Odisha news

ଯଦି ୱାର୍କ ଆଉଟ ପରେ ମଧ୍ୟ ଓଜନ ବୃଦ୍ଧି ହେଉଛି ତେବେ ଏହା ପଛରେ ରହିଥାଏ ଏଭଳି ବିଶେଷ କାରଣ

0

କିଛି ଲୋକ ନିୟମିତ ବ୍ୟାୟାମ କରିଥାଆନ୍ତି, ଜିମ ଯାଇଥାଆନ୍ତି କିନ୍ତୁ ସେମାନଙ୍କ ଓଜନ ହ୍ରାସ ହୋଇନଥାଏ, କିନ୍ତୁ କାହିଁକି ଓଜନ ହ୍ରାସ ହୋଇ ନଥାଏ ଏବଂ ଏହା ପଛରେ କଣ କାରଣ ରହିଛି ତାହା ପ୍ରତ୍ୟେକ ବ୍ୟକ୍ତି ନିହାତି ଜାଣିବା ଜରୁରୀ l ତେବେ ଆସନ୍ତୁ ଜାଣିବା ସେହି କାରଣ ଗୁଡିକ କଣ ?

ଓଜନ ବୃଦ୍ଧିର ମୁଖ୍ୟ କାରଣ –
* ଯେତେବେଳେ ଶରୀରରେ ପାଣିର କମି ହୋଇ ଯାଇଥାଏ, ସେତେବେଳେ ଶରୀର ପାଣିକୁ ଅଟକାଇ ବାକୁ ଚେଷ୍ଟା କରିଥାଏ, ଏହି କାରଣରୁ ଶରୀର ଫୁଲି ଉଠିଥାଏ ଓ ଓଜନ ବୃଦ୍ଧି ହୋଇଥାଏ l ତେଣୁ ଦିନସାରା ଯେତେ ଅଧିକ ପାଣି ପିଇବା ଜରୁରୀ l

* ଯଦି ଆପଣ ବ୍ୟାୟାମ ପରେ ହାଇ କ୍ୟାଲୋରୀ ଯୁକ୍ତ ଭୋଜନ କରୁଛନ୍ତି ତେବେ ଆପଣଙ୍କ ଓଜନ ବୃଦ୍ଧି ହେବ, ତେଣୁ ସନ୍ତୁଳିତ ଭୋଜନ କରନ୍ତୁ, ନିଜ ଭୋଜନ ରେ ପ୍ରୋଟିନ, କାର୍ବୋହାଇଡ୍ରେଟ ଫାଇବର ରହିବା ଜରୁରୀ l

* ପର୍ଯ୍ୟାପ୍ତ ମାତ୍ରାରେ ନଶୋଇବା ଦ୍ୱାରା ଶରୀର ରେ ହର୍ମୋନ ଅସନ୍ତୁଳିତ ରହିଥାଏ, ଯାହାଦ୍ୱାରା ଭୋକ ବୃଦ୍ଧି ହୋଇଥାଏ ଏବଂ ଓଜନ ବୃଦ୍ଧି ହୋଇଥାଏ l ତେଣୁ ଦିନକୁ ୭ରୁ ୮ ଘଣ୍ଟା ନିହାତି ଶୁଆନ୍ତୁ l

* କିଛି ଲୋକ ଭାବି ଥାଆନ୍ତି ବ୍ୟାୟାମ କରିବା ଦ୍ୱାରା ଯାହା ଚାହିଁବେ ତାହା ଖାଇ ପାରିବେ,ଏବଂ ସେହି ଖାଦ୍ୟ କାରଣରୁ ଓଜନ ବୃଦ୍ଧି ହେବା ସ୍ୱାଭାବିକ ହୋଇଯାଏ l ତେଣୁ ନିୟମିତ ପୌଷ୍ଟିକ ଖାଦ୍ୟ ଖାଇବା ଜରୁରୀ l

* ଖୁବ ଅଧିକ ବ୍ୟାୟାମ କରିବା ଦ୍ୱାରା ଶରୀର ଥକି ଯାଇଥାଏ, ଓ ମେଟାବୋଲିଯିମ ଧୀର ହୋଇଯାଏ, ଏହାଦ୍ୱାରା ଓଜନ ହ୍ରାସ ହେବା ବଦଳରେ ବଢିଯାଏ l ତେଣୁ ଯେତେବେଳେ ମଧ୍ୟ ବ୍ୟାୟାମ କରୁଛନ୍ତି ନିଜ ସମୟ କୁ ଆକ୍ଷି ଆଗରେ ରଖି କରନ୍ତୁ ଏହାଛଡା ଦ୍ରୁତ ବେଗରେ ବ୍ୟାୟାମ କରନ୍ତୁ ନାହିଁ l

Leave A Reply