ନୂଆପଡ଼ା -୨୬/୩ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଷା ସିନାପାଲି ଉଦନ୍ତୀ ମହୋତ୍ସବ ପାଳନ କମିଟି ପକ୍ଷରୁ ସାଂସ୍କୃତିକ ମଞ୍ଚ ସଂଯୋଜନା ନିମନ୍ତେ ସଂଯୋଜକ ସଂଯୋଜିକାଙ୍କ ଅଡିସନ ସିନାପାଲି ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ମନୋରଞ୍ଜନ ମେହେର ସଂଯୋଜନା କରିଥିବା ବେଳେ ବିଚାରକ ଭାବରେ ଅଭିଜ୍ଞ ମଞ୍ଚ ସଂଯୋଜକ ଲଳିତ କୁମାର ସୁନାରୀ, ଧୄବ ଚରଣ ପଧାନ ଓ ସଂଯୋଜିକା ପ୍ରିୟଦର୍ଶିନୀ ମୁଣ୍ଡ ଯୋଗଦେଇ ଥିଲେ। ପଡୋଶୀ ଛତିଶଗଡ ଏବଂ ଓଡିଶାର ଆଖପାଖ ଜିଲ୍ଲାରୁ ଷୋହଳ ଜଣ ପ୍ରତିଭାଗୀ ଏଥିରେ ଭାଗ ନେଇଥିଲେ। କାର୍ଯ୍ୟକ୍ରମ ରେ ମହୋତ୍ସବ ପାଳନ କମିଟିର ସଭାପତି ବୈଷ୍ଣବ ମେହେର , ସମ୍ପାଦକ ପ୍ରିୟ ରଞ୍ଜନ ମେହେର , ସମସ୍ତ ଉପସଭାପତି, ଯୁଗ୍ମ ସମ୍ପାଦକ ଅନ୍ଯାନ୍ଯ କର୍ମକର୍ତା ଉପସ୍ଥିତ ଥିଲେ। ନରେଶ ମାଝୀ, ବେଣୁଧର ମେହେର, ବୁଦ୍ଧଦେବ ମେହେର, ମନୋଜ ଜଗତ, ହେମନ୍ତ ମେହେର ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଅତୁଳ କୁମାର ପାତ୍ର ଧନ୍ୟବାଦ ଥିଲେ। ସେହିପରି ମହୋତ୍ସବର ପ୍ରଚାର ଗୀତ ମଧ୍ଯ ସ୍ଥାନୀୟ ସ୍ବର ସଙ୍ଗମ କଳା ଫରିଷଦ ଠାରେ ଉନ୍ମୋଚିତ ହୋଇ ଯାଇଛି । ବୈଷ୍ଣବ ମେହେରଙ୍କ ଲିଖିତ ଏହି କୋଶଳି ଗୀତକୁ ସଙ୍ଗୀତଜ୍ଞ ତ୍ରିନାଥ ମେହେର ସ୍ୱର ସଂଯୋଜନା କରିବା ସହିତ କଣ୍ଠଦାନ କରିଛନ୍ତି । ଗୀତ ତିଆରିରେ ତସ୍ମିନ ମେହେର ବିଶେଷ ସହଯୋଗ କରିଛନ୍ତି । ଗୀତ ଉନ୍ମୋଚନରେ ମହୋତ୍ସବ କମିଟିର ସଂପାଦକ ପ୍ରିୟ ରଂଜନ ମେହେର, ସହ ସଂପାଦକ ସୂରଜ ମେହେର, ଗୌତମ ମେହେର, ପ୍ରଦ୍ଯୁମ୍ନ ସିଂ ଚିନ୍ଦା ଉପସ୍ଥିତ ଥିଲେ ।