Odisha news

ବାର୍ଷିକ ଉଚ୍ଚ ମାଧ୍ୟମିକ ଓ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ : ଶୃଙ୍ଖଳିତ ପରୀକ୍ଷା ପରିଚାଳନା ଉପରେ ଗୁରୁତ୍ୱ 

0
ଭୁବନେଶ୍ୱର(Suvendra Pattanaik) : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବାର୍ଷିକ ଉଚ୍ଚ ମାଧ୍ୟମିକ ପରୀକ୍ଷା-୨୦୨୫ ଯଥା +୨କଳା, ବିଜ୍ଞାନ , ବାଣିଜ୍ୟ ଓ ଧନ୍ଦା ମୂଳକ ପରୀକ୍ଷା (ଭୋକେସନାଲ)ଏବଂ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ୍ (୧୦ମ) ପରୀକ୍ଷା-୨୦୨୫ନିମନ୍ତେଏକ ପ୍ରସ୍ତୁତି ବୈଠକ ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତଙ୍କ ସମେତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷା, ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ତଥା ସଂପୃକ୍ତ  ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ଜିଳ୍ଲା ଶିକ୍ଷା ଅଧିକାରୀ ମାନେ ଆଭାସୀ ମାଧ୍ୟମରେ ବୈଠକରେ ଯୋଗଦେଇଥିଲେ।
ବୈଠକରୁ ଜଣାଯାଇଛି ଯେ ଚଳିତ ବର୍ଷ ଯୁକ୍ତ ୨କଳାରେ୨,୪୭,୩୯୧ଜଣ,  ବିଜ୍ଞାନରେ୧,୧୪,୯୮୦ଜଣ,   ବାଣିଜ୍ୟରେ୨୫,୫୨୬, ଧନ୍ଦା ମୂଳକ ପରୀକ୍ଷାରେ୫,୭୨୧ଏହିପରି ମୋଟ୩,୯୩,୬୧୮ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ।ଫେବୃଆରୀ୧୮ରୁ୨୭ମାର୍ଚ୍ଚ ପର୍ୟ୍ୟନ୍ତ ଏହି ପରୀକ୍ଷା ଅନୁଷ୍ଠିତ ହେବ।ଏଥିପାଇଁ ୨୦୫ଟି ପରୀକ୍ଷା ପରିଚାଳନା ହବ କାର୍ୟ୍ୟକାରୀ  ପୂର୍ବକ ୧୨୭୬କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ।
ସେହିପରି ମାର୍ଟିକ ପରୀକ୍ଷାରେ ୫,୧୦,୭୭୮, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ୭,୭୬୬, ମଧ୍ୟମାରେ ୩୭୯୨ଏହିପରି ମୋଟ୫,୨୨,୩୩୬ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେବେ । ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା୨୯୭୯ଟି କେନ୍ଦ୍ରରେ ହେବାକୁ ଥିବାବେଳେ ଅନ୍ୟା ପରୀକ୍ଷାକୁ ମିଶାଇ ମୋଟ ୩୧୩୩ଟି କେନ୍ଦ୍ରରେ ପରୀକ୍ଷା ହେବ।୨୧ ଫେବୃୟାରୀରୁ  ମାର୍ଚ୍ଚ ୫ ତାରିଖ ପର୍ୟ୍ୟନ୍ତ ମାଟ୍ରିକ୍ ପରୀକ୍ଷା ଅନୁଷ୍ଠିତ ହେବ ।
ଉଭୟ+୨ ଏବଂ ମାଟ୍ରିକ୍ ପରୀକ୍ଷାକୁ ଅବାଧ ଓ ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହେବା ନେଇ ବ୍ୟାପକ ପ୍ରସ୍ତୁତି ସଂପର୍କରେ ବୈଠକରେ ଆଲୋଚନା କରାଯାଇ ଥିଲା। ଜିଲ୍ଲାରେ ଜିଲ୍ଲା  ପ୍ରସାଶନ ସହ ପୁଲିସ ପ୍ରଶାସନର ସମନ୍ୱୟରେ କିପରି ପରୀକ୍ଷା ପରିଚାଳନା ଶୃଙ୍ଖଳିତ ଭାବରେ ଅନୁଷ୍ଠିତ ହେବ,  ସେଥିନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି ।ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ ଆବଶ୍ୟକ ପୋଲିସ ମୁତୟନ ଏବଂ  ସିସିଟିଭି ବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଇଥିଲା ।
ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଏହି ପରୀକ୍ଷାକୁ ଅଧିକ ପ୍ରଯତ୍ନର ସହ ଭଲ ଭାବରେ ଅନୁଷ୍ଠିତ କରାଇବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ରହିଛି ।ପରୀକ୍ଷା ପରିଚାଳନା ପାଇଁ ଯେଉଁ ବ୍ୟବସ୍ଥାବା ପ୍ରୋଟୋକଲ ରହିଛି, ସେହି ଅନୁସାରେ ସମସ୍ତେ କାର୍ୟ୍ୟକରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।କୌଣସି ପରିସ୍ଥିତିରେ ବି ଯେପରି  ପ୍ରଶ୍ନପତ୍ର ଲିକ୍  ଭଳି ଗୁରୁତର ତ୍ରୁଟି ନହୁଏ, ସେଥିପ୍ରତି ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି ।  ପରୀକ୍ଷା କେନ୍ଦ୍ର ଭିତରେ ମୋବାଇଲ ଫୋନ୍ ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ଡିଭାଇସ୍ ଉପରେ କଟକଣା ଲଗାଯାଇଛି। ଜିଲ୍ଲାରେ ପରୀକ୍ଷା ପରିଚାଳନା ପାଇଁ ଅତିରିକ୍ତ ଜିଲ୍ଲାପାଳ ପାହ୍ୟାର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ନୋଡାଲ ଅଧିକାରୀ ରହିବେ।ବ୍ୟସ୍ତ ବହୁଳ କାର୍ୟ୍ୟସୂଚୀ ସତ୍ତ୍ୱେ ଜିଲ୍ଲାପାଳ ମାନେ ପରୀକ୍ଷା ପରିଚାଳନା ପ୍ରୋଟୋକଲ ଅନୁସାରେ କରାଯାଉଛି କି ନାହିଁ, ସେ ସଂପର୍କରେ ତଦାରଖ ଓ ସମୀକ୍ଷା କରିବେ।ସେହିପରି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏବଂ ଉଚ୍ଚ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ମାନଙ୍କୁ ନିଜ ନିଜ ସ୍ତରରେ ନିୟମିତ ସମୀକ୍ଷା କରି ପରୀକ୍ଷା ପରିଚାଳନା ଯେପରି ନିର୍ଭୁଲ ଓ ଶୃଙ୍ଖଳାର ସହିତ ଅନୁଷ୍ଠିତ ହେବ, ସେଥିପାଇଁ ସମସ୍ତ ପ୍ରସ୍ତୁତି କରିବାକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦିଆଯାଇଛି।
ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ପଣ୍ଡିତ ବିଗତ ବର୍ଷରେ ପରୀକ୍ଷା ପରିଚାଳନା ଅଭିଜ୍ଞତାକୁ ପାଥେୟ କରି ତଦନୁସାରେ ପ୍ରସ୍ତୁତି ପୂର୍ବକ ଏ ବର୍ଷର ଉଭୟ ଯୁକ୍ତ ଦୁଇ ଏବଂ ମାଟ୍ରିକ୍ ପରୀକ୍ଷା ଭଲ ଭାବରେ ଅନୁଷ୍ଠିତ ହେବା ନେଇ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।
Govt
Leave A Reply