ ନର୍ସିଂ କଲେଜ ର ସମସ୍ତ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ମାନେ ଯୋଗଦାନ କରିଥିଲେ। ଉପରୋକ୍ତ ସଭା ରେ ଡାକ୍ତର ଲଳିତ ମୋହନ ବିଶି ଏ ବର୍ଷ ର ସାରାଂଶ ଥିମ ସ୍ଵାସ୍ଥ୍ୟ ଆରମ୍ଭ ଓ ଆଶାତିତ ଭବିଷ୍ୟତ ବିଷୟ ରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ବୁଝାଇ ଥିଲେ। ଡାକ୍ତର ଉମାକାନ୍ତ ମେହେର ସ୍ଵାସ୍ଥ୍ୟ ଆରମ୍ଭ ଓ ଆଶାତୀତ ଭବିଷ୍ୟତ ଉପରେ ଦିଗ ଦର୍ଶନ ଦେଇ ଅଣ ସଂକ୍ରାମକ ରୋଗ, ସ୍ଵାସ୍ଥ୍ୟ କର ଜୀବନ ଶୈଳୀ, ଯୋଗ, ପୁଷ୍ଟି କର ଖାଦ୍ୟ ଉପରେ ବିଶଦ ଭାବେ ଆଲୋଚନା କରି ବୁଝାଇ ଥିଲେ। ପରେ ଏକ ଦସ୍ତଖତ ଅଭିଯାନ ଆରମ୍ଭ କରିଥିଲେ। ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନ କରିଥିଲେ ଏଡିପିଏଚଓ କିଶୋର ଚନ୍ଦ୍ର ପଟେଲ ।