Odisha news

ମୌନି ଅମାବାସ୍ୟା ରେ ମହାକୁଂଭ ରେ ବୁଡ଼ ପକାଇବାର କଣ ରହିଛି ମହତ୍ୱ

0

ମାଘ ମାସର ଅମାବାସ୍ୟା କୁ ମୌନି ଅମାବାସ୍ୟା ବୋଲି କୁହାଯାଇଥାଏ, ଏହି ତିଥି ରେ ସ୍ୱୟଂ ବ୍ରହ୍ମା ସ୍ଵୟଂଭୂ ମନୁ ଙ୍କୁ ଉତ୍ପନ କରି ସୃଷ୍ଟି ତିଆରି କରିବାର କାର୍ଯ୍ୟ ଆରମ୍ଭ କରିଥିଲେ l ସେଥିପାଇଁ ଏହାକୁ ମୌନି ଅମାବସ୍ୟା କୁହାଯାଇଥାଏ, ଏହିଦିନ ମୌନ ରହି କୌଣସି ତୀର୍ଥ ସ୍ଥଳ ରେ ପବିତ୍ର ସ୍ନାନ କରିବା ଦ୍ୱାରା ସମସ୍ତ ମନସ୍କାମନା ପୁର୍ଣ ହୋଇଥାଏ l ମୌନି ଅମାବାସ୍ୟା ରେ ମୌନ ରହିବ ଦ୍ୱାରା ମଣିଷର ମନ ନିୟନ୍ତ୍ରିତ ରହିଥାଏ ଏବଂ ସ୍ପିଚ ପାୱାର ବଢିଥାଏ l

– ମାନ୍ୟତା ରହିଛି ଯେ ମୌନି ଅମାବାସ୍ୟା ରେ ମୌନ ରହି ତ୍ରିବେଣୀ ରେ ସ୍ନାନ କରିବା ଦ୍ୱାରା ମଣିଷ ରୋଗ, ଦୁଃଖ, ଓ କଷ୍ଟରୁ ମୁକ୍ତି ପାଇଥାଏ, ଏବଂ ଜୀବନ ର ଅନେକ ଦୁଃଖ ମଧ୍ୟ ଦୂର ହୋଇଥାଏ l

– ମୌନି ଅମାବାସ୍ୟା ରେ ପିତୃ ପୁରୁଷ ଙ୍କୁ ଅର୍ଘ୍ୟ ଦେଇ ଶ୍ରାଦ୍ଧ ତର୍ପଣ କରିବାର ଅନେକ ମହତ୍ୱ ରହିଛି, ଆଜିର ଦିନରେ ଯଦି ଆମେ ପିତୃ ପୁରୁଷ ଙ୍କୁ ସୂର୍ଯ୍ୟ ଉଦୟ ପୂର୍ବରୁ ଜଳରେ ରାଶି ମିଶାଇ ଶ୍ରାଦ୍ଧ ତର୍ପଣ କରିବା ତେବେ ଜିବନର ସମସ୍ତ କଷ୍ଟ ଦୂର ହୋଇଥାଏ l

– ଉଦୟ ତିଥି ଅନୁସାରେ ମୌନି ଅମାବାସ୍ୟା ୨୯ ତାରିଖ ଦିନ ପାଳନ ହେବ l ଏବଂ ଏହିଦିନ ସକାଳୁ ସ୍ନାନ ଦାନ ର ଅନେକ ମହତ୍ୱ ରହିଛି l ଆଜିର ଦିନରେ ବ୍ରହ୍ମ ମୁହୂର୍ତ୍ତରୁ ସ୍ନାନ ସାରି ଶିଵାଲୟ ରେ ମହାଦେବଙ୍କୁ ଜ୍ୱାଲାଭୀସଏସକ କରିବା ଦ୍ୱାରା ପରିବାରର ସମସ୍ତ କଷ୍ଟ ଦୂର ହୋଇଥାଏ l

– ଆଜି ର ଦିନରେ ସୂର୍ଯ୍ୟ ପୂଜନ ର ମଧ୍ୟ ଅନେକ ମହତ୍ୱ ରହିଛି ଯଦି ଆପଣ ତମ୍ବା ଗଡୁ ରେ ଗଙ୍ଗା ଜଳ, ନାଲି ପୁଷ୍ପ, ଅଖ୍ୟତ, ହଳଦୀ, ସିନ୍ଦୁର ଓ ରାଶି ମିଶାଇ ସୂର୍ଯ୍ୟ ଙ୍କୁ ଅର୍ଘ୍ୟ ଦେବେ ତେବେ ପୁଣ୍ୟ ପ୍ରାପ୍ତି ହୋଇଥାଏ l

– ଯଦି କୌଣସି ବ୍ୟକ୍ତି ଆଜିର ଦିନରେ ମହାକୁଂଭ ରେ ପବିତ୍ର ସ୍ନାନ କରି ମହାଦେବ ଙ୍କୁ ଦର୍ଶନ କରିଥାଏ ତେବେ ତାର ୭ଜନ୍ମ ର ସମସ୍ତ ପାପ ଦୂର ହୋଇଥାଏ ଏବଂ ଜୀବନ ର ସମସ୍ତ ଦୁଃଖ ଦୂର ହୋଇଥାଏ l

Leave A Reply