Odisha news

ବାଲିଗୁଡା ଉପଜିଲ୍ଲପାଳଙ୍କ ପାଖରେଘୁ ଉଦୟଗିରୀ ଏନଏସି କାର୍ଯ୍ୟନିର୍ବାହି ଅଧିକାରୀ ଙ୍କ ବିରୋଧରେ ଅଭିଯୋଗଆଣିଲେ କାଉଁସିଲର

0

ବାଲିଗୁଡା,୨୬/୩-; ଘୁ ଉଦୟଗିରୀ ଏନଏସିର କାର୍ଯ୍ୟନିର୍ବାହି ଅଧିକାରୀ ଆଶୁତୋଷ ଗୌରବ କରଙ୍କ ବିରୋଧରେ ଅଭିଯୋଗ ଆଣିଲେ ୯ଜଣ କାଉଁସିଲର । ଏହାକୁ ନେଇ ଉପଜିଲ୍ଲାପାଳ ଡା ରୀନା ପ୍ରଧାନଙ୍କୁ ବାଲିଗୁଡାରେ ଭେଟି ଏକ ଅଭିଯୋଗ ପତ୍ର ଦେଇଛନ୍ତି । ଉକ୍ତ ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି ଯେ ଏହି ଏନଏସିରେ ସାନିଟେସନ କାର୍ଯ୍ୟକୁ ନେଇ ଏକ ଟେଣ୍ଡର ଡାକିଥିଲେ କିଛିଦିନ ତଳେ ,ଯାହାକି ଏନଏସିର ରେଜୁଲେସନ ନାହିଁ,ତାର କୌଣସି ପ୍ରକାର ବଜେଟ ନାହିଁ ସବୁ ଇଲିଗାଲ କାର୍ଯ୍ୟ ହେଇଛିି ଯାହାକି ସରକାର ନିୟମ ଓ ନିଦେ୍ର୍ଦଶକୁ ଭାଉଲେଟ କରୁଛି ତେଣୁ ଆମେ ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯେ୍ାଗ ଦେଲୁ ଓ ଏହା ପୁର୍ବରୁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ କର ଅଛନ୍ତି ତାଙ୍କୁ ବି ଲିଖିତ ଅଭିଯୋଗ ଦେଲୁ ବୋଲି କହିଛନ୍ତି କାଉଁସିଲର ତଥା ପୁର୍ବତନ ଅଧକ୍ଷ ପି ସଂଜିବ ପାତ୍ର ।

Leave A Reply