Odisha news

କାହିଁକି ହଉଛି ହର୍ମୋନ ଅସନ୍ତୁଳନ କିମ୍ବା ପ୍ରତ୍ୟେକ ମାସରେ ପରିବର୍ତ୍ତନ ହେଉଛି ପିରିଅଡ୍ସ ତାରିଖ , ଆସନ୍ତୁ ଜାଣିବା

0

ମାସିକ ଋତୁସ୍ରାବ ସମୟ ଯଦି କିଛିଦିନ ଗଡି ହେଉଛି କିମ୍ବା ପୂର୍ବରୁ ହୋଇ ଯାଉଛି ତେବେ ଏହା କିଛି ଠିକ କାରଣ ନୁହେଁ ବୋଲି ବିଜ୍ଞାନ କହୁଛି, ଅନିୟମିତ ଋତୁସ୍ରାବ କୁ ଅସାମାନ୍ୟ ମାସିକ ଧର୍ମ ବୋଲି କୁହାଯାଇଥାଏ l ଏହି ସମସ୍ୟା ସାଧାରଣ ଭାବରେ ଅଧିକ ଅବିବାହିତା ଝିଅ ମାନଙ୍କ ମଧ୍ୟରେ ଦେଖିବାକୁ ମିଳୁଛି l ଏହା ପଛର କାରଣ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାରଣ ବୋଲି ଚିକିତ୍ସକ ଙ୍କ ମତ ରହିଛି l

ହର୍ମୋନଲ ଅସନ୍ତୁଳନ –
ଶରୀରରେ ଏସ୍ଟ୍ରୋଜେନ ଓ ପ୍ରୋଜେଷ୍ଟ୍ରୋନ ଭଳି ଅସନ୍ତୁଳନ ହୋଇଥାଏ, ସେହି ସମୟ ରେ ମାସିକ ଧର୍ମରେ ଅନିୟମିତତା ଦେଖା ଯାଇଥାଏ l ଏବଂ ଏହାଛଡା ଥାଇରଏଡ ସମସ୍ୟା ମଧ୍ୟ ହର୍ମୋନଲ ଅସନ୍ତୁଳନ ର କାରଣ ଅଟେ, ଯାହାଦ୍ୱାରା ମାସିକ ଧର୍ମ ରେ ସମୟ ରେ ପ୍ରଥକୟ ଦେଖାଯାଇ ଥାଏ l

ମୋଟାପା –
ଅଧିକ ଓଜନ ବଢିବା ଓ ହ୍ରାସ ହେବା ମାସିକ ଧର୍ମ କୁ ପ୍ରଭାବିତ କରିଥାଏ, ଯେଉଁ ମହିଳା ଙ୍କ ର ଓଜନ ଖୁବ ଅଧିକ ହୋଇଥାଏ ଏଥିରେ ଶରୀରରେ ଏସ୍ଟ୍ରୋଜେନ ସ୍ତର ବଢି ଯାଇଥାଏ l ଯାହାକି ମାସିକ ଧର୍ମରେ ଅନିୟମିତତାର କାରଣ ହୋଇଥାଏ, ଏବଂ କମ ଓଜନ ଥିବା ମହିଳା ମାନଙ୍କ ନିକଟରେ ଆବଶ୍ୟକତା ଠାରୁ କମ ଫ୍ୟାଟ ରହିଥାଏ ଯାହାକି ଋତୁସ୍ରାବ ଅନିୟମିତତା ର କାରଣ l

ରକ୍ତ ହୀନତା –
ମହିଳା ମାନଙ୍କ ନିକଟରେ ରକ୍ତ ହୀନତା ଗୋଟିଏ ସହରଣ ସମସ୍ୟା , ରକ୍ତ ହୀନତା ସମସ୍ୟା ରେ ଗତି କରିବା ସମୟ ରେ ମାସିକ ଋତୁସ୍ରାବ ସମସ୍ୟା ମଧ୍ୟ ଦେଖାଯାଇଥାଏ l ଏହି ରକ୍ତହୀନତା ସମସ୍ୟା ଓଭାଭଲ୍ୟୁଏସ୍ନ  ସମସ୍ୟାକୁ ପ୍ରଭାବିତ କରିଥାଏ l

ହାଇ ପ୍ରଲେକ୍ଟିନଜ –
ହାଇ ପ୍ରୋଲାକ୍ଟିନ ହର୍ମୋନ ଯାହାକି ସ୍ତନ ରେ ଦୁଗ୍ଧ ର ଉତ୍ପାଦନ କୁ କଣ୍ଟ୍ରୋଲ କରିଥାଏ, ଯଦି ପ୍ରୋଲାକ୍ଟିନ ର ସ୍ତର ସାମାନ୍ୟ ରୁ ଅଧିକ ହୋଇଯାଇଥାଏ, ତେବେ ପିରିଅଡଶ ଆତ୍ମନିୟମିତତା ଦେଖିବାକୁ ମିଳିଥାଏ l

ପିସିଓଏସ –
ପିସିଓଏସ ଗୋଟିଏ ସାମାନ୍ୟ ହର୍ମୋନଲ ବିକାର ହୋଇଥାଏ, ଯାହା ମହିଳା ମାନଙ୍କ ମଧ୍ୟରେ ମାସିକ ଋତୁସ୍ରାବ ଅନିୟମିତତା ର କାରଣ ଅଟେ, ଏହି ସମୟରେ ଅଣ୍ଡା ସଯ ରେ ଛୋଟ ଛୋଟ ଶିଷ୍ଟ ହୋଇଯାଇଥାଏ, ଯାହାକି ହର୍ମୋନଲ ଅସନ୍ତୁଳନ ହୋଇ ମାସିକ ଋତୁସ୍ରାବ ରେ ଅସୁବିଧାର କାରଣ ହୋଇଥାଏ l ଏହି ସ୍ଥିତି ରେ ମାସିକ ଋତୁସ୍ରାବ ଖୁବ ଶୀଘ୍ର ହୋଇଥାଏ କିମ୍ବା ଖୁବ ଡେରିରେ ହୋଇଥାଏ l

Leave A Reply