Odisha news

ଉଦନ୍ତୀ ମହୋତ୍ସବ ପାଳନ କମିଟି ଗଠିତ

0
ନୂଆପଡ଼ା -୪/୪(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲାର ଅନ୍ଯତମ ସାଂସ୍କୃତିକ ପରିଚୟ ସିନାପାଲି ମାଟିର କଳା, ସାହିତ୍ଯ, ପରମ୍ପରା ଓ ସ୍ୱାଭିମାନର ପର୍ବ ଉଦନ୍ତୀ ମହୋତ୍ସବ ୨୦୨୫ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏ ନେଇ ସିନାପାଲି ପଞ୍ଚାୟତ ସମିତି ପରିସରରେ ପୂର୍ବତନ ବ୍ଲକ ଅଧ୍ଯକ୍ଷ ନୀଳମଣି ମେହେରଙ୍କ ଅଧ୍ଯକ୍ଷତାରେ ଆଜି ମହୋତ୍ସବ ଆୟୋଜକ କମିଟି ଗଠନ କରାଯିବା ସହ ଆସନ୍ତା ମାର୍ଚ୍ଚ ମାସ ଶେଷ ସୁଦ୍ଧା ମହାଆଡ଼ମ୍ଭରରେ ମହୋତ୍ସବ ପାଳନ କରିବାକୁ ସ୍ଥିର କରାଯାଇଛି । ଚଳିତ ବର୍ଷ ମହୋତ୍ସବ କମିଟିର ସଭାପତି ଭାବରେ ବୈଷ୍ଣବ ମେହେର, ଉପସଭାପତି ଭାବରେ ଅଜିତ ଯୋଷୀ, ତ୍ରିନାଥ ମେହେର, ରଜନୀ ମାଝୀ, ସଂପାଦକ ପ୍ରିୟରଞ୍ଜନ ମେହେର, ସହସଂପାଦକ ବଂଶୀଧର ଜଗତ,ମନୋରଞ୍ଜନ ମେହେର, ସୂରଜ ମେହେର ଓ କୋଷାଧ୍ୟକ୍ଷ ଭାବରେ ଦିବ୍ଯ ରଞ୍ଜନ ନାଏକଙ୍କୁ ସର୍ବସମ୍ମତିରେ ମନୋନୀତ କରାଯାଇଛି । ସେହିଭଲି କମିଟିର ଉପଦେଷ୍ଟା ଭାବରେ ସାଂସଦ ମାଳବିକା ଦେବୀ, ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀଙ୍କ ସହ ବୈଶମ୍ପାୟନ ମେହେର, ନୀଳମଣି ମେହେର, ଡମ୍ୱରୁଧର ମେହେର, ଲିଙ୍ଗରାଜ ଘିଭେଲା, ତୁଳସୀରାମ ମେହେର, ରବୀନ୍ଦ୍ରନାଥ ଯୋଷୀ, ସୁବ୍ରତ ଠାକୁର, ନରହରି ମେହେର,  ଗୋଦାବରୀଶ ନାଏକ, କୁମୁଦବନ୍ଧୁ ଯୋଷୀ ପ୍ରମୁଖ ରହିଛନ୍ତି । ସୂଚନାଯୋଗ୍ଯ ଯେ ସିନାପାଲି ଭଳି ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତରେ ବିଗତ ଉଣେଇଶ ବର୍ଷ ହେଲା ଉଦନ୍ତୀ ମହୋତ୍ସବ ଅନୁଷ୍ଠିତ ହୋଇଆସୁଛି, ଯାହା ସ୍ଥାନୀୟ କଳା ସଂସ୍କୃତିକୁ ପ୍ରୋତ୍ସାହିତ କରିବା ସହ ଅଞ୍ଚଳ ବାହାର କଳାକୁ ଜାଣିବାର ସୁଯୋଗ ସୃଷ୍ଟି କରିଛି । ଆଜିର ସଭାରେ ଅନ୍ଯମାନଙ୍କ ମଧ୍ଯରେ ଥାନାଧିକାରୀ ରଶ୍ମିତା ପ୍ରଧାନ,ତରୁଣ କୁମାର ମେହେର, ମନିଷ ପଟେଲ, ଶିବପ୍ରସାଦ ମେହେର, ଲଳିତ ମୋହନ ମାଝୀ, ଆଲୋକ ମେହେର, ପଦ୍ମନାଭ ଜଗତ, ପ୍ରବୀଣ ମେହେର, ଜିତୁ ମେହେର, ଜିତେନ୍ ମେହେର,ମଦନ ଡନସେନା, ସନ୍ତୋଷ ବାଗ, ବିକାଶ ମେହେର, ମାୟାଧର ଜଗତ, ସଞ୍ଜିବ ମେହେର,ନିଲାଞ୍ଚଳ ମେହେର, ସଞ୍ଜୟ ଡନସେନା, ଗୌତମ ମେହେର, ସାନୁର୍ଯ୍ଯ ଭେହେର, ରାଜୁ ମେହେର, ଡୋଳାମଣି ମେହେର, ନରେନ୍ଦ୍ର ନାଏକ, ଆତ୍ମାରାମ ନାଗ, ନରହରି ହଂସ, ସୁଶାନ୍ତ ନାଏକ, ପ୍ରଭାତ ମେହେର, ହରେକୄଷ୍ଣ ମେହେର, ବେଣୁଧର ମେହେର, ଖଗେଶ୍ୱର ମେହେର,ନିତୁ ମେହେର, ଦୀପକ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।
Govt
Leave A Reply