Odisha news

ଆଇନ ସଚେତନେତା ଶିବିର ଅନୁଷ୍ଠିତ

0

ଭୁବନେଶ୍ୱର (Suvendra pattanaik) : ଜିଲ୍ଲା ଆଇନ ସେବା ପ୍ରାଧିକାରଣ, ଖୋର୍ଦ୍ଧା, ଭୁବନେଶ୍ୱର ଆନୁକୂଲ୍ୟରେ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସମିଳନୀ କକ୍ଷରେ ପୋଷକୋ ଆକ୍ଟ ସମ୍ବନ୍ଧିତ ଆଇନ ସଚେତନେତା ଶିବିର ଅନୁଷ୍ଠିତ ହୋଇଯାଇଅଛିl ଉକ୍ତ ଶିବିରକୁ ଅତିରିକ୍ତ ଜିଲ୍ଲା ଜଜ ଶ୍ରୀମତୀ ବନ୍ଦନା କର, ଭୁବନେଶ୍ୱର ଯୋଗଦେଇ ଆଇନରେ ଥିବା ବିଭିନ୍ନ ଵିଧି ବ୍ୟବସ୍ଥା ସମ୍ପର୍କରେ ସମବେତ ମହିଳା ଏବଂ ଜନସାଧାରଣଙ୍କୁ ସୂଚନା ଦେବା ସହ ଏଥିରେ ଥିବା ଦଣ୍ଡ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ବି ଡି ଓ ଦେବୀ ପ୍ରସାଦ ମହାନ୍ତି, ଡି ଏସ ଡବ୍ଲୁ ଓ କୁସୁମ କୁମାରୀ ପ୍ରହରାଜ, ଡି ସି ପି ଓ, ବାସନ୍ତି ପଟନାୟକ, ସାର୍ଟିଫିକେଟ ଅଫିସର ସ୍ମିତା ରଥ ଯୋଗଦେଇ କାର୍ଯ୍ୟକ୍ରମ ସମ୍ବଧୀୟ ବହୁ ଉପାଦେୟ ମାର୍ଗଦର୍ଶିକା ପ୍ରଦାନ କରିଥିଲେ l ଶେଷରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ସଲୋମି ସାହୁ ଉକ୍ତ କାର୍ଯ୍ୟକ୍ରମ କରିବାର ଲକ୍ଷ୍ୟ ଉଦ୍ୟେଶ ଓ ଏହାର ଉପକାରିତା ସମର୍କରେ ସୂଚନା ଦେବା ସହ ଅନେକ ସମାଜ ଉପଯୋଗୀ ମତାମତା ପ୍ରଦାନ କରିଥିଲେ l

Leave A Reply